ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଏହି କମ୍ପାନୀରେ କର୍ମଚାରୀଙ୍କ ସହ ବିଲେଇ ମଧ୍ୟ କାମ କରୁଛନ୍ତି , ସମସ୍ତଙ୍କର ରହିଛି ସ୍ୱତନ୍ତ୍ର ପଦବୀ ...'ଚେୟାରକ୍ୟାଟ୍' ବସଙ୍କ ଠାରୁ ବି ଉପରେ

ନୂଆଦିଲ୍ଲୀ : ମଣିଷଙ୍କ ଦ୍ୱାରା ବ୍ୟବହୃତ ସ୍ଥାନ ଆଜିକାଲି ପୋଷା ଜୀବଙ୍କର ଅନୁକୂଳ ସ୍ଥାନ ପାଲଟି ଯାଇଛି। କଫି ସପ୍‌, ରେଷ୍ଟୁରାଣ୍ଟ ,ହୋଟେଲ କି ଅଫିସ୍ ହେଉ ସବୁଠି ଏବେ ପୋଷା ଜୀବମାନେ ଆସ୍ଥାନ ଜମେଇବା ଏକ ସାଧାରଣ କଥା ହୋଇ ଯାଇଛି। ଜାପାନରେ ଏକ ଏମିତି ଅଫିସ ଆଉ ପାଦେ ଆଗେଇ ଯାଇଛି। ସେହି କମ୍ପାନୀ ୧୦ଟି ପୋଷା ଜୀବଙ୍କୁ କାମରେ ଲଗେଇଛି। ଏହି ବିଲେଇ ମାନେ କେବଳ ଅଫିସରେ ବୁଲୁ ନାହାନ୍ତି , ସେହି କମ୍ପାନୀର ତାଙ୍କର ସ୍ୱତନ୍ତ୍ର ପଦ ପଦବୀ ରହିଛି। ଏମିତି କି ଏକ ‘ଚେୟାରକ୍ୟାଟ୍‌ ’ମଧ୍ୟ ରହିଛି, ଯାହାକି କମ୍ପାନୀରେ ସବୁଠୁ ଉଚ୍ଚ ପଦବୀ।

ୱିଓନ୍ୟୁଜ୍‌ ଡଟ୍ କମ୍‌ରେ ପ୍ରକାଶିକ ତଥ୍ୟ ଅନୁସାରେ , ଜାପାନୀ ଟେକ୍‌ କମ୍ପାନୀ କ୍ୟୁନୋଟ୍‌ ସର୍ବ ପ୍ରଥମେ ୨୦୦୪ରେ ଏକ ସୁଶି ରେଷ୍ଟୁରାଣ୍ଟରେ ଗୋଟିଏ ବିଲେଇକୁ ରଖିଥିଲା। ଆଜି ଏହି ଅଫିସରେ ୧୦ଟି ବିଲେଇ କର୍ମଚାରୀ ରହୁଛନ୍ତି। ଅଫିସ ସେହି ବିଲେଇ ଗୁଡ଼ିକୁ ଯଥାସମ୍ଭବ ଉଚିତ ଉପାୟରେ ସେଠାରେ ଥଇଥାନ କରିଛି। କମ୍ପାନୀରେ କାମ କରୁଥିବା ୩୨ ଜଣ ମାନବ କର୍ମଚାରୀଙ୍କ ସହ ବିଲେଇ ମାନେ ସାଥିରେ ରହିଥାନ୍ତି ଏବଂ ଯେତେବେଳେ ଯେଉଁ କାମ ଦରକାର ହୁଏ ସେମାନେ ଭଲ ଭାବେ ସାହାଯ୍ୟ କରନ୍ତି। 

କହି ରଖୁଛୁ କି , ୨୦୨୦ରେ ଯେତେବେଳେ କମ୍ପାନୀର ଅଫିସ ଏକ ୪ ମହଲା ବିଶିଷ୍ଟ ବଡ଼ ବିଲ୍ଡିଂକୁ ସିଫ୍ଟ ହେଲା ,ତ ସେତେବେଳେ ବିଲେଇଙ୍କ ପାଇଁ ସ୍ଥାନକୁ ଆରାମଦାୟକ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଇ ଥିଲା। ୨ୟ ଓ ୩ୟ ମହଲାରେ ବିଲେଇଙ୍କ ଯତ୍ନକୁ ଧ୍ୟାନରେ  ରଖି ଅନେକ ପରିବର୍ତ୍ତନ କରାଯାଇ ଥିଲା। 

କାର୍ଯ୍ୟାଳୟରେ ୧୨ ଟି ବିଲେଇ ଶୌଚାଳୟ ଓ ବିଲେଇ ଆଲମାରୀ ରହିଛି। ଜୀବମାନଙ୍କୁ ସ୍ୱଚ୍ଛନ୍ଦରେ ବୁଲିବାକୁ ସ୍ୱାଧନତା ରହିଛି , କାରଣ କାନ୍ଥ ଗୁଡ଼ିକୁ ନଖ ଚିହ୍ନରୁ ରକ୍ଷା ପାଇଁ କଲର କରାଯାଇଛି। 

ଉକ୍ତ ଅଫିସରେ ଏହି ବିଲେଇଙ୍କର ବାସ୍ତବରେ ସ୍ୱତନ୍ତ୍ର ପୋଜିସନ ରହିଛି। ଏଥିରେ ବସଙ୍କ ଠାରୁ ବି ବଡ଼ ପଦ ରହିଛି। ସେଥି ମଧ୍ୟରେ ଗୋଟିଏ ଚିଫ୍‌ କ୍ଲର୍କ , ମ୍ୟାନେଜର ଓ ଏକ ଅଡିଟର ପଦ ରହିଛି। ଚେୟାରକ୍ୟାଟ୍‌ ହେଉଛି୨୦ ବର୍ଷିୟ ଫୁତାବା, ଯାହା କମ୍ପାନୀରେ ସବୁଠୁ ଅଧିକ ଉଚ୍ଚ ପଦର କର୍ମଚାରୀ , ଏମିତି କି ବସ ନୋବୁୟୁକୀଙ୍କ ଠାରୁ ଉପରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.