ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ, ପ୍ରଥମ ବିଜୟ ଲକ୍ଷ୍ୟରେ ପୁରୁଷ ଦଳ

Published By : Prameya | June 14, 2025 12:01 PM

ନୂଆଦିଲ୍ଲୀ,୧୪/୦୬:  ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଆଜି ଭାରତୀୟ ପୁରୁଷ ଓ ମହିଳା ଦଳ ଅଷ୍ଟ୍ରେଲିଆକୁ ଭେଟିବେ । ପୁରୁଷ ଦଳ ନେଦରଲାଣ୍ଡସ ଓ ଆର୍ଜେଣ୍ଟିନା ଠାରୁ ପରାସ୍ତ ହେବା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛି । ଭାରତୀୟ ମହିଳା ଦଳ ୟୁରୋପ  ଗସ୍ତରେ ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ବିଦେଶ ମାଟିରେ ପ୍ରୋ ଲିଗ୍‌ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ମ୍ୟାଚଟି  ଲଣ୍ଡନରେ ଖେଳାଯିବ ।  

ପୁରୁଷ ଦଳ 

ଭାରତ ଏ ପର୍ଯ୍ୟନ୍ତ ସିଜନରେ ୧୨ଟି  ମ୍ୟାଚ୍‌ ଖେଳି ସାରିଲାଣି । କିନ୍ତୁ ଦଳ ମାତ୍ର ୧୫ ପଏଣ୍ଟ ହାସଲ କରିବାରେ ସଫଳ ହୋଇଛି । ମାତ୍ର ୫ଟି ମ୍ୟାଚ୍‌ରେ ଜିତି ପାରିଛି । ବିଦେଶରେ ନେଦରଲାଣ୍ଡସ ବିପକ୍ଷରେ ଅଭିଯାନ ଆରମ୍ଭ କରିଥିଲା ।  ଉଭୟ ମ୍ୟାଚ୍‌ରେ ଦଳ ନେଦରଲାଣ୍ଡସ ଠାରୁ (୨-୨, ୩-୨ ଗୋଲ)  ପରାଜିତ ହୋଇଥିଲା । ସେମିତି ଆର୍ଜେଣ୍ଟିନା ଠାରୁ  ଯଥାକ୍ରମେ ୪-୩ ଏବଂ  ୨-୧ ଗୋଲରେ ପରାସ୍ତ ହୋଇଥିଲା । 

ଭାରତ ଆସନ୍ତା  ୧୪ ଓ ୧୫ ତାରିଖରେ  ଅଷ୍ଟ୍ରେଲିଆକୁ ଭେଟିବ ।  ଆର୍ଜେଣ୍ଟିନା ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ପ୍ରଥମେ ଗୋଲ ଖାତା ଖୋଲିଥିଲା ଖେଳର ଚତୁର୍ଥ ମିନିଟରେ ଦଳକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଯୁଗରାଜ ସିଂ ଏହି  ଗୋଲଟି ଦେଇଥିଲେ । ନବମ ମିନିଟ୍‌ରେ  ଆର୍ଜେଣ୍ଟିନାକୁ ପେନାଲ୍ଟି  କର୍ଣ୍ଣର ମିଳିଥିଲା । ଟୋମାସ ଡୋମେନ  ଗୋଲ୍‌ ଦେଇ ସ୍ଥିତି ବରାବର କରିଥିଲେ ।  ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟର ଖେଳ  ପ୍ରବଳ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଅନ୍ତିମ  କ୍ୱାର୍ଟରରେ ଆର୍ଜେଣ୍ଟିନା ଏକ ପେନାଲ୍ଟି କର୍ଣ୍ଣର  (୪୯ ମିନିଟ) ପାଇଥିଲା । ଡୋମେନ ଏହି ଗୋଲ୍‌ ଦେଇ ଦଳକୁ ୨-୧ରେ ଅଗ୍ରଣୀ  କରାଇଥିଲେ । ଭାରତୀୟ ଖେଳାଳି ବହୁ  ପ୍ରୟାସ କରି ମ୍ୟାଚ ବଞ୍ଚାଇବାକୁ ଉଦ୍ୟମ  କରିଥିଲେ । କିନ୍ତୁ ସଫଳ ହୋଇପାରି  ନଥିଲେ । କ୍ରମାନ୍ୱୟରେ ଦଳ ୪ଟି ମ୍ୟାଚ୍‌  ହାରିବା ଯୋଗୁ ପଏଣ୍ଟରେ କୌଣସି ବୃଦ୍ଧି  ହୋଇନି । ଫଳରେ ଭାରତ ଟେବୁଲର  ପଞ୍ଚମ ସ୍ଥାନକୁ ଖସି ଆସିଛି । ଟେବୁଲରେ  ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିପାରିଲେ  ଦଳ ଆଗାମୀ ବିଶ୍ୱକପ୍‌କୁ ଦଳ ସିଧାସଳଖ ଯୋଗ୍ୟତା ହାସଲ କରିପାରନ୍ତା । 

 ମହିଳା ଦଳ 

ଭାରତୀୟ ମହିଳା ଦଳ ଘରୋଇ  ଗ୍ରାଉଣ୍ଡରେ ୮ଟି ମ୍ୟାଚ୍‌  ଖେଳି ମାତ୍ର ୯ ପଏଣ୍ଟ  ପାଇଛି । ୨ଟି ଦଳ ଜିତିବାରେ  ସଫଳ ହୋଇଛି । ବିଦେଶରେ  ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ  ଆରମ୍ଭ କରିବ । ଅଷ୍ଟ୍ରେଲିଆ ଭଳି  ଶକ୍ତିଶାଳୀ ଦଳକୁ ସାମ୍ନା କରିବ । ପ୍ରଥମ  ମ୍ୟାଚ୍‌ ଆସନ୍ତାକାଲି ଏବଂ ଦ୍ୱିତୀୟ ମ୍ୟାଚ୍‌  ୧୫ ତାରିଖରେ ଖେଳାଯିବ । ଏହାପରେ  ୧୭ ଓ ୧୮ରେ ଆର୍ଜେଣ୍ଟିନା, ୨୧ ଓ ୨୨ରେ  ବେଲଜିୟମ ଏବଂ ୨୮ ଓ ୨୯ରେ ଚୀନକୁ  ଭେଟିବା ପରେ ଦଳର ସିଜନ ଶେଷ ହେବ ।  ସଲିମା ଟେଟେଙ୍କ ନେତୃତ୍ୱରେ ଦଳ ଭଲ  ପ୍ରଦର୍ଶନ କରିବ ବୋଲି ଆଶା ରହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.