ପ୍ରମୂଖ ଖବର
  • କେନ୍ଦୁଝର : ଗଛକୁ ଧକାଦେଇ ଓଲଟିଲା ଆମ୍ବୁଲାନ୍ସ, ୫ଆହତ
  • ||
  • ବିନିକା : ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ୱର : ସମୁଦ୍ରରେ ବୁଡିଲେ ୩ ପର୍ଯ୍ୟଟକ; ଜଣେ ମୃତ, ଜଣେ ନିଖୋଜ, ଜଣେ ଉଦ୍ଧାର
  • ||
  • ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ ଅତି ଜରୁରି ଭାରତ-କାନାଡ଼ା ସମ୍ପର୍କ
  • ||
  • ଫୁଲୁରି ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ଶ୍ରୀଜିଉ, ନବମୀ ଯାଏ ଚାଲିବ ଓଷ ଲାଗି, ଜୋରସୋରରେ ଚାଲିଛି ରଥ କାର୍ଯ୍ୟ
  • ||
  • ଡାଇରିଆ ଅଣାୟତ୍ତ, ହାଇଆଲର୍ଟରେ ସମସ୍ତ ଜିଲ୍ଲା, ୨୯୮ଜଣ ନୂଆ ରୋଗୀ ଚିହ୍ନଟ, ସାମୀକ୍ଷା କଲେ ସିଏସ୍
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ, ବିଜାପୁରରେ ୩ଜଣଙ୍କୁ ହତ୍ୟା, ରାତିରେ ୧୦ ଗ୍ରାମବାସୀଙ୍କୁ ଉଠାଇ ନେଇଥିଲେ
  • ||
  • ଆଗେଇଲା ମୌସୁମୀ... ଆଜି, କାଲି ବଡ଼ ବର୍ଷା, ୨୦ରୁ କମିବ
  • ||
  • ଗଞ୍ଜାମ : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ ହତ୍ୟା କଲା ନୃଶଂସ ସ୍ତ୍ରୀ
  • ||
  • ଗୋପାଳପୁର ଗଣଦୁଷ୍କର୍ମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||

IPL 2025: ଆଜି ରାଜସ୍ଥାନ ରୟାଲ୍ସ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍

Published By : Prameya | April 13, 2025 9:38 AM

ଜୟପୁର,୧୩/୦୪: ଚଳିତ ଆଇପିଏଲ୍‌ର ୨୮ତମ ଲିଗ୍‌ ମୁକାବିଲାରେ ଆଜି ରାଜସ୍ଥାନ ରୟାଲ୍ସ ଘରୋଇ ଗ୍ରାଉଣ୍ଡ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ। ଉଭୟ ଦଳ ଇତି ମଧ୍ୟରେ ୫ଟି  ଲେଖାଏଁ ମ୍ୟାଚ୍‌ ଖେଳି ସାରିଛନ୍ତି । ରୟାଲ୍‌ ଚ୍ୟାଲେଞ୍ଜର୍ସ ୩ଟି ଓ ରାଜସ୍ଥାନ ରୟାଲ୍ସ ୨ଟି  ମ୍ୟାଚ୍‌ ଜିତି ଯଥାକ୍ରମେ ୬ ଓ ୪ ପଏଣ୍ଟ ଅର୍ଜନ କରିଛନ୍ତି । ବର୍ତ୍ତମାନ ପଏଣ୍ଟ ବଢ଼ାଇବାର ସମୟ ଆସିଛି । ତେଣୁ ଉଭୟ ଦଳ ପାଇଁ ଆଜିର ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ । 

ରାଜସ୍ଥାନ ରୟାଲ୍ସ ଜୟପୁରରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ଏଥର ଘରୋଇ ଗ୍ରାଉଣ୍ଡ ଭାଗ୍ୟ ବଦଳାଇବ ବୋଲି ଆଶା ରଖିଛି । ମାତ୍ର ଏହା ପୂର୍ବରୁ ଅନେକ ତ୍ରୁଟି ସୁଧାରିବାକୁ ହେବ । ବିଶେଷ କରି ବ୍ୟାଟିଂ ବିଭାଗରେ ଉନ୍ନତି ଜରୁରି । କେବଳ ସଞ୍ଜୁ ସାମସନଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ନିୟମିତ ଭାବେ ଉନ୍ନତ ପ୍ରଦର୍ଶନ କରୁ ନାହାନ୍ତି । ମଧ୍ୟକ୍ରମରେ ଦକ୍ଷ ବ୍ୟାଟରଙ୍କ ଅଭାବ ରହିଥିବାରୁ ବଡ଼ ବିଜୟ ଲକ୍ଷ୍ୟର ପିଛା କରିବା ସମୟରେ ଦଳ ଚାପର  ବଶବର୍ତ୍ତୀ ହେବା ସ୍ୱାଭାବିକ । ତେଣୁ ବୋଲିଂ  ବିଭାଗକୁ ଶୃଙ୍ଖଳିତ ପ୍ରଦର୍ଶନ କରିବାକୁ ହେବ ।  

ରୟାଲ୍‌ ଚ୍ୟାଲେଞ୍ଜର୍ସ ସବୁ ବିଭାଗରେ  ସନ୍ତୁଳିତ ମନେ ହେଉଛି । ତଥାପି ଛୋଟ ମୋଟ  ତ୍ରୁଟି ଯୋଗୁଁ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାଜିତ ହେବା  ପରେ ରାଜସ୍ଥାନ ରୟାଲ୍ସର ଚେତା ପଶିଛି ।  ପ୍ରତିପକ୍ଷର ସ୍ପିନ୍‌ ବିଭାଗ ମଧ୍ୟ ବ୍ୟାଟିଂ ବିଭାଗ  ଭୁଷୁଡ଼ାଇ ପାରିବେ ବୋଲି ରୟାଲ ଚ୍ୟାଲେଞ୍ଜର୍ସ  ଅନୁଭବ କରିଛି । ଆଜି ଦଳ ରାଜସ୍ଥାନ ରୟାଲ୍ସର ସ୍ପିନ ବିଭାଗ ପ୍ରତି ସତର୍କ ରହିବ।  

ପୂର୍ବ ରେକର୍ଡକୁ ଦେଖିଲେ ଆଜିର ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ମଧ୍ୟରେ ମୋଟ୍‌ ୩୨ଟି ମ୍ୟାଚ୍‌ ଖେଳାଯାଇଛି। ଏଥିରୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ୧୫ଟି  ଓ ରାଜସ୍ଥାନ ରୟାଲ୍ସ ୧୪ଟି ମ୍ୟାଚ୍‌ ଜିତିଛନ୍ତି । ୩ଟି ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଛି । 

ଆଜି ଉଭୟ ଦଳ ଏକାଦଶ  (ଦ୍ୱାଦଶ)ରେ ପରିବର୍ତ୍ତନ କରିବା ସମ୍ଭାବନା  ରହିଛି । ରୟାଲ୍‌ ଚ୍ୟାଲେଞ୍ଜର୍ସ ଲାଏମ ଲିଭିଙ୍ଗଷ୍ଟୋନଙ୍କୁ ବାଦ ଦେଇ ତାଙ୍କ ସ୍ଥାନରେ ଜାକବ ବେଥେଲଙ୍କୁ ଖେଳାଇପାରେ । ସେହିପରି  ରାଜସ୍ଥାନ ରୟାଲ୍ସ ଦଳକୁ ୱାନିଣ୍ଡୁ ହସରଙ୍ଗା  ପ୍ରତ୍ୟାବର୍ତ୍ତନ କରିବେ । 

ବିରାଟ କୋହଲି ଏକ ରେକର୍ଡ ସମକକ୍ଷ ହେବାର ସୁଯୋଗ ରହିଛି । ସେ ଆଜି  ଅର୍ଦ୍ଧଶତକ ଅର୍ଜନ କଲେ ଦ୍ୱିତୀୟ ବ୍ୟାଟରଭାବେ  ଟି-ଟ୍ୱେଣ୍ଟିରେ ୧୦୦ ଅର୍ଦ୍ଧଶତକ ପୂରଣ କରିବେ ।  କେବଳ ଡେଭିଡ୍‌ ୱାର୍ଣ୍ଣର ଟି-ଟ୍ୱେଣ୍ଟିରେ ୧୦୦  ଅର୍ଦ୍ଧଶତକ ପୂରଣ କରିଛନ୍ତି ।  

ସୱାଇ ମାନସିଂ ଷ୍ଟାଡିୟମ୍‌ର ପିଚ୍‌  ସ୍ପିନରଙ୍କୁ ସହାୟତା କରିବାର ରେକର୍ଡ ରହିଛି । ଅପରାହ୍ଣରେ ମ୍ୟାଚ୍‌ ଖେଳାଯାଉଥିବାରୁ ଟସ୍‌  ସେଭଳି ଗୁରୁତ୍ୱ ବହନ କରିବ ନାହିଁ । ମାତ୍ର ସ୍ଥାନୀୟ ତାପମାତ୍ର ୩୮ଡିଗ୍ରୀ ସେଲସିୟସ  ଅତିକ୍ରମ କରିବାର ଆଶଙ୍କା ଥିବାରୁ ଟସ୍‌ ବିଜୟୀ  ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ସମ୍ଭାବ୍ୟ ଦ୍ୱାଦଶ

ରାଜସ୍ଥାନ ରୟାଲ୍ସ :- ସଞ୍ଜୁ ସାମସନ(ଅଧିନାୟକ), ଯଶସ୍ୱୀ  ଜୈସ୍ୱାଲ୍‌, ନୀତିଶ ରାଣା, ରିୟାନ ପରାଗ,  ଧ୍ରୁବ ଜୁରେଲ, ସିମରନ ହେତମାୟର,  ୱାନିଣ୍ଡୁ ହସରଙ୍ଗା, ଜୋଫ୍ରା ଆର୍ଚର, ମହୀଶ  ତୀକ୍ଷଣା, ତୁଷାର ଦେଶପାଣ୍ଡେ, ସନ୍ଦିପ  ଶର୍ମା, ଫଜଲହକ୍‌ ଫାରୁକି ।

ରୟାଲ୍‌ ଚ୍ୟାଲେଞ୍ଜର୍ସ :-  ଫିଲ ସଲ୍ଟ, ବିରାଟ କୋହଲି, ଦେବଦତ୍ତ ପାଡ଼ିକଲ, ରଜତ ପାତିଦାର(ଅଧିନାୟକ), ଲାଏମ ଲିଭିଙ୍ଗଷ୍ଟୋନ/ଜାକବ ବେଥେଲ, ଜିତେଶ ଶର୍ମା, ଟିମ ଡେଭିଡ୍‌, କୃନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜୋସ ହାଜେଲଉଡ୍‌, ୟଶ ଦୟାଲ, ସୂୟାଶ ଶର୍ମା।

IPL-2025: ଅଭିଷେକଙ୍କ ବିଧ୍ୱଂସୀ ଶତକ; ହାଇଦ୍ରାବାଦର ଏୈତିହାସିକ ବିଜୟ, ପଞ୍ଜାବକୁ କମ ପଡିଲା ୨୪୫


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.