ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଲର୍ଡସରେ ଦକ୍ଷିଣ ଆଫ୍ରିକାର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ହରାଇ ହାତେଇଲା WTC ଟ୍ରଫି

Published By : Tapas Panda | June 14, 2025 5:32 PM

ଲଣ୍ଡନ: ଚୋକର୍ସ ନୁହେଁ ଦକ୍ଷିଣ ଆଫ୍ରିକା ଚେଜ୍‌ ମାଷ୍ଟର । ଲର୍ଡସରେ ଇତିହାସ ରଚିଲା ବାଭୁମା ସେନା । ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକା ବିଜୟୀ । ୫ ଓ୍ବିକେଟ୍‌ରେ ମାତ୍ ଖାଇଲା ଡିଫେଣ୍ଡିଂ ଚାମ୍ପିଅନ୍ । ଅଷ୍ଟ୍ରେଲିଆର ଲଗାତାର ବିଜୟ ଆଶା ଧୂଳିସାତ୍ । ୨୭ ବର୍ଷ ଆଇସିସି ଟ୍ରଫିର ଶୂନ୍ୟସ୍ଥାନକୁ ଡବ୍ଲୁଟିସି ଫାଇନାଲ୍ ଜିତି ପୂରଣ କରିଛି ସାଉଥ୍ ଆଫ୍ରିକା । ‘କ୍ରିକେଟର ମକା’ ଲର୍ଡସରେ ଅଷ୍ଟ୍ରେଲିଆର କମିନ୍ସ ସେନାକୁ ୫ ଓ୍ବିକେଟରେ ମାତ୍ ଦେଇ ଚୋକର୍ସ ଟ୍ୟାଗ୍ ହଟାଇଛି ଦକ୍ଷିଣ ଆଫ୍ରିକା । ଆଉ ଡବ୍ଲୁଟିସିର ତୃତୀୟ ସଂସ୍କରଣକୁ ଜିତି ନେଇଛି ଦକ୍ଷିଣ ଆଫ୍ରିକା । ଏହା ପୂର୍ବରୁ ଅଷ୍ଟ୍ରେଲିଆ ନିକଟରେ ଥିଲା ଏହି ଟ୍ରଫି । 

ପ୍ରଥମେ ଟସ୍ ଜିତି ଅଧିନାୟକ ଟେମ୍ବା ବାଭୁମାଙ୍କ ନେତୃତାଧିନ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା ଡିଫେଣ୍ଡିଂ ଚାମ୍ପିନ୍ ଅଷ୍ଟ୍ରେଲିଆ । ହେଲେ ପ୍ରାରମ୍ଭରୁ ରାବଡାଙ୍କ ଘାତକ ବୋଲିଂର ଶିକାର ହୋଇଥିଲା ଦଳ । କାଗିସୋଙ୍କ ସୁଇଂରେ ଚକମା ଖାଇ ଡକ୍ ଆଉଟ୍ ହୋଇଥିଲେ ଓପନର ଉସ୍ମାନ ଖ୍ବାଜା । ଏହା ପରେ କ୍ୟାମ୍ରନ ଗ୍ରୀନ୍ ମଧ୍ୟ ଶିକାର କରିଥିଲେ ।   କଙ୍ଗାରୁ ଟିମ୍ ଷ୍ଟିଭ୍ ସ୍ମିଥ୍ ଓ ଓ୍ବେଷ୍ଟରଙ୍କ ଅର୍ଦ୍ଧଶତକ ବଳରେ ଦ୍ବିଶତକ ପାର୍ କରିଥିଲା । ହେଲେ ରାବଡାଙ୍କୁ ପଞ୍ଝାରୁ ବର୍ତ୍ତି ଯାଇନଥିଲେ କଙ୍ଗାର ବ୍ୟାଟର । ଫାଇନାଲ ମ୍ୟାଚରେ ପାଞ୍ଚ ଓ୍ବିକେଟ୍ ନେଇ ଅଷ୍ଟ୍ରେଲିଆର ପ୍ରଥମ ଇନିଂସକୁ ମାତ୍ର ୨୧୨ରନ୍‌ରେ ସୀମିତ କରିଥିଲେ । ଏଥିରେ ସ୍ମିଥ୍ ୬୬ ରନ୍‌ ଓ ଓ୍ବେଷ୍ଟରଙ୍କ ରନ୍‌ର ଇନିଂସ ରହିଛି ।

ସେପଟେ ଦକ୍ଷିଣ ଆଫ୍ରିକା ମଧ୍ୟ ପ୍ରଥମ ଇନିଂସରେ ଆଣ୍ଠେଇ ଥିଲା । ଟିମ୍ ବାଭୁମା ଅଷ୍ଟ୍ରେଲିଆର ତିନି ଘାତକ ବୋଲର ଷ୍ଟାର୍କ, କୁମିନ୍ସ ଓ ହେଲଉଡ୍‌ଙ୍କୁ ସାମ୍ନା କରିପାରିନଥିଲା । ଲର୍ଡସ ମାଟିରେ ମିଚେଲ୍ ଷ୍ଟାର୍କଙ୍କ ସ୍ବିଇଂ ସାଙ୍ଗକୁ ପେସ୍‌ରେ ସାଉଥ୍ ଆଫ୍ରିକା ବ୍ୟାଟରଙ୍କ ଲାଇନ୍ ଲେନ୍ଥ ବିଗିଡ଼ିଯାଇଥିଲା । ପ୍ରଥମ ଓଭରରେ ଖାତା ଖୋଲି ପାରିନଥିଲେ ଇଡେନ୍ ମାକ୍ରମ୍ । ଆଉ ଶୂନରେ ପାଭିଲିୟନ୍ ଫେରିଥିଲେ । ଏହାପରେ କ୍ୟାପଟେନ୍ କମିନ୍ସଙ୍କ ଜଲଓ୍ବା ଚାଲିଥିଲା । ପ୍ରଥମ ଇନିଂସରେ କେହି ଜଣେ ବି ବ୍ୟାଟର ଅର୍ଦ୍ଧଶତକ ପୂରଣ କରି ପାରିନଥିଲେ । ଫଳରେ ଦଳ ମାତ୍ର ୧୩୮ ରନ୍‌ରେ ଅଲଆଉଟ୍ ହୋଇଥିଲା । 

ପ୍ରଥମ ଇନିଂସରେ ୭୪ ରନ୍‌ର ଲିଡ୍‌ ନେଇଥିବା କଙ୍ଗାରୁ ଟିମ୍ ଦ୍ବିତୀୟ ଇନିଂସରେ ଦ୍ବିତୀୟ ଥର ଡବ୍ଲୁଟିସି ଫାଇନାଲ୍ ଟ୍ରଫି ହାତେଇବାକୁ ସ୍ବପ୍ନ ଦେଖିଥିଲା । ସେକେଣ୍ଡ ଇନିଂସରେ ଅଷ୍ଟ୍ରେଲିଆ ମିଚେଲ୍ ଷ୍ଟାର୍କଙ୍କ ୫୮ ରନ୍ ବଳରେ ୨୦୭ ରନ୍‌ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଫଳରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୮୨ ରନ୍‌ ବିଜୟ ଲକ୍ଷ୍ୟ ରହିଥିଲା । ଏବି ବିଜୟ ଲକ୍ଷ୍ୟକୁ ସାଉଥ୍ ଆଫ୍ରିକା ପାଇଁ ସହଜ କରିଥିଲେ ଆଡେନ୍ ମାକ୍ରମ୍ ଓ ଅଧିନାୟକ ଟେମ୍ବା ବାଭୁମା ।  ମାକ୍ରମ୍ ୧୩୬ ରନ୍‌ ଓ ବାଭୁମା ୬୬ ରନ୍ କରି ଦଳକୁ  ବିଜୟ ଦ୍ବାର ଦେଶକୁ ନେଇଯାଇଥିଲେ । ଶେଷରେ ଡେଭିଡ୍ ବେଣ୍ଡିଂହମ୍ ୨୧ ରନ୍ କରି ଦକ୍ଷିଣ ଆଫ୍ରିକାକୁ ବିଶ୍ବ ଟେଷ୍ଟ ଚାମ୍ପିଅନ୍ସ ଟିମ୍ ବିଜୟୀ କରାଇଛନ୍ତି । ପାଞ୍ଚ ଓ୍ବିକେଟରେ ଦଳ ଜିତି ୨୭ ବର୍ଷ ପରେ ଆଇସିସି ଟ୍ରଫି ହାତେଇଛି ଦକ୍ଷିଣ ଆଫ୍ରିକା ଟିମ୍ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.