ପ୍ରମୂଖ ଖବର
  • ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା : ଫ୍ଲାଗମାର୍ଚ୍ଚରେ ପୁଲିସ୍‌ର ଶକ୍ତି ପ୍ରଦର୍ଶନ, ୩୦ ପ୍ଲାଟୁନ ପୁଲିସଙ୍କୁ ନେଇ ସହର ପରିକ୍ରମା
  • ||
  • ମିଆଁମାରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ଼
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ସମ୍ବଲପୁରରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ପରାଧି ସୀତାରାମ ଷଡ଼ଙ୍ଗୀର ଗୋଡ଼ରେ ବାଜିଲା ଗୁଳି
  • ||
  • ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି, ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ
  • ||
  • ଏଥର ରାଜ୍ୟରେ ଠିକ୍‌ ସମୟରେ ପହଞ୍ଚିବ ମୌସୁମୀ ବାୟୁ: ଜୁନ୍‌ରେ ସ୍ୱାଭାବିକ ବର୍ଷା, ଜୁଲାଇ ଅଧାରୁ ଅଗଷ୍ଟ ଅଧା ଯାଏ ବର୍ଷା କମିବ
  • ||
  • ଭୁବନେଶ୍ୱର : ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ସାଙ୍ଗ
  • ||
  • ବ୍ରହ୍ମପୁର : ଟ୍ରେ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

IPL-2025: ଅଭିଷେକଙ୍କ ବିଧ୍ୱଂସୀ ଶତକ; ହାଇଦ୍ରାବାଦର ଏୈତିହାସିକ ବିଜୟ, ପଞ୍ଜାବକୁ କମ ପଡିଲା ୨୪୫

Published By : Bijay Swain | April 12, 2025 11:35 PM

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ ଇତିହାସର ଦ୍ୱିତୀୟ ସର୍ବାଧିକ ରନକୁ ଚେଜ୍ କରି ଦେଖାଇଛି। ଶନିବାର ହୋଇଥିବା ଦ୍ୱିତୀୟ ମ୍ୟାଚରେ ଦଳ ପଞ୍ଜାବ କିଙ୍ଗ ବିରୁଦ୍ଧରେ ୨୪୬ ରନର ଟାର୍ଗେଟ ମାତ୍ର ୧୮ ଓଭରରେ ହିଁ ହାସଲ କରି ଦେଖାଇଛି। ଦଳ ପକ୍ଷରୁ ଅଭିଷେକ ଶର୍ମା ୧୪୧ ରନର ପାରି ଖେଳି ନିଜର ପ୍ରଥମ ଶତକ ହାସଲ କରିଛନ୍ତି।

ହାଇଦ୍ରାବାଦ ତରଫରୁ ଟ୍ରେବିସ ହେଡ ୬୭ ରନ ବନାଇଛନ୍ତି। ସେ ଅଭିଷେକଙ୍କ ସହ ମିଶି ୧୭୧ରନର ପାର୍ଟନରସିପ ରନ ସଂଗ୍ରହ କରିଥିଲେ। ହର୍ଷଲ ପଟେଲ ୪ଟି ୱିକେଟ ହାତେଇବାରେ ସକ୍ଷମ ହୋଇଥିଲେ।  ସେହିଭଳି ପଞ୍ଜାବ କିଙ୍ଗସ୍ ର କ୍ୟାପଟେନ ଶ୍ରେୟସ ଅୟର ୮୨ ରନ ସଂଗ୍ରହ କରି ଦଳକୁ ୨୪୫ ରନ ସଂଗ୍ରହ କରିବାରେ ସାହାଯ୍ୟ କରିଥିଲେ। ହାଇଦ୍ରାବାଦର ରାଜିବ ଗାନ୍ଧୀ ଷ୍ଟାଡିୟମରେ ଟସ୍ ଜିତି ପଞ୍ଜାବ ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.