ବୀରମିତ୍ରପୁର,୧୨/୦୭: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଦୈନିକ ବଜାର ନିକଟରେ ଲାଇନଚ୍ୟୁତ ହେଲା ମାଲ୍ ବୋଝେଇ ଟ୍ରେନ। ଟ୍ରାକରୁ ଖସିଲା ୧୦ରୁ ଅଧିକ ବଗି। ସମୁଦାୟ ୫୯ଟି ବଗି ରହିଥିବା ବେଳେ ପ୍ରାୟ ୧୦ରୁ ଅଧିକ ବଗି ଟ୍ରାକ୍ ରୁ ବାହାରି ଯାଇଥିବା ଜଣାପଡ଼ିଛି। ମାଲଗାଡିଟି ବିଶ୍ରା ଷ୍ଟୋନ୍ ଲାଇମ୍ କମ୍ପାନୀ ଲିମିଟେଡର ଚୂନ ଭଟ୍ଟା ସାଇଡିଙ୍ଗରୁ ଚୂନ ପଥର ନେଇ ଦୁର୍ଗାପୁରକୁ ଯାଉଥିବା ବେଳେ ବୀରମିତ୍ରପୁର ଡେଲି ମାର୍କେଟ ନିକଟର ଘଟିଛି ଏହି ଘଟଣା । ରେଲବାଇ ଅଧିକାରୀ, ବିଏସଏଲ କମ୍ପାନୀ ଅଧିକାରୀ , ବୀରମିତ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ତଦନ୍ତ ଆରମ୍ଭ କରିଛନ୍ତି । ଏହିପରି ଦୁର୍ଘଟଣା କେଉଁ କାରଣରୁ ଘଟିଳା ତାହାର ଖୋଳତାଡ ଆରମ୍ଭ କରିଛନ୍ତି ରେଳ ଅଧିକାରୀ।

ଶରଦ ପାୱାରଙ୍କ ଦଳରେ ହଲଚଲ୍, ଅଧକ୍ଷ ପଦ ଛାଡ଼ିଲେ ଜୟନ...