ପ୍ରମୂଖ ଖବର
  • କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ହତ୍ୟା ଧମକ, ନିକଟରେ ଯୋଗ ଦେଇଛନ୍ତି କଂଗ୍ରେସ ଦଳରେ…
  • ||
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ଛେପ ଲଗାଇ ମସାଜ୍‌ କରିବା ପଡ଼ିଲା ମହଙ୍ଗା; ସେଲୁନ ଉପରେ ବୁଲିଲା ବୁଲଡୋଜର, ମାଲିକ ଗିରଫ

ଲକ୍ଷ୍ନୗ: ଗ୍ରାହକଙ୍କୁ ଛେପ ଲଗାଇ ମସାଜ୍‌ କରିବା ପଡ଼ିଲା ମହଙ୍ଗା। ସେଲୁନ ମାଲିକଙ୍କୁ ଶକ୍ତ ଝଟକା ଦେଇଛି ଜିଲ୍ଲା ପ୍ରଶାସନ ।  ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଲଡୋଜର ଲଗାଇ ସେଲୁନକୁ ଭାଙ୍ଗି ଦିଆଯାଇଛି । ଏହା ସହ ସେଲୁନ ମାଲିକଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣା ଉତ୍ତରପ୍ରଦେଶର କନୌଜରେ ଘଟିଛି । ସରକାରୀ ସ୍ଥାନକୁ କବଜା କରିନେଇ ସେଲୁନ କରିଥିବା ୟୁସୁଫ ଗ୍ରାହକଙ୍କୁ ଛେପ ଲଗାଇ ମସାଜ କରୁଥିଲେ । 

ଗ୍ରାହକଙ୍କୁ ଇଶ୍ବରଙ୍କ ସମାନ ବୋଲି କୁହାଯାଏ । କିନ୍ତୁ ୟୁସୁଫ ନିଜ ସେଲୁନରେ ଗ୍ରାହକଙ୍କୁ ମୁହଁରେ ଛେପ ଲଗାଇ ମସାଜ କରୁଥିଲେ । ଏନେଇ ଭିଡିଓ ଭାଇରାଲ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ଏହା ସହ ତାଙ୍କର ସେଲୁନକୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଛି ।  ଉତ୍ତରପ୍ରଦେଶର କନୌଜ ବଜାରରେ ସରକାରୀ ଜାଗାକୁ ମାଡ଼ି ବସି ଏକ ସେଲୁନ କରିଥିଲେ ୟୁସୁଫ । କିଛି ଦିନ ପୂର୍ବେ ସେ ଗ୍ରାହକଙ୍କ ମସାଜ କରୁଥିବା ଭିଡିଓ ଭାଇରାଲ ହୋଇଥିଲା। 

ଗ୍ରାହକଙ୍କ ମୁହଁରେ ଫେସ୍‌ ପ୍ୟାକ୍‌ ଲଗାଇ ସେମାନଙ୍କର ମସାଜ କରୁଥିବା ବେଳେ ସେ ନିଜ ଛେପର ବ୍ୟବହାର କରୁଥିଲେ। ଫଳରେ ଗ୍ରାହକ କିଛି ଜାଣି ପାରୁ ନ ଥିଲେ। କିଛି ଦିନ ପୂର୍ବେ ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା ।ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପୋଲିସ ଏହି ମାମଲାର ଛାନଭିନ ଆରମ୍ଭ କରି ସେଲୁନଟି କନୌଜରେ ଥିବା ଜାଣିବାକୁ ପାଇଥିଲା। ଏହାପରେ ପୋଲିସ ତୁରନ୍ତ ୟୁସୁଫଙ୍କୁ ଗିରଫ କରିଥିଲ। । ଏହାପରେ ତାଙ୍କ ସେଲୁନ ଥିବା ଜାଗା ସମ୍ପର୍କରେ ଛାନଭିନ କରି ତାହା ସରକାରୀ ଜାଗାରେ ଜବରଦସ୍ତି କରାଯାଇଥିବା ଜଣାପଡ଼ିଥିଲା। ଏହାପରେ ପ୍ରଶାସନିକ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ୟୁସୁଫଙ୍କ ସେଲୁନ ଉପରେ ବୁଲଡୋଜର ଚାଲିଛି । ୟୁସୁଫ ଗିରଫ ହୋଇଥିବା ବେଳେ ତାଙ୍କର ସେଲୁନ ମାଟିରେ ମିଶିଛି । 

 

  • uttarpradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.