ନୂଆଦିଲ୍ଲୀ : ୨୦୨୪ ମସିହାର ଆରମ୍ଭରେ ଅଯୋଧ୍ୟାର ରାମ ମନ୍ଦିରରେ ରାମଲଲାଙ୍କର ପ୍ରାଣ ପ୍ରତିଷ୍ଠାର ଭବ୍ୟ କାର୍ଯ୍ୟକ୍ରମ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବଲିଉଡ୍ର ଅନେକ ପ୍ରସିଦ୍ଧ ବ୍ୟକ୍ତି ସାମିଲ ହୋଇଥିଲେ, ଯେଉଁଥିରେ ଷ୍ଟାରଙ୍କ ବ୍ୟତୀତ ଅନେକ ଲୋକପ୍ରିୟ ସଙ୍ଗୀତକାର ମାନେ ମଧ୍ୟ ଭାଗ ନେଇଛନ୍ତି। ଏହି ତାଲିକାରେ ପ୍ରସିଦ୍ଧ ସିଙ୍ଗର ଅନୁରାଧା ପୌଡୱାଲଙ୍କ ନାଁ ମଧ୍ୟ ସାମିଲ ଥିଲା।
ସିଙ୍ଗର ଏହି କାର୍ଯ୍ୟକ୍ରମରେ ଭଗବାନ ରାମଙ୍କ ଭକ୍ତିରେ ଲୀନ ହୋଇ ତାଙ୍କର ଭଜନ ଗାଉ ଥିବାର ନଜର ଆସି ଥିଲେ। ଏବେ ଏକ ଇଣ୍ଟରଭ୍ୟୁରେ ସେ ସେୟାର କରିଛନ୍ତି କି, ଯେବେ ସେ ୨୦ ବର୍ଷ ପୂର୍ବେ ଅଯୋଧ୍ୟା ଯାଇ ଥିଲେ ଏବଂ ଏହି ସମୟରେ ସେ ଭଗବାନ ରାମଙ୍କ ମନ୍ଦିର ଦେଖି ଥିଲେ, ତ ତାଙ୍କର ରିଆକ୍ସନ କେମିତି ଥିଲା। ଏହାସହ ସେହି ସମୟରେ ସେ ରାମଲଲାଙ୍କ ଆଗରେ କାହିଁକି ଶପଥ ନେଇଥିଲେ ଏହା ମଧ୍ୟ କହି ଥିଲେ।
ନିକଟରେ ଶ୍ରଦ୍ଧାଙ୍କ ସହ ଏକ ସାକ୍ଷାତକାରରେ କଥାବାର୍ତ୍ତା ବେଳେ ଅନୁରାଧା ପୌଡ଼ୱାଲ ଏହି କଥା ସେୟାର କରିଛନ୍ତି। ସେ କହିଛନ୍ତି କି, ୨୦ ବର୍ଷ ପୂର୍ବେ ଅଯୋଧ୍ୟାରେ ରାମ ମନ୍ଦିରକୁ ଯାଇଥିଲେ। ଯେବେ ସେ ସେଠାରେ ପହଞ୍ଚିଲେ ତ ସେଠାରେ ଏକ ଟେଣ୍ଟ ଥଲା ଏବଂ ରାମଲଲା ସେଥିରେ ଥିଲେ। ଏହାସହ ହିଁ ସେ କହିଛନ୍ତି କି, ଏହାକୁ ଦେଖିବା ପୂର୍ବରୁ ତାଙ୍କ ମନରେ ଅଲଗା ଅଲଗା ଧାରଣ ଥିଲା ଯେ, ରାମଲଲାଙ୍କ ମନ୍ଦିର କେମିତି ହେବ, ତାଙ୍କର ମୂର୍ତ୍ତି କେମିତିକା ହେବ।
ଏହାସହ ସେ ଆହୁରି ମଧ୍ୟ କହିଛନ୍ତି କି , ମୁଁ ଦେଖିଲି ଯେ ଏକ ଆସ୍ଥାନ ଥିଲା । ସେଥିରେ ଛୋଟିଆ ରାମଲଲା ବସିଥିଲେ। ସେଠାରେ ଜଣେ ପଣ୍ଡିତ ମଧ୍ୟ ବସିଥିଲେ। ତାଙ୍କୁ ଯେବେ ମୁଁ ପଚାରିଲି କି ରାମଲଲାଙ୍କ ମନ୍ଦିର କେଉଁଠି ଅଛି। ସେ ମୋତେ କହିଲେ କି ଏହା ସେହି ମନ୍ଦିର। ଏହା ଶୁଣିବା ପରେ ମୁଁ ତାଙ୍କୁ କହିଲି , ଆପଣ ଏ କଣ କହୁଛନ୍ତି , ଏହା ତ ଟେଣ୍ଟ। ସେ କହିଲେ , ହଁ ଏ ହେଉଛି ମନ୍ଦିର , ଏ ହେଉଛନ୍ତି ମୂର୍ତ୍ତି , ଏହାର ଦର୍ଶନ କରିନିଅ ।
ପ୍ରସିଦ୍ଧା ଗାୟିକା କହିଲେ , ଏହା ଶୁଣିବା ପରେ ସେ ଖୁବ୍ ଚିନ୍ତାରେ ପଡ଼ି ଯାଇଥିଲେ ଯେ, ଭାରତରେ ଭଗବାନ ରାମ ଆମର ଇଷ୍ଟ ଦେବତା । ତାଙ୍କର ଏହି ଦୁର୍ଦ୍ଦଶା କି ସେ ଟେଣ୍ଟରେ ରହୁଛନ୍ତି ଏବଂ ତାହା ପୁଣି ଭାରତରେ। ଏହା ଦେଖିବା ପରେ ମୁଁ କାନ୍ଦି ପକାଇଥିଲି । ଏହାପରେ ମୁଁ ତାଙ୍କୁ କ୍ଷମା ମାଗିଲି ଏବଂ କହିଲି ଭଗବାନ ଆପଣ ଯେତେ ଶୀଘ୍ର ଏଠାରୁ ବାହାରକୁ ଆସନ୍ତି । ଆପଣଙ୍କର ବହୁତ ସୁନ୍ଦର ଭବ୍ୟ ମନ୍ଦିର ନିର୍ମାଣ ହେବ ଏବଂ ଯେବେ ଆପଣଙ୍କର ମନ୍ଦିର ତିଆରି ହେବ , ମୁଁ ଆସି ଆପଣଙ୍କର ପାଇଁ ଗାଇବି ।
କହି ରଖୁଛୁ କି , ଚଳିତ ବର୍ଷ ୨୨ ଜାନୁୟାରୀରେ ଅଯୋଧ୍ୟାର ରାମ ମନ୍ଦିରରେ ଭଗବାନ ରାମଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ଥିଲା। ଏହି ଭବ୍ୟ କାର୍ଯ୍ୟକ୍ରମରେ ଦେଶ ବିଦେଶର ଅନେକ ପ୍ରସିଦ୍ଧ ବ୍ୟକ୍ତି ଯୋଗ ଦେଇଥିଲେ।