ପ୍ରମୂଖ ଖବର
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ସତରଞ୍ଜ ଖେଳରେ ନୂଆ ଯୁଗ; ଟପ୍ ୧୦ରେ ୪ ଭାରତୀୟ ଚେସ୍ ଗ୍ରାଣ୍ଡମାଷ୍ଟର

Published By : Ankita S | June 9, 2025 12:24 PM

ନୂଆଦିଲ୍ଲୀ,୦୯/୦୬: ଭାରତୀୟ ସତରଞ୍ଜ ଖେଳରେ ନୂଆ ଯୁଗ ଆରମ୍ଭ ହୋଇଛି । ଇତିହାସରେ ପ୍ରଥମ ଥର ପାଇଁ ୪ ଶ୍ରେଷ୍ଠ ଚେସ୍ ଗ୍ରାଣ୍ଡମାଷ୍ଟର ଟପ୍‌ ୧୦ ରାଙ୍କରେ ସ୍ଥାନ ପାଇଛି । ଡି.ଗୁକେଶ କୁମାର, ଅର୍ଜୁନ ଏରିଗାଇସି ଏବଂ ଆର ପ୍ରଜ୍ଞାନାନ୍ଦନ ରହିଛନ୍ତି । ଅରବିନ୍ଦ ଚିତାମ୍ଭରମ ୨୭୫୭.୮ ପଏଣ୍ଟ ସହ ନବମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

ଶୁକ୍ରବାର ଆର୍ମେନିଆର ଜେରମୁକରେ ଷଷ୍ଠ ଷ୍ଟେପାନ ଅଭଗ୍ୟାନ ମେମୋରିଆଲରେ ଅରବିନ୍ଦଙ୍କ ବିଜୟ ପରେ ଏହି ମାଇଲଖୁଣ୍ଟ ସ୍ଥାପନ ହୋଇଛି । ଅରବିନ୍ଦ ତାଙ୍କ ବନ୍ଧୁ ଆରବି ରମେଶ ଏବଂ ସାଥୀ ପ୍ରଜ୍ଞାନାନନ୍ଦାଙ୍କ ସହ ଟପ୍ ୧୦ରେ ସ୍ଥାନ ପାଇଛନ୍ତି । ରମେଶ ଓ ପ୍ରଜ୍ଞାନାନନ୍ଦାନ ଦୁହେଁ ନବମ ରାଉଣ୍ଡରେ ୬.୫ ପଏଣ୍ଟ ହାସଲ କରିଥିଲେ । କିନ୍ତୁ ଅରବିନ୍ଦ ଅଧିକ ସୋନେବର୍ଣ୍ଣ-ବର୍ଗର ସ୍କୋର ପାଇଁ ଟାଇଟଲ ଜିତିଥିଲେ । ଯାହାକୁ ଟପ୍ ପ୍ରତିନ୍ଦ୍ବନ୍ଦୀଙ୍କ ବିପକ୍ଷରେ ବଡ଼ ବିଜୟ ବୋଲି ବିବେଚନା କରାଯାଉଛି ।

ଏହା ବି ପଢନ୍ତୁ...ଫ୍ରେଞ୍ଚ୍‌ ଓପନ: ଫାଇନାଲ୍‌ରେ ବିଶ୍ୱର ୧ନଂ ସିନରଙ୍କୁ ହରାଇ ଅଲକାରାଜ ଚାମ୍ପିଅନ୍, ଜିତିଲେ କ୍ୟାରିୟର୍‌ର ପଞ୍ଚମ ଗ୍ରାଣ୍ଡ୍‌ସ୍ଲାମ

ବର୍ତ୍ତମାନ ଅର୍ଜୁନ ଏରିଗାଇସି ୨୭୭୮.୬ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ଯାହା ଡି.ଗୁକେଶଙ୍କ ନିକଟ (୨୭୭୬.୬) ନିକଟ । ଡି.ଗୁକେଶ ପଞ୍ଚମ ସ୍ଥାନରେ ଅଛନ୍ତି । ପ୍ରଜ୍ଞାନାନନ୍ଦ ଏବେ ୨୭୭୪.୨ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛନ୍ତି । ୮୩.୫୯ ପଏଣ୍ଟ ସହ ଫିଡେ ସର୍କିଟର ନେତୃତ୍ୱ ନେଉଛନ୍ତି ପ୍ରଜ୍ଞାନାନନ୍ଦ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.