ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ଅଡ଼ିଶନରୁ ନେଇ ଷ୍ଟାରଡମ୍ ପର୍ଯ୍ୟନ୍ତ, ଭିକ୍କିଙ୍କ ମନେ ପଡ଼ିଲା ନିଜ ୧୨ବର୍ଷର ଜର୍ଣ୍ଣି

Published By : Prameya | July 10, 2024 10:12 PM

ନୂଆଦିଲ୍ଲୀ,୧୦/୭ :  ବଲିଉଡ଼ ଅଭିନେତା ବିକ୍କି କୌଶଲଙ୍କ ଚର୍ଚ୍ଚା ଏବେ ସବୁଆଡ଼େ ହେଉଛି । ତାଙ୍କ ଫିଲ୍ମ ‘ବ୍ୟାଡ଼ ନ୍ୟୁଜ୍’ ଯାହା ରିଲିଜ ହେବାକୁ ଅଛି । ସେହିଭଳି ଫିଲ୍ମର ଗୀତ ବି ଗୋଟିଏ ପରେ ଗୋଟିଏ ରିଲିଜ ହେବାକୁ ଲାଗିଛି। ଯେଉଁଥିରେ କେତେବେଳେ ତାଙ୍କ ଡ୍ୟାନ୍ସର ତାରିଫ ହେଉଥିବାବେଳେ କେବେ ତୃପ୍ତି ଡିମରୀଙ୍କ ସହ ରୋମାଣ୍ଟିକ ଗୀତର ଭାଇରାଲ ହେଉଛି । ଫିଲ୍ମ ‘ବ୍ୟାଡ ନ୍ୟୁଜ’ର ପ୍ରମୋଶନରେ ଅଭିନେତା ବ୍ୟସ୍ତ ଅଛନ୍ତି ।

ଏହି ପ୍ରମୋଶନ ମଧ୍ୟରେ ବିକ୍କି କୌଶଲଙ୍କୁ ନିଜ ଫିଲ୍ମ କ୍ୟାରିୟରର ୧୨ବର୍ଷର ଜର୍ଣ୍ଣି ମନେ ପଡ଼ି ଯାଇଛି । ପ୍ରକାଶ ଯେ, ବିକ୍କି କୌଶଲ ଆଜି ତଥା ୧୦ଜୁଲାଇରେ ହିଁ ପ୍ରଥମ ଅଡ଼ିଶନ ଦେଇଥିଲେ । ତା’ର ଫଟୋ ସେୟାର କରି ବିକ୍କି ଫ୍ୟାନ୍ସଙ୍କୁ ଥ୍ୟାଙ୍କୟୁ ଲେଖିଛନ୍ତି ।

ବିକ୍କି କୌଶଲ ଦୁଇଟି ଫଟୋ ସେୟାର କରିଛନ୍ତି ଯେଉଁଥିରେ ଗୋଟିଏରେ ଅଡ଼ିଶନର ଫଟୋ ତ ଅନ୍ୟଟିରେ ଚଳିତ ବର୍ଷ ମିଳିଥିବା ଷ୍ଟାରଡମର ଫଟୋ ଅଟେ । ବିକ୍କି ଫଟୋ ସେୟାର କରି ଲେଖିଛନ୍ତି କି, ଏହି ଦିନ ୧୨ବର୍ଷ ହୋଇଗଲା… କିଛି ବି ଗୋଟିଏ ରାତିରେ ହୋଇନାହିଁ । ସବୁବେଳେ ଆପଣଙ୍କ ପ୍ରେମ ଏବଂ ଆର୍ଶିବାଦ ଲାଗି ଅନୁଗ୍ରହ ରହିବି ’।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.