ପ୍ରମୂଖ ଖବର
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ଝିଅର ମୁଣ୍ଡରେ ସିସିଟିଭି ଲଗାଇଲେ ବାପା , ଯୁବତୀ କହିଲେ- ସୁରକ୍ଷା ପାଇଁ ଏହା ଜରୁରୀ

ନୂଆଦିଲ୍ଲୀ – ସୋସିଆଲ ମିଡ଼ିଆରେ କେତେବେଳେ କଣ ଭାଇରାଲ ହୋଇଯାଏ , ଏହାର ଅନ୍ଦାଜ ଲଗେଇବା ମୁସ୍କିଲ। ଅନେକ ଥର ଭାଇରାଲ ଭିଡ଼ିଓ ଦେଖି ବିଶ୍ୱାସ କରିବା ବି ସମ୍ଭବ ହୋଇ ନଥାଏ ଯେ , ଏହା ସତ କି ମିଛ। ଏମିତି ହିଁ ଏକ ଭିଡ଼ିଓ ଏବେ ଭାଇରାଲ ହେଉଛି , ଯାହା ପାକିସ୍ତାନର ଥିବା କୁହାଯାଉଛି । ଏହି ଭିଡ଼ିଓରେ ଜଣେ ଯୁବତୀଙ୍କୁ ନିଜର ମୁଣ୍ଡରେ ସିସିଟିଭି କ୍ୟାମେରା ଲଗେଇ ଥିବାର ଦେଖିବାକୁ ପାଇବେ। 

ଆଜତକ୍‌ ଡଟ୍ ଇନ୍ ଅନୁସାରେ, ଭିଡ଼ିଓରେ ଯୁବତୀ କହୁଛନ୍ତି  , ମୁଣ୍ଡ ଉପରେ ଲାଗିଥିବା ସିସିଟିଭି କ୍ୟାମେରା ମାଧ୍ୟମରେ ତାଙ୍କ ବାପା ତାଙ୍କୁ ୨୪/୭ ନଜର ରଖିଥାନ୍ତି। ଯେବେ ତାଙ୍କୁ ପଚରା ଯାଇଥିଲା କି , ତାଙ୍କ ବାପାଙ୍କର ଏପରି ନିଷ୍ପତ୍ତିରେ କୌଣସି ଅଭିଯୋଗ ଅଛି କି ? ସେ ଜବାବରେ କହିଥିଲେ କି, ତାଙ୍କର ନିଜ ୱାଲିଦ ସାହେବ (ପିତା)ଙ୍କର ସବୁ ନିଷ୍ପତ୍ତିରେ ପୂର୍ଣ୍ଣ ସହମତି ଅଛି। ଏମିତି କରିବା ପଛରେ ସେ ହିଟ୍‌ କରାଚୀର ପ୍ରସିଦ୍ଧ ହିଟ୍‌ ଆଣ୍ଡ ରନ କେସ୍‌ ମଧ୍ୟ କାରଣ ଥିବା କହିଛନ୍ତି। କେହି ଯଦି ମୋତେ ଦୁର୍ଘଟଣାରେ ମାରି ବି ଦିଏ ତ ଅତି କମ୍‌ରେ ପ୍ରମାଣ ତ ରହିଯିବ। 

କହି ରଖୁଛୁ କି ସୋସିଆଲ ମିଡ଼ିଆରେ ଏହାକୁ ପାକିସ୍ତାନର ହିଟ୍‌ ଆଣ୍ଡ ରନ୍‌ କେସ୍‌ରେ କୋର୍ଟର ନିଷ୍ପତ୍ତି ବିରୋଧ ଭାବେ ମଧ୍ୟ ଦେଖାଯାଉଛି । ଏହାକୁ ଏକ ମଜାଳିଆ ଭିଡ଼ିଓ ମଧ୍ୟ କୁହାଯାଉଛି। 

କହି ରଖୁଛୁ କି , ଗତ ଦିନରେ ପାକିସ୍ତାନରେ କରାଚୀ ହିଟ୍‌ ଆଣ୍ଡ ରନ୍‌ ମାମଲା ଚର୍ଚ୍ଚାରେ ଥିଲା। ଯେଉଁଥିରେ ଜଣେ ଧନୀ ବ୍ୟକ୍ତି ଦ୍ରୁତ ଗତିରେ ଏସୟୁଭି ଚଲାଇ ଦୁଇ ଜଣ ଲୋକଙ୍କ ଜୀବନ ନେଇଥିଲେ। ୩ଜଣ ଲୋକଙ୍କ ଆହତ କରି ଦେଇ ଥିଲେ। ସେଠାରେ ଅନ୍ୟ ଏକ ଭିଡ଼ିଓରେ ସେ ଏହା କହୁଥିବାର ଦେଖିବାକୁ ମିଳୁଛି କି ,ତୁମେ ସବୁ ଲୋକ ମୋ ବାପାଙ୍କୁ ଜାଣି ନାହିଁ । ପାକିସ୍ତାନରେ ଏହି ଘଟଣାର ଖୁବ୍‌ ବିରୋଧ ହୋଇଥିଲା। ନିକଟରେ ଖବର ଆସିଥିଲା କି କରାଚୀର କରସାଜ ଅଞ୍ଚଳରେ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଅଭିଯୁକ୍ତ ଧନୀ ପରିବାରର ମହିଳାଙ୍କୁ ଜାମିନ ମିଳି ଯାଇଥିଲା। 


ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓକୁ ଦେଖି ଲୋକେ ଆଶ୍ଚର୍ଯ୍ୟ। ବହୁତ ଲୋକଙ୍କୁ ବିଶ୍ୱାସ ହେଉନି କି କେହି ବାପା ନିଜ ଝିଅର ସୁରକ୍ଷା ପାଇଁ ମଧ୍ୟ ଏମିତି କରିପାରେ। ହେଲେ କିଛି ଲୋକଙ୍କ କହିବା ହେଲା ଏହି ପାକିସ୍ତାନରେ ହିଟ୍‌ ଆଣ୍ଡ ରନ୍‌ କେସ୍‌ର ବିରୋଧ ଭାବେ ଏମିତି କରାଯାଇଛି।ପାକିସ୍ତାନର ଅଦାଲତି ନିଷ୍ପତ୍ତିର ମଜାକ କରାଗଲା। ଆଉ କିଏ କହୁଛନ୍ତି, ପାକିସ୍ତାନରେ ହିଁ ଏମିତି ହୋଇପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.