ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

G20 ସମ୍ମିଳନୀକୁ କାହିଁକି ଆସିବେ ନାହିଁ ସି ଜିନପିଙ୍ଗ ? ପ୍ରଧାନମନ୍ତ୍ରୀଙ୍କୁ ପଠାଇବ ଚୀନ୍

ନୂଆଦିଲ୍ଲୀ, ୦୪/୦୯: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ଜି୨୦ ଶିଖର ସମ୍ମିଳନୀରେ ବଡ଼ ବଡ଼ ଦେଶର ରାଷ୍ଟ୍ରମୁଖ୍ୟ ସାମିଲ୍ ହେବେ । ତେବେ ପଡ଼ୋଶୀ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଜି୨୦ ବୈଠକରେ ସାମିଲ୍ ହେବେ ନାହିଁ । ଜିନପିଙ୍ଗଙ୍କ ବଦଳରେ ଚୀନ ପ୍ରଧାନମନ୍ତ୍ରୀ ଲି କିୟାଙ୍ଗେ ଆସିବେ ବୋଲି ବିଦେଶ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।

ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ମୁତାବକ, ଚୀନ ଏବେ ସମସ୍ୟାରେ ବୁଡ଼ି ରହିଛି । ଏଭଳି ସ୍ଥିତି ହୋଇଛି ଯେ, ଡ୍ରାଗନ ଗୁଇନ୍ଦା ଉପରେ ପୂରା ନିର୍ଭର କରୁଛି । ଦେଶରେ ବିଦ୍ରୋହ ତେଜୁଥିବା ବେଳେ ଆର୍ଥିକ ଅସ୍ଥିରତା ଦେଖା ଦେଇଛି । ଏଭଳି ସ୍ଥିତିରେ ବିଦେଶ ଗସ୍ତରେ ଯିବାରୁ ନିବୃତ୍ତ ରହୁଛନ୍ତି ଚୀନ ରାଷ୍ଟ୍ରପତି ।

‘ଘାଟି ଛାଡ଼ି ଦିଲ୍ଲୀ ଚାଲ୍’… G20 ପୂର୍ବରୁ କାଶ୍ମୀର ମୁସଲମାନଙ୍କୁ ଉସୁକାଉଛି ଖଲିସ୍ତାନୀ

ନିକଟରେ ଦକ୍ଷିଣ ଆଫ୍ରିକାରେ ହୋଇଥିବା ବ୍ରିକ୍ସ ସମ୍ମିଳନୀକୁ ପିଏମ୍ ମୋଦୀ ଯାଇଥିବା ବେଳେ ସି ଜିନପିଙ୍ଗ ମଧ୍ୟ ସାମିଲ୍ ହୋଇଥିଲେ । ଆଗକୁ ଜିନପିଙ୍ଗ ଏଏସ୍ଇଏଏନ୍ ଓ ଇଷ୍ଟ ଏସିଆ ସମ୍ମିଳନୀରେ ଭାଗ ନେବେ ନାହିଁ । ଜିନପିଙ୍ଗଙ୍କ ଏଭଳି ନିଷ୍ପତ୍ତି ତାଙ୍କ ପ୍ରତି ଅଲଗା ବାର୍ତ୍ତା ଦେଉଛି । 

ପାଶ୍ଚାତ୍ୟ ରାଷ୍ଟ୍ର ସହ ଚୀନର ସମ୍ପର୍କ ସେତେଟା ଭଲ ନଥିବା ବେଳେ ଅନ୍ତର୍ଜାତୀୟ ମଞ୍ଚରେ କାଳେ କିଏ କଣ କହିଦେବ ତାକୁ ନେଇ ଜିନିପିଙ୍ଗ ଚିନ୍ତିତ ଅଛନ୍ତି । ଆଉ ସେଭଳି ହେଲେ ଏହାର ପ୍ରଭାବ ଦେଶର ପଡ଼ିବ । ହାତରୁ କ୍ଷମତା ଖସିଯିବାର ଭୟ ଜିନପିଙ୍ଗଙ୍କୁ ଘାରିଛି ।

ନିକଟରେ ଚୀନ ବିଦେଶ ମନ୍ତ୍ରୀଙ୍କ ସହ ୨ ଜଣ ବରିଷ୍ଠ ଜେନେରାଲଙ୍କୁ ପଦରୁ ଅବ୍ୟାହତି ଦେଇଥିଲା । ତେଣୁ ବିଦେଶ ଗସ୍ତ ଠାରୁ ଜିନପିଙ୍ଗ ଦୂରେଇ ରହିବା ଶ୍ରେୟସ୍କର ମନେ କରୁଛନ୍ତି । ଏଥିସହ ଜିନପିଙ୍ଗଙ୍କୁ ବିଦେଶୀ ଗୁଇନ୍ଦାର ଡର ମଧ୍ୟ ଗୋଡ଼ାଉଛି । 

ଦ୍ୱିତୀୟ ଥର ପାଇଁ ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ କଲା ଇସ୍ରୋ, ଆଗକୁ ଚନ୍ଦ୍ରକୁ ଯିବ ମଣିଷ !

ଏହା ଛଡ଼ା ଭାରତ ସହ ଚୀନର ସୀମା ବିବାଦକୁ ନେଇ ଲାଗି ରହିଛି ତିକ୍ତତା । ଏଲଏସି ଅତିକ୍ରମଣ ରୋକିବାକୁ ବାରମ୍ବାର ବୈଠକ ହେଉଥିବା ବେଳେ ସୁଫଳ ମିଳିନି । ଏସବୁ ଦୃଷ୍ଟିରୁ ସି ଜିନପିଙ୍ଗ ଭାରତ ଆସି ଜି୨୦ ସମ୍ମିଳନୀରେ ସାମିଲ୍ ହୋଇ ନଥିବା କୁହାଯାଉଛି ।

Copyright © 2022 - Summa Real Media Private Limited. All Rights Reserved.