ପ୍ରମୂଖ ଖବର
  • ସମ୍ବଲପୁର : ଯୁବକଙ୍କୁ ଛୁରୀ ଭୁସି ହତ୍ୟା
  • ||
  • ବାହାରିଲା ନିଟ୍ ୟୁଜି ୨୦୨୫ ରେଜଲ୍ଟ; ସ୍ନେହାଶିଷ ଦାସ ଓଡ଼ିଶା ଟପ୍ପର
  • ||
  • ପାରାଦୀପ ପୁରୁଣା ରେଲୱେ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଗଲା ୪ଟି ବଗି
  • ||
  • ବାହାରିଲା ନିଟ୍ ୟୁଜି ୨୦୨୫ ପରୀକ୍ଷା ଫଳ; neet.nta.nic.inରେ ରେଜଲ୍ଟ
  • ||
  • କୋଣାର୍କ ଯାତ୍ରୀ ନିବାସରେ ରଜ ପିଠା ଷ୍ଟଲ୍, ଦୋଳିରେ ଝୁଲିଲେ ପର୍ଯ୍ୟଟକ
  • ||
  • ବରଗଡ଼ : ଭେଉଁରିଆ ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଝୁଲିପଡ଼ିଲା ସ୍ୱାମୀ
  • ||
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଇଂଲଣ୍ଡ ଗସ୍ତରୁ ହଠାତ ଭାରତ ଫେରିଆସିଲେ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର

Published By : Tapas Panda | June 13, 2025 6:04 PM

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଇଂଲଣ୍ଡରୁ ଭାରତ ଫେରି ଆସିଛନ୍ତି ।  ଜୁନ୍ ୨୦ରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜର କିଛି ଦିନ ପୂର୍ବରୁ ସ୍ବଦେଶ ଫେରି ଆସିଛନ୍ତି ଗମ୍ଭୀର । ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଇଂଲଣ୍ଡ ବିପକ୍ଷରେ ଖେଳିବ । ତେବେ ସିରିଜ୍ ଆରମ୍ଭ ହେବାର ଗୋଟିଏ ସପ୍ତାହ ପୂର୍ବରୁ ଗୌତମ ଗମ୍ଭୀର ଭାରତ ଫେରି ଆସିଛନ୍ତି । ରିପୋର୍ଟ ଅନୁସାରେ, ଗୌତମ ଗମ୍ଭୀରଙ୍କ ମାଆଙ୍କୁ ହୃଦଘାତ ହୋଇଥିବାରୁ ସେ ସ୍ୱଦେଶ ଫେରିଛନ୍ତି । 

 ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ମାଆ ସୀମା ଗମ୍ଭୀରଙ୍କୁ ଜୁନ୍ ୧୧ରେ ହୃଦଘାତ ହୋଇଥିଲା । ଏହି କାରଣରୁ ଗମ୍ଭୀର ଇଂଲଣ୍ଡ ଗସ୍ତ ଅଧାରୁ ଭାରତ ଫେରି ଆସିଛନ୍ତି । ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ଗୌତମ ଗମ୍ଭୀର ଜୁନ୍ ୧୭ ସୁଦ୍ଧା ପୁଣି ଥରେ ଇଂଲଣ୍ଡ ଯିବେ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଜୁନ୍ ୨୦ରେ ପ୍ରଥମ ଟେଷ୍ଟ ଲିଡ୍ସରେ ଆରମ୍ଭ ହେବ । ଏହାପରେ ଆଜବେଷ୍ଟନ, ଲର୍ଡ୍ସ, ଓଲ୍ଡ ଟ୍ରାଫର୍ଡ ଓ ଓଭାଲରେ ଖେଳାଯିବ । 

 ଭାରତୀୟ ଟିମ୍ ଗତ ସପ୍ତାହରେ ଇଂଲଣ୍ଡ ପହଞ୍ଚିଥିଲା । ଏହି ସିରିଜ ୨୦୨୫-୨୭ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଅଂଶ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଟେଷ୍ଟ ଅବସର ପରେ ଯୁବ ଖେଳାଳିଙ୍କ ଉପରେ ବଡ଼ ଦାୟିତ୍ୱ ରହିଛି । ଶୁଭମନ ଗିଲଙ୍କୁ ଟିମର ଅଧିନାୟକ କରାଯାଇଥିବା ବେଳେ ରିଷଭ ପନ୍ତ ଉପ-ଅଧିନାୟକ ଦାୟିତ୍ବ ସମ୍ଭାଳିବେ । ୨୦୦୭ ପରେ ଇଂଲଣ୍ଡରେ ନିଜର ପ୍ରଥମ ଟେଷ୍ଟ ସିରିଜ ଜିତିବା ଏହି ଯୁବ ଟିମର ଲକ୍ଷ୍ୟ ରହିବ ।

 ମିଳିଥିବା ସୂଚନା ଅନୁସାରେ, ଗମ୍ଭୀର ଭାରତ ଫେରି ଆସିବା ପରେ ଦଳର ଦାୟିତ୍ବ ନେବେ ରେୟାନ ଟେନ ଡେଶକାଟେ । ଗମ୍ଭୀରଙ୍କ ଅନୁପସ୍ଥିତିରେ ସହାୟକ କୋଚ୍‌ ରେୟାନ ଟେନ୍‌ ଦଳର ପ୍ରିଶିକ୍ଷଣ ଦାୟିତ୍ବ ନେବେ ବୋଲି କୁହାଯାଉଛି । ତାଙ୍କୁ ବୋଲିଂ କୋଚ୍‌ ମୋର୍ନେ ମର୍କେଲ ଏବଂ ବ୍ୟାଟିଂ କୋଚ୍‌ ସୀତାଂଶୁ କୋଟାକ ସହାୟତା କରିବେ । 

 ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ

 ଶୁଭମନ ଗିଲ୍(ଅଧିନାୟକ), ରିଷଭ ପନ୍ତ(ଉପଅଧିନାୟକ/ଓ୍ଵିକେଟ୍ କିପର), ଯଶସ୍ଵୀ ଜୟସ୍ଵାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଈଶ୍ଵରନ, କରୁଣ ନାୟର, ନୀତିଶ ରେଡ୍ଡୀ, ରବୀନ୍ଦ୍ର ଜାଡ଼େଜା, ଧ୍ରୁବ ଜୁରେଲ(ଓ୍ଵିକେଟ୍ କିପର), ଓ୍ଵାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, ଆକାଶ ଦୀପ, ଅର୍ଶଦୀପ ସିଂ, କୁଲଦୀପ ଯାଦବ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.