ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଆଶାରାମ ବାପୁଙ୍କୁ ମିଳିଲା ଆଶ୍ୱସ୍ତି , ଚିକିତ୍ସା ପାଇଁ ୭ ଦିନର ପାରୋଲ ଦେଲେ ରାଜସ୍ଥାନ ହାଇକୋର୍ଟ

ଯୋଧପୁର – ଯୌନ ନିର୍ଯାତନା ମାମଲାରେ ଆଜୀବନ କାରାଦଣ୍ଡର ସଜା କାଟୁଥିବା ଆଶାରାମ ବାପୁଙ୍କୁ ମିଳିଲା ଆଶ୍ୱସ୍ତି। ରାଜସ୍ଥାନ ହାଇକୋର୍ଟ ତାଙ୍କୁ ଚିକିତ୍ସା ପାଇଁ ୭ ଦିନର ପାରୋଲ ମଞ୍ଜୁର କରିଛନ୍ତି। ସେ ପୁଲିସ କଷ୍ଟଡିରେ ଚିକିତ୍ସା ପାଇଁ ମହାରାଷ୍ଟ୍ର ଯିବେ। ରାଜସ୍ଥାନ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍‌ ପୁଷ୍ପେନ୍ଦ୍ର ସିଂହ ଭାଟିଙ୍କ ଖଣ୍ଡପୀଠ ତାଙ୍କର ଅନ୍ତରୀଣ ପାରୋଲକୁ ମଞ୍ଜୁର ଦେଇଛନ୍ତି। ଯୋଧପୁର ସେଣ୍ଟ୍ରାଲ ଜେଲ୍‌ରେ ଆଜୀବନ କାରାଦଣ୍ଡର ସଜା କାଟୁଥିବା ଆଶାରାମ ବାପୁଙ୍କର ଏହି ଭିତରେ ହଠାତ୍‌ ସ୍ୱାସ୍ଥ୍ୟ ଖରାପ ହୋଇ ଯାଇଥିଲା। 

ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ , ଏହାପରେ ଜିଲ୍ଲା ପ୍ରଶାସନ ତାଙ୍କୁ ଯୋଧପୁର ଏମ୍ସରେ ଭର୍ତ୍ତି କରାଇ ଥିଲେ। ଏଠାରେ ମେଡିକାଲ ଚେକଅପ୍‌ ପରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିଲା। ଆଶାରାମଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଓ ଯୋଧପୁର ଏମ୍ସରେ ଭର୍ତ୍ତି ହେବା ଖବର ସାର୍ବଜନିକ ହେବା କ୍ଷଣି , ହସ୍ପିଟାଲ ବାହାରେ ତାଙ୍କ ସମର୍ଥକଙ୍କ ଭିଡ଼ି ଲାଗି ଯାଇଥିଲା। ଆଶାରାମ ବାପୁଙ୍କୁ ୨୦୧୮ରେ ଯୋଧପୁରର ଏକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ନାବାଳିକାଙ୍କ ସହ ଦୁଷ୍କର୍ମ ନେଇ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଆଜୀବନ କାରାଦଣ୍ଡର ସଜା ଶୁଣାଇ ଥିଲେ। 

ଉଲ୍ଲେଖନୀୟ ଯେ, ଆଶାରାମ ୨ ସେପ୍ଟମ୍ୱର ୨୦୧୩ରୁ ଜେଲ୍‌ରେ ଅଛନ୍ତି। ନାବାଳିକା ନିଜ ଏତଲାରେ ଅଭିଯୋଗ କରିଥିଲେ କି, ୧୫ ଅଗଷ୍ଟ, ୨୦୧୩ ରାତିରେ ଆଶାରାମ ତାଙ୍କୁ ଯୋଧପୁର ନିକଟ ମଣାଇ ସ୍ଥିତ ନିଜର ଆଶ୍ରମକୁ ଡ଼ାକି ତାଙ୍କ ସହ ଦୁଷ୍କର୍ମ କରିଥିଲେ। ୫ବର୍ଷରୁ ଅଧିକ ସମୟ ଧରି ଚାଲିଥିଲା ଟ୍ରାୟଲ ପରେ ପକ୍ସୋ କୋର୍ଟ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଆଜୀବନ କାରାଦଣ୍ଡର ସଜା ଶୁଣାଇ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.