ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

WTC ଫାଇନାଲ୍‌: ମାରକ୍ରମଙ୍କ ଅପରାଜିତ ଶତକ,ସତ ହେବାକୁ ଯାଉଛି ୨୭ ବର୍ଷର ସ୍ୱପ୍ନ,ବିଜୟ ଦ୍ୱାରରେ ଦକ୍ଷିଣ ଆଫ୍ରିକା

Published By : Prameya | June 14, 2025 8:33 AM

ଲଣ୍ଡନ,୧୩/୦୬: ଦୀର୍ଘ ୨୭ ବର୍ଷ  ଧରି ଏକ ଆଇସିସି ଟ୍ରଫି ଅପେକ୍ଷାରେ ରହିଥିବା ଦକ୍ଷିଣ ଆଫ୍ରିକାର ସ୍ୱପ୍ନ ସଫଳ ହେବାକୁ ବାକି ରହିଛି ଆଉ ମାତ୍ର ୬୯ରନ ।  ତାହା ପୁଣି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଟାଇଟଲ ।  ଏଥର ‘ଚୋକର’ ନାମ ହଟିବ ଓ ଯୋଡ଼ି ହେବ ‘ଚାମ୍ପିଅନ୍‌’ ଟାଇଟଲ । ଐତିହାସିକ  ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡ୍‌ରେ ଇତିହାସ ରଚିବାକୁ  ଯାଉଛି ଦକ୍ଷିଣ ଆଫ୍ରିକା । ଡିଫେଣ୍ଡିଂ ଚାମ୍ପିଅନ୍‌  ଅଷ୍ଟ୍ରେଲିଆ ବିପକ୍ଷରେ ତେମ୍ବା ବଭୁମାଙ୍କ  ଯୁବ ଦଳ ଦମ୍‌ଦାର ପ୍ରଦର୍ଶନ କରି ବିଜୟ  ଦ୍ୱାରରେ ଉପନୀତ ହୋଇଛି । ୨୮୨ ରନ୍‌  ବିଜୟ ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା  ଦ୍ୱିତୀୟ ଇନିଂସରେ ୨ ୱିକେଟ୍‌ ହରାଇ ୨୧୩  ରନ ସଂଗ୍ରହ କରି ନେଇଛି । ଶେଷ ୨ ଦିନରେ  ଦଳକୁ ବିଜୟ ପାଇଁ ୬୯ ରନ ଆବଶ୍ୟକ  ହେଉଥିବାବେଳେ ହାତରେ ରହିଛି ୮ଟି ୱିକେଟ୍‌ । 

ଶୁକ୍ରବାର ଅଷ୍ଟ୍ରେଲିଆକୁ ୨୦୭ ରନ୍‌ରେ ଅଲ୍‌ ଆଉଟ୍‌ କରିବା ପରେ ଦକ୍ଷିଣ ଆଫ୍ରିକା ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ଆଡେନ ମାରକ୍ରମ ଓ ବଭୁମା ଖେଳିଥିଲେ କ୍ୟାରିୟର୍‌ର ଶ୍ରେଷ୍ଠ ଇନିଂସ । ଉଭୟ ଅସମାପ୍ତ ତୃତୀୟ  ୱିକେଟ୍‌ରେ ୧୪୩ ରନ୍‌ର ଭାଗିଦାରୀ ଗଠନ  କରିଥିଲେ । ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ବୋଲିଂ ବିଭାଗକୁ ସାହସର ସହ ସାମ୍ନା କରି ମାରକ୍ରମ  ଅଷ୍ଟମ ଟେଷ୍ଟ ଶତକ ଅର୍ଜନ କରିଥିଲେ । 

ତୃତୀୟ ଦିବସରେ ଅଷ୍ଟ୍ରେଲିଆ ଅସମାପ୍ତ  ଦ୍ୱିତୀୟ ଇନିଂସ ୮/୧୪୪ ରନ୍‌ରୁ ବ୍ୟାଟିଂ ଆରମ୍ଭ କରିଥିଲା । ପୂର୍ବ ଦିନରୁ ଅପରାଜିତ ଥିବା ମିଚେଲ ଷ୍ଟାର୍କ ଓ ନାଥାନ ଲାୟନ ଆଉ ମାତ୍ର  ୪ ରନ ଯୋଗ କରିଥିଲେ । ରାବାଡ଼ା ୪୩ତମ ଓଭର ବୋଲିଂ କରିବାକୁ ଆସି ଲାୟନ୍‌ (୨)ଙ୍କୁ ଆଉଟ୍‌ କରିଥିଲେ । ଡିଫେଣ୍ଡିଂ ଚାମ୍ପିଅନ୍‌ ଦଳ  ୧୫୦ ଛୁଇଁବା ନେଇ ଆଶଙ୍କା ଦେଖା ଦେଇଥିଲା । ମାତ୍ର ଜୋସ ହାଜେଲଉଡ୍‌ ଅପରାଜିତ ଷ୍ଟାର୍କଙ୍କ ସହ ମିଶି ଲଢୁଆ ବ୍ୟାଟିଂ କରିଥିଲେ ।  ଉଭୟ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ସାହସର  ସହ ମୁକାବିଲା କରିଥିଲେ ଓ ଧିରେ ଧିରେ ଦଳୀୟ ସ୍କୋରକୁ ଆଗେଇ ନେଇଥିଲା । ଏକ  ସମୟରେ ଦକ୍ଷିଣ  ଆଫ୍ରିକା ମନୋବଳ  ହରାଇ ବସିଥିଲା । ଉଭୟ ୧୩୪ଟି ବଲ୍‌  ଖେଳି ୫୯ ରନ୍‌ର ଭାଗିଦାରୀ ଗଠନ  କରିବା ଫଳରେ ଦଳୀୟ ସ୍କୋର ୨୦୭ରେ  ପହଞ୍ଚିଥିଲା । ଆଡେନ ମାରକ୍ରମ ଶେଷ  ୱିକେଟ୍‌ ନେଇଥିଲେ। ହାଜେଲଉଡ୍‌ ୧୭  ରନ କରି ଆଉଟ୍‌ ହୋଇଥିଲେ । ଷ୍ଟାର୍କ  ୫୮ ରନ କରି ଅପରାଜିତ ରହିଥିଲେ । 

ପୂର୍ବରୁ ଲର୍ଡ୍ସରେ ମାତ୍ର ୨ଥର ୨୮୨ରୁ  ଅଧିକ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରି  କୌଣସି ଦଳ ବିଜୟୀ ହୋଇଥିଲେ । ୧୯୮୪ରେ ଇଂଲଣ୍ଡ ଧାର୍ଯ୍ୟ କରିଥିବା ୩୪୨ ରନ୍‌ର ବିଜୟ  ଲକ୍ଷ୍ୟ ଜବାବରେ ୱେଷ୍ଟ ଇଣ୍ଡିଜ ୧ ୱିକେଟ୍‌  ହରାଇ ବିଜୟ ହାସଲ କରିଥିଲା । ସେହିପରି ୨୦୦୪ରେ ନ୍ୟୁଜିଲାଣ୍ଡର ୨୮୨ ରନ୍‌ ଟାର୍ଗେଟ୍‌କୁ  ଇଂଲଣ୍ଡ ୩ ୱିକେଟ୍‌ ହରାଇ ହାସଲ କରିଥିଲା ।  

ସର୍ବଦା ବଡ଼ ମ୍ୟାଚ୍‌ରେ ଚାପର ବଶବର୍ତ୍ତୀ  ହୋଇ ହାରିବାରେ ରେକର୍ଡ କରିଥିବା ଦକ୍ଷିଣ  ଆଫ୍ରିକା ଏହି ମ୍ୟାଚ ଜିତିବ ବୋଲି ସହଜରେ ଅନୁମାନ କରିହେଉ ନଥିଲା । ହାତରେ  ଅଢ଼େଇ ଦିନ ଥିବାରୁ ସତର୍କତାର ସହ  ବ୍ୟାଟିଂ କରି ୱିକେଟ୍‌ ବଞ୍ଚାଇବା ଥିଲା ଉପଯୁକ୍ତ  ରଣନୀତି । ଅଷ୍ଟ୍ରେଲିଆ ମଧ୍ୟ ପ୍ରସ୍ତୁତ ଥିଲା। ର‌୍ୟାନ ରିକେଲଟନ (୬)ଙ୍କୁ ଆଉଟ୍‌ କରିଥିଲେ  ମିଚେଲ ଷ୍ଟାର୍କ । ଅନ୍ୟ ଓପନର ମାରକ୍ରମଙ୍କ ସହ  ୱିଆନ ମୁଲ୍ଡର ଯୋଗ ଦେଇ ସ୍ଥିତି ସୁଧାରିଥିଲେ ।  ଉଭୟ ୬୧ ରନ୍‌ର ଭାଗିଦାରୀ ଗଠନ କରି  ଦଳୀୟ ସ୍କୋରକୁ ୭୦ରେ ପହଞ୍ଚାଇଥିଲେ ।  ମୁଲ୍ଡର ୨୭ ରନ କରିଥିବାବେଳେ ଷ୍ଟାର୍କଙ୍କ  ବଲ୍‌ରେ ଆଉଟ୍‌ ହୋଇଥିଲେ । ତେମ୍ବା ବଭୁମା କ୍ରିଜକୁ  ଓହ୍ଲାଇବା ପରେ ବାଜି  ପଲଟିଥିଲା । ଅବଶ୍ୟ ବଭୁମା  ୨ ରନ କରିଥିବାବେଳେ  ଏକ ଜୀବନଦାନ ପାଇଥିଲେ ।  

ସ୍ଲିପ୍‌ରେ ଷ୍ଟିଭେନ ସ୍ମିଥ୍‌ ତାଙ୍କ  କ୍ୟାଚ ଛାଡ଼ିଥିଲେ । ଏହାପରେ  ବଭୁମା ଅଟକି ନଥିଲେ ।  ମାରକ୍ରମ ମଧ୍ୟ ଗୋଟିଏ ପାଶ୍ୱର୍  ସମ୍ଭାଳିଥିଲେ । ଅଷ୍ଟ୍ରେଲିଆ ବୋଲର ଆଉ  ଯୋଡି ଭାଙ୍ଗିପାରି ନଥିଲେ । ଉଭୟ ଦର୍ଶନୀୟ ସଟ୍‌ମାନ ଖେଳି ଦଳୀୟ ସ୍କୋରକୁ ଆଗେଇ  ନେଇଥିଲେ । ଅଧିନାୟକ କମିନ୍ସ ୬ଜଣ  ବୋଲରଙ୍କୁ ନିୟୋଜିତ କରିଥିଲେ । ହେଲେ  କିଛି ଫଳ ମିଳି ନଥିଲା । ମାରକ୍ରମ ଶତକ ଓ  ବଭୁମା ଅର୍ଦ୍ଧଶତକ ଅର୍ଜନ କରିବା ସହ ଦଳୀୟ  ସ୍କୋରକୁ ୨୧୩ରେ ପହଞ୍ଚାଇ ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.