ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ମୃତ ସୌମ୍ୟ ଶେଖରଙ୍କ ପତ୍ନୀଙ୍କ ସାକ୍ଷ୍ୟ ଗ୍ରହଣ, ବିପକ୍ଷ ଓକିଲଙ୍କ ପ୍ରତିଉତ୍ତରର ଦେଲେ ଜବାବ

Published By : Prameya | February 13, 2024 11:02 AM

ପାଟଣାଗଡ଼,୧୩/୦୨: ପାଟଣାଗଡ଼  ପାର୍ସଲ ବୋମା ବିସ୍ଫୋରଣ ମାମଲାର ସାକ୍ଷୀମାନଙ୍କ ବୟାନ ରେକର୍ଡ଼ କରାଯାଉଛି ।  ଏହି ମାମଲାରେ ୬୮ଜଣ ସାକ୍ଷୀ ଥିବାବେଳେ ସୋମବାର ଅତିରିକ୍ତ ଜିଲ୍ଲା ଓ  ଦୌରାଜଜରେ ୫୧ ନମ୍ବର ସାକ୍ଷୀ ଭାବେ ମୃତ ସୌମ୍ୟଶିଖରଙ୍କ ପତ୍ନୀ ରିମାରାଣୀ ସାହୁଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି ।  ଏଥିପାଇଁ ସେ ନିର୍ଦ୍ଧାରିତ ସମୟରେ କୋର୍ଟରେ ଉପସ୍ଥିତ ହୋଇଥିଲେ ।

ପାର୍ସଲ ବୋମା ଘରକୁ ପହଞ୍ଚିବା, ବିସ୍ଫୋରଣ ପରେ ଯାହାସବୁ ତାଙ୍କ ଆଖିଆଗରେ ଘଟିଯାଇଥିଲା ତାକୁ ଜଜଙ୍କ ପାଖରେ ଦୃଢତାର ସହ ଉପସ୍ଥାପନ କରିବା ସହିତ ଭାବବିହ୍ୱଳ ହୋଇ ପଡିଥିଲେ । ଏଥିସହ ବିପକ୍ଷ ଓକିଲଙ୍କ ପ୍ରତିଉତ୍ତରର ଜବାବ ମଧ୍ୟ ଦେଇଥିଲେ । ଏପର୍ଯ୍ୟନ୍ତ ୫୧ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ସରିଥିବା ବେଳେ ବର୍ତ୍ତମାନ ସରକାରୀ କର୍ମଚାରୀ, ଛତିଶଗଡ଼, ଗୁଜୁରାଟ, ମୁମ୍ବାଇର ତିନିଜଣ କର୍ମଚାରୀଙ୍କ ସାକ୍ଷ୍ୟ ବୟାନ ବାକି ରହିଥିବା ସରକାରୀ ଓକିଲ ଆଶିଷ କୁମାର ଚନ୍ଦନଙ୍କ ଠାରୁ ଜଣାପଡିଛି । ଅପରପକ୍ଷେ, ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗିର ଜେଲରୁ କଡାସୁରକ୍ଷା ବଳୟରେ ପାଟଣାଗଡ କୋର୍ଟକୁ ଅଣାଯାଇଥିଲା।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.