ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

'ଓରୋ ମେ କାହାଁ ଦମ ଥା'ର ଆସିଲା ଟ୍ରେଲର, ଏକାଠି ନଜର ଆସିବେ ଅଜୟ-ତବୁ

ମୁମ୍ବାଇ,୧୪/୬: ପୁଣି ଥରେ ଏକାଠି ନଜର ଆସିବେ ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ତବୁ । ଉଭୟ ଫିଲ୍ମ 'ଓରୋ ମେ କାହାଁ ଦମ ଥା' ସହ ପରଦାକୁ ଫେରୁଥିବା ବେଳେ ଆଜି ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଯେଉଁଥିରେ ଦୁହିଁଙ୍କ ଲଭ କେମେଷ୍ଟ୍ରି ଦେଖିବାକୁ ମିଳିବ।  ତେବେ ଏହକୁ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି । ଟ୍ରେଲର ତିନି ମିନିଟର ହୋଇଥିବା ବେଳେ ଏଥିରେ ଅଜୟ ଦେବଗନ୍ ଏବଂ ତବୁଙ୍କ ପିଲାଦିନର ଚରିତ୍ରଗୁଡ଼ିକର ସ୍ୱରରୁ ଆରମ୍ଭ ହୋଇଛି । ଏହାପରେ ଅଭିନେତାଙ୍କ ଜେଲରେ ବଢିବାର ଯାତ୍ରା ଦେଖିବାକୁ ମିଳିଛି । 

ଅଜୟ ଦେବଗନ୍ ହେଉଛନ୍ତି ଯିଏ ୨୩ ବର୍ଷ ପୂର୍ବେ ଦୁଇଟି ହତ୍ୟା ମାମଲାରେ ଜେଲ ଯାଇଛନ୍ତି । ୨୨ ବର୍ଷ ପରେ ଅଜୟ ଦେବଗନ ଏବଂ ତବୁ ମୁହାଁମୁହିଁ ହୁଅନ୍ତି ଏବଂ ପୃଷ୍ଠଭୂମିରେ ଏକ ଭାବପ୍ରବଣ ଗୀତ ଶୁଣାଯାଏ । ଟ୍ରେଲରରେ ଅଜୟ, ତବୁଙ୍କ କେମେଷ୍ଟ୍ରି ଦର୍ଶକଙ୍କ ମନ ଜିତିଥିବା ବେଳେ ଦର୍ଶକ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । 20 ବର୍ଷର ରୋମାଣ୍ଟିକ୍ ଡ୍ରାମାର ଏକ ନିଆରା ସଂଗୀତ ପ୍ରେମ କାହାଣୀକୁ ନେଇ ଏହା ନିର୍ମିତ ହୋଇଥିବା ଜଣାପଡିଛି । ତେବେ ଏହି ଚଳଚ୍ଚିତ୍ରର ମୂଳ ସାଉଣ୍ଡଟ୍ରାକ୍ ସଂଗୀତ ନିର୍ଦ୍ଦେଶକ ଏମ.ଏମ କିରାଭାନୀ ରଚନା କରିଥିବା ବେଳେ ଏକାଧିକ ଭାଷାରେ ଏହି ଫିଲ୍ମ ରିଲିଜ୍ ହେବ। ଅଜୟ ଏବଂ ତବୁଙ୍କ ଏହି ଫିଲ୍ମ ଆସନ୍ତା ବର୍ଷ ୨୬ ଏପ୍ରିଲ ୨୦୨୪ରେ ମୁକ୍ତିଲାଭ କରିବ । ନୀରଜ ପାଣ୍ଡେ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ରୋମାଣ୍ଟିକ୍ ଡ୍ରାମାରେ ବ୍ଲକବଷ୍ଟର ଯୋଡି ଅଜୟ ଦେବଗନ୍ ଏବଂ ତବୁଙ୍କୁ ଦେଖିବାକୁ ମିଳିବ । ଏଥିସହ ଏହି ଚଳଚ୍ଚିତ୍ରରେ ଜିମି ଶେର୍ଗିଲ, ସାଇ ମଞ୍ଜରେକର ଏବଂ ଶାନ୍ତନୁ ମହେଶ୍ୱରୀଙ୍କ ଭଳି ଅଭିନେତାଙ୍କର ଏକ ପ୍ରମୁଖ ଅଭିନୟ ରହିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.