ନୂଆଦିଲ୍ଲୀ,୧୭/୦୭: ବେଙ୍ଗାଲୁରୁ ଶ୍ରୀ କାନ୍ତିରବ ଷ୍ଟାଡିୟମରେ ଆସନ୍ତା ୫ ତାରିଖରେ ଆୟୋଜିତ ହେବାକୁ ଯାଉଛି ନୀରଜ ଚୋପ୍ରା (ଏନ୍ସି) କ୍ଲାସିକର ପ୍ରଥମ ସଂସ୍କରଣ । ପ୍ରକୃତରେ ଏହା ମେ’ ୨୪ ତାରିଖରେ ଆୟୋଜିତ ହେବାର ଥିଲା । ମାତ୍ର ଭାରତ-ପାକିସ୍ତାନ ମଧ୍ୟରେ ସୀମାରେ ଉତ୍ତେଜନା ଯୋଗୁ ପ୍ରତିଯୋଗିତାର ପୁନଃସୂଚୀ କରାଯାଇଥିଲା ।
ଅଲିମ୍ପିଆନ ନୀରଜ ଏହି ପ୍ରତିଯୋଗିତାକୁ ନେଇ ବେଶ ଉତ୍ସାହିତ ରହିଛନ୍ତି । ଘରୋଇ ମାଟିରେ ସ୍ୱର୍ଣ୍ଣ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି । ସେ କହିଛନ୍ତି, ‘ଏକଦା ମୋର ସ୍ୱପ୍ନ ଥିଲା, ବିଶ୍ୱବାସୀଙ୍କ ସାମ୍ନାରେ ଆମ ଜାତୀୟ ପତାକାକୁ ଶୀର୍ଷକୁ ନେବା । ଏବେବି ସେ ସ୍ୱପ୍ନ ରହିଛି । କିନ୍ତୁ ମଞ୍ଚ ପରିବର୍ତ୍ତନ ହୋଇଛି । ଏଥର ନିଜର ଘରୋଇ ମାଟିରେ, ନିଜ ଲୋକମାନଙ୍କ ସାମ୍ନାରେ ଜାତୀୟ ପତାକାକୁ ଶୀର୍ଷରେ ଉଡ଼ାଇବାକୁ ଚାହେଁ । ବିଶ୍ୱର ଶ୍ରେଷ୍ଠ ଜାଭେଲିନ ଫିଙ୍ଗାଳିମାନେ ଏଠାକୁ ଆସିବେ ଏବଂ ନୂଆ ଚାମ୍ପିଅନ ହେବାକୁ ପ୍ରତିଦ୍ୱନ୍ଦ୍ୱିତା କରିବେ ।’