ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ବିସିସିଆଇ ଘରୋଇ କ୍ରୀଡ଼ାସୂଚୀ ଘୋଷିତ: ଅକ୍ଟୋବର ୧୫ରୁ ରଣଜୀ ଟ୍ରଫି, ଦୁଲୀପ ଟ୍ରଫିରୁ ଆରମ୍ଭ ହେବ ସିଜନ

Published By : Prameya | June 15, 2025 10:46 AM

ନୂଆଦିଲ୍ଲୀ,୧୫/୦୬ : ବିସିସିଆଇ  ପକ୍ଷରୁ ୨୦୨୫-୨୬ ସିଜନ ପାଇଁ  ଘରୋଇ କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି ।  ଅଗଷ୍ଟ ୨୮ ତାରିଖରୁ ଦୁଲୀପ ଟ୍ରଫି ସହ ସିଜନ ଆରମ୍ଭ ହେବ । ସେହିପରି ପ୍ରିମିୟର ଘରୋଇ  ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ରଣଜୀ  ଟ୍ରଫି ଅକ୍ଟୋବର ୧୫ ତାରିଖରୁ ଆରମ୍ଭ ହୋଇ  ୨୦୨୬ ଫେବ୍ରୁଆର ୨୮ ତାରିଖରେ ଶେଷ  ହେବ । ଏଥର ବିସିସିଆଇ କିଛି ଟୁର୍ଣ୍ଣାମେଣ୍ଟର  ଫର୍ମାଟରେ ପରିବର୍ତ୍ତନ କରିଛି । 

ଶନିବାର ବିସିସିଆଇର ଆପେକ୍ସ କାଉନସିଲ୍‌  ବୈଠକ ବସିଥିଲା । ଏହି ବୈଠକରେ ଘରୋଇ  କ୍ରୀଡ଼ାସୂଚୀ ଘୋଷଣା କରାଯାଇଥିଲା । ଏଥର  ଦୁଲୀପ ଟ୍ରଫି ପାରମ୍ପରିକ ଜୋନ ସ୍ତରୀୟ  ଫର୍ମାଟରେ ଖେଳାଯିବ । ଆଗାମୀ ଅଗଷ୍ଟ ୨୮ରୁ  ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ସେପ୍ଟେମ୍ବର ୧୫  ତାରିଖରେ ଶେଷ ହେବ । ଗତ ବର୍ଷ ଦୁଲୀପ  ଟ୍ରଫିରେ ୪ଟି ଦଳ (ଭାରତ ଏ, ବି,  ସି, ଡି) ଭାଗ ନେଇଥିଲେ ।  ମାତ୍ର ଏଥର ୬ଟି ଜୋନ  (ଉତ୍ତର, ଦକ୍ଷିଣ, ପୂର୍ବ,  ପଞ୍ଚିମ, କେନ୍ଦ୍ର ଏବଂ  ଉତ୍ତର-ପୂର୍ବ) ଦଳ ଭାଗ  ନେବେ । ପୂର୍ବଭଳି ଜୋନାଲ  କମିଟି ସମସ୍ତ ଦଳ ଚୟନ କରିବେ ।  ଏହାପରେ ଇରାନୀ କପ୍‌ ଅକ୍ଟୋବର  ୧ରୁ ୫ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । 

ପୂର୍ବ ସିଜନ ଭଳି ଏଥର ମଧ୍ୟ  ରଣଜୀ ଟ୍ରଫି ୨ଟି ପର୍ଯ୍ୟାୟରେ  ଖେଳାଯିବ । ପ୍ରଥମ ପର୍ଯ୍ୟାୟ  ଲିଗ୍‌ ଅକ୍ଟୋବର ୧୫ରୁ  ନଭେମ୍ବର ୧୯ ତାରିଖ  ଏବଂ ଦ୍ୱିତୀୟ ପର୍ଯ୍ୟାୟ  ଲିଗ୍‌ ୨୦୨୬ ଜାନୁଆରୀ  ୨୨ରୁ ଫେବ୍ରୁଆରୀ ୧ ତାରିଖ  ମଧ୍ୟରେ ଅନୁଷ୍ଠିତ ହେବ ।  ଏହାପରେ ଫେବ୍ରୁଆରୀ ୬ରୁ ୨୮ ତାରିଖ  ମଧ୍ୟ ନକ୍‌ଆଉଟ୍‌ ରାଉଣ୍ଡ୍‌ ଖେଳାଯିବ । 

ସେହିପରି ସୟଦ ମୁସ୍ତାକ ଅଲି ଟ୍ରଫି ଏବଂ  ସିନିୟର ମହିଳା ଟି-ଟ୍ୱେଣ୍ଟି ଟ୍ରଫିରେ ଏଥର  ସୁପର ଲିଗ୍‌ ପର୍ଯ୍ୟାୟ ସାମିଲ କରାଯାଇଛି । ଗ୍ରୁପ୍‌ ପର୍ଯ୍ୟାୟ ପରେ ସୁପର ଲିଗ୍‌ ରାଉଣ୍ଡ୍‌ ଆରମ୍ଭ  ହେବ । ସୟଦ ମୁସ୍ତାକ ଅଲି ଟ୍ରଫି ନଭେମ୍ବର  ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୧୮ ତାରିଖରେ  ଶେଷ ହେବ । ସିନିୟର ମହିଳା ଟି-ଟ୍ୱେଣ୍ଟି ଟ୍ରଫି ଅକ୍ଟୋବର ୮ରୁ ଆରମ୍ଭ ହୋଇ ୩୧ ତାରିଖରେ  ଶେଷ ହେବ । ଏହି ଟୁର୍ଣ୍ଣାମେଣ୍ଟ ସହ ଘରୋଇ  ମହିଳା କ୍ରିକେଟ୍‌ ସିଜନ ଆରମ୍ଭ ହେବ । 

ବିଜୟ ହଜାରେ ଟ୍ରଫି, ସିନିୟର ମହିଳା  ଦିନିକିଆ ଟ୍ରଫି ଏବଂ ପୁରୁଷ ୨୩ବର୍ଷରୁ  କମ୍‌ ରାଜ୍ୟ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ମଧ୍ୟ  ପରିବତ୍ତର୍ନ କରାଯାଇଛି । ଉପରୋକ୍ତ ୩ଟି  ଯାକ ଟୁର୍ଣ୍ଣାମେଣ୍ଟରେ ୪ଟି ଏଲିଟ୍‌ ଗ୍ରୁପ୍‌ ସମେତ  ଏଥର ପ୍ଲେ ଗ୍ରୁପ୍‌ ସାମିଲ କରାଯାଇଛି । ବିଜୟ  ହଜାରେ ଟ୍ରଫି ଡିସେମ୍ବର ୨୪ରୁ ଆରମ୍ଭ ହୋଇ  ଜାନୁଆରୀ ୮ତାରିଖରେ ଶେଷ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.