ପ୍ରମୂଖ ଖବର
  • ୬ ମାସରେ ୫ ବଡ଼ ଅଘଟଣ, ଲିଭିଛି ୩୫୭ ଜୀବନ ଦୀପ
  • ||
  • ମାଲକାନଗିରି ପୁଲିସକୁ ବଡ଼ ସଫଳତା, ୨ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ
  • ||
  • ମୁଖ୍ୟମନ୍ତ୍ରୀଙ୍କ ରଜ ଭେଟି, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କର ବଢିଲା ଭତ୍ତା
  • ||
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଚତୁଃରାଷ୍ଟ୍ରୀୟ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ; ଭାରତୀୟ ଦଳ ଘୋଷଣା, ୫ ଓଡ଼ିଆ ସାମିଲ

Published By : Ankita S | June 11, 2025 9:50 AM

ନୂଆଦିଲ୍ଲୀ,୧୧/୦୬: ଚତୁର୍ଥ ଜାତୀୟ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ପାଇଁ ୨୪ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଏଥିରେ ୫ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି । ଅରଇଜିତ ସିଂ ହୁଣ୍ଡାଲଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଭାରତୀୟ ହକି ଦଳ ।

ଆସନ୍ତା ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ବର୍ଲିନରେ ଖେଳାଯିବ ଜୁନିୟର ଚତୁଃରାଷ୍ଟ୍ରୀୟ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ । ଏଥିରେ ଭାରତ, ଜର୍ମାନୀ, ସ୍ପେନ ଓ ଅଷ୍ଟ୍ରେଲିଆ ସାମିଲ ହେବେ । ହକି ଇଣ୍ଡିଆ ପକ୍ଷରୁ ୨୪ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ଓଡ଼ିଶାରୁ ୫ ଜଣ ଖେଳାଳି ରହିଛନ୍ତି । 

ସେମାନେ ହେଲେ ଗୋଲକିପର ବିବେକ ଲାକ୍ରା, ବିକ୍ରମଜିତ୍ ସିଂହ । ଡିଫେଣ୍ଡର ଅନମୋଲ ଏକ୍କା, ଅମିର ଅଲି (ଉପଅଧିନାୟକ), ତାଲେମ୍ ପ୍ରିୟବ୍ରୋତ, ସର୍ଦାନନ୍ଦ ତିୱାରୀ, ସୁନୀଲ ପି ବି, ରୋହିତ, ରବନୀତ ସିଂହ ଓ ସୁଖବିନ୍ଦର । ମିଡଫିଲ୍ଡର ରୋଶନ କୁଜୁର, ରୋହିତ କୁଲୁ ଓ ଆଦ୍ରୋହିତ ଏକ୍କା । 

ଅରଇଜିତ ସିଂ ହୁଣ୍ଡାଲଙ୍କୁ ଦଳର ଅଧିନାୟକ ଓ ଅମିର ଅଲ୍ଲିଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଭାରତୀୟ ଦଳ ପାଇଁ ଜୁନିୟର ବିଶ୍ୱକପ୍‌ ପ୍ରସ୍ତୁତିରେ ସହାୟକ ହେବ । ଚଳିତ ବର୍ଷ ନଭେମ୍ବର ୨୮ରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ଓ ମଦୁରାଇରେ ଜୁନିୟର ହକି ବିଶ୍ୱକପ୍‌ ଆୟୋଜିତ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.