ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ପଟୌଦି ଟ୍ରଫି: ନାମ ପରିବର୍ତ୍ତନ ନକରିବାକୁ ସଚିନଙ୍କ ଅନୁରୋଧ

Published By : Prameya | June 17, 2025 1:24 PM

ନୂଆଦିଲ୍ଲୀ,୧୭/୦୬: ଘରୋଇ ଇଂଲଣ୍ଡ-ଭାରତ ଦ୍ୱିପାକ୍ଷିକ ଟେଷ୍ଟ ସିରିଜରେ ବିଜେତା ଦଳକୁ ପଟୌଦି ଟ୍ରଫି ପ୍ରଦାନ  କରାଯାଇଥାଏ । ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ  (ଇସିବି) କିନ୍ତୁ ଏହାକୁ ଅବସର ଦେଇ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ପ୍ରଦାନ  କରାଯିବା ନେଇ ନିଷ୍ପତ୍ତି ନେଇଛି । ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନର  ଦୁର୍ଘଟଣା ଯୋଗୁ ନୂଆ ଟ୍ରଫି ଉନ୍ମୋଚନ  କାର୍ଯ୍ୟକ୍ରମ ବିଳମ୍ବ ହେଉଛି । 

ଜାତୀୟ ଗଣମାଧ୍ୟମର ରିପୋର୍ଟ  ଅନୁସାରେ, ଇସିବିର ଟ୍ରଫି ନାମ ପରିବର୍ତ୍ତନ  ନିଷ୍ପତ୍ତିରେ କିମ୍ବଦନ୍ତୀ ସଚିନ ତେନ୍ଦୁଲକର  ଖୁସି ନୁହଁନ୍ତି । ସେ ଉଭୟ ବିସିସିଆଇ ଓ  ଇସିବିକୁ ପଟୌଦି ଟ୍ରଫି ନାମ ପରିବର୍ତ୍ତନ  ନକରିବାକୁ ଅନୁରୋଧ କରିଛନ୍ତି । ଏ  ବିଷୟରେ ଉଭୟ ବୋର୍ଡ କ’ଣ ନିଷ୍ପତ୍ତି  ନେଉଛନ୍ତି ତାହା ଖୁବ ଶୀଘ୍ର ଜଣା ପଡ଼ିବ । 

ଇସିବିର ଜଣେ ଅଧିକାରୀ କହିଛନ୍ତି  ଯେ, ‘ଇଂଲଣ୍ଡ-ଭାରତ ସିରିଜରେ ପଟୌଦି  ଟ୍ରଫି ବଜାୟ ରହିବାର ଯୋଜନା ହେଉଛି ।’  ମାତ୍ର ଏ ବିଷୟରେ କିଛି ଅଫିସିଆଲ ସୂଚନା  ଇସିବି ପକ୍ଷରୁ ରଖାଯାଇ ନାହିଁ । 

ପଟୌଦି ନାମ ପରିବର୍ତ୍ତନକୁ ନେଇ  କିମ୍ବଦନ୍ତୀ ସୁନୀଲ ଗାଭାସ୍କର ମଧ୍ୟ ଖୁସି ନାହାନ୍ତି । କ୍ରିକେଟ୍‌ ପ୍ରତି ପଟୌଦିଙ୍କ ଅବଦାନ ଅତୁଳନୀୟ । ତେଣୁ ଟ୍ରଫି ନାମ  ପରିବର୍ତ୍ତନର ଯଥାର୍ଥତା ମନେ କରୁ ନାହିଁ  ବୋଲି ଗାଭାସ୍କର କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.