ପ୍ରମୂଖ ଖବର
  • ୬ ମାସରେ ୫ ବଡ଼ ଅଘଟଣ, ଲିଭିଛି ୩୫୭ ଜୀବନ ଦୀପ
  • ||
  • ମାଲକାନଗିରି ପୁଲିସକୁ ବଡ଼ ସଫଳତା, ୨ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ
  • ||
  • ମୁଖ୍ୟମନ୍ତ୍ରୀଙ୍କ ରଜ ଭେଟି, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କର ବଢିଲା ଭତ୍ତା
  • ||
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

କାଉଣ୍ଟି ଖେଳିବେ ଋତୁରାଜ

Published By : Rasmita Pradhan | June 11, 2025 10:34 AM

ନୂଆଦିଲ୍ଲୀ, ୧୧/୬ : ଚେନ୍ନାଇ ସୁପରକିଙ୍ଗ୍‌ସ ଅଧିନାୟକ ତଥା ଯୁବ ଓପନର ଋତୁରାଜ ଗାଏକୱାଡ୍‌ କାଉଣ୍ଟି ଚାମ୍ପିଅନସିପ୍‌ ଖେଳିବାକୁ ଯାଉଛନ୍ତି । ଏନେଇ ସେ ୟର୍କସାୟର କ୍ଲବ୍‌ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ସେ ଆଗାମୀ ଜୁଲାଇରେ କ୍ଲବ୍‌ ସହ ଯୋଗଦେଇ ୫ଟି କାଉଣ୍ଟି ଚାମ୍ପିଅନସିପ୍‌ ମ୍ୟାଚ୍‌ ସମେତ ମେଟ୍ରୋ ବ୍ୟାଙ୍କ୍‌ ଦିନିକିଆ କପ୍‌ ଖେଳିବେ । 

ମହାରାଷ୍ଟ୍ରର ପ୍ରଥମ ଖେଳାଳି ଭାବେ ଋତୁରାଜ କାଉଣ୍ଟି କ୍ରିକେଟ୍‌ ଖେଳିବାକୁ ଯାଉଛନ୍ତି । ୨୮ ବର୍ଷୀୟ ଋତୁରାଜ ୬ଟି ଦିନିକିଆ ଓ ୨୩ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି । ସେ ଏବେ ଇଂଲଣ୍ଡ ଗସ୍ତରେ ଥିବା ଭାରତ ଏ’ ଦଳର ସଦସ୍ୟ ରହିଛନ୍ତି । ପ୍ରଥମ ଶ୍ରେଣୀ ଓ ଲିଷ୍ଟ ଏ’ କ୍ରିକେଟରେ ତାଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛନ୍ତି । ସେ ୩୮ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୪୧.୭୭ ଆଭରେଜରେ ୨,୬୩୨ ରନ୍‌ (୭ ଶତକ, ୧୪ ଅର୍ଦ୍ଧଶତକ) ଏବଂ ୮୬ଟି ଲିଷ୍ଟ ଏ’ ମ୍ୟାଚ୍‌ରୁ ୫୬.୧୫ ଆଭରେଜରେ ୪,୩୨୪ ରନ୍‌ (୧୬ ଶତକ, ୧୭ ଅର୍ଦ୍ଧଶତକ) ସଂଗ୍ରହ କରି ସାରିଛନ୍ତି । ଗତ ଆଇପିଏଲ୍‌ରେ ସେ ସୁପରକିଙ୍ଗ୍‌ସ ଦଳର ନେତୃତ୍ୱ ନେଇଥିଲେ । ମାତ୍ର କହୁଣୀରେ ଆଘାତ ପାଇଁ ସିଜନ ଅଧାରୁ ଓହରି ଯାଇଥିଲେ । ଗାଏକୱାଡ୍‌ କହିଛନ୍ତି, ୟର୍କସାୟର କ୍ଲବ୍‌ ସହ ଯୋଗଦେବାକୁ ଉତ୍ସୁକତାର ସହ ଅପେକ୍ଷା କରିଛି । କାଉଣ୍ଟି ଖେଳିବାର ସ୍ୱପ୍ନ ପୂରଣ ହୋଇଥିବାରୁ ବହୁତ ଖୁସି ଅଛି । ୟର୍କସାୟର ପକ୍ଷରୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.