ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ଭାରତ କରିବ ଭର୍ଚୁଆଲ ଜି-୨୦ ସମ୍ମିଳନୀ, ସମାପନର ଘୋଷଣା ସହ ପ୍ରଧାନମନ୍ତ୍ରୀ ମୋଦି ରଖିଲେ ପ୍ରସ୍ତାବ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଦୁଇ ଦିନର ଜି-୨୦ ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ମୋଦି ଏହାର ସମାପନ ଘୋଷଣା କରିଛନ୍ତି। ଏହା ପୂର୍ବରୁ ସେ ସାଙ୍କେତିକ ଭାବେ ଜି-୨୦ର ଅଧ୍ୟକ୍ଷତା ବ୍ରାଜିଲର ରାଷ୍ଟ୍ରପତି ଲୁଲା ଦା ସିଲଭାଙ୍କୁ ପ୍ରଦାନ କରିଛନ୍ତି। ଆସନ୍ତା ବର୍ଷ ବ୍ରାଜିଲରେ ଜି-୨୦ ସମ୍ମିଳନୀର ଆୟୋଜନ ହେବ। ହେଲେ ନଭେମ୍ୱର ଶେଷ ଯାଏ ଏହି ଅଧ୍ୟକ୍ଷତା ଭାରତ ପାଖରେ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଦେଇଥିଲେ। ସମାପନ ଘୋଷଣା କରି ସେ ସଂସ୍କୃତିର ଶ୍ଲୋକ ମାଧ୍ୟମରେ ସଂପୂର୍ଣ୍ଣ ବିଶ୍ୱର କଲ୍ୟାଣ କାମନା କରିଥିଲେ। ସେ କହିଥିଲେ , ଏବେ ଆମର ଦାୟିତ୍ୱ ଯେଉଁ ସବୁ ବିଚାରବିମର୍ଶ ହୋଇଛି ଏହି ଦିଗରେ ପ୍ରଗତି ଆଣିବାକୁ ଗୁରୁତର ସହ ବିଚାର କରିବା।  

ଆମେରିକାର ୩ ରାଷ୍ଟ୍ରପତିଙ୍କୁ ଆତିଥ୍ୟ ଦେବାରେ ମୋଦି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ

ଏବେ ଆଉ ଥରେ ହେବ ଭର୍ଚୁଆଲ ଜି-୨୦ ସମ୍ମିଳନୀ – 

ପ୍ରଧାନମନ୍ତ୍ରୀ କହିଛନ୍ତି , ଆପଣମାନେ ସମସ୍ତେ ଜାଣିଛନ୍ତି ନଭେମ୍ୱର ପର୍ଯ୍ୟନ୍ତ ଜି-୨୦ ଅଧ୍ୟକ୍ଷତାର ଦାୟିତ୍ୱ ରହିଛି। ଏବେ ଅଢେଇ ମାସ ବାକି ରହିଛି। ଏହି ଦୁଇ ଦିନରେ ଆପଣମାନେ ସମସ୍ତେ ଅନେକ କଥା ଉପସ୍ଥାପନ କରିଛନ୍ତି ଓ ପରାମର୍ଶ ଦେଇଛନ୍ତି। ଆମର ଦାୟିତ୍ୱ ଯେ ଯେଉଁସବୁ ପରାମର୍ଶ ଆସିଛି ,ଏସବୁ ଉପରେ ପୁଣି ଥରେ ଧ୍ୟାନ ଦିଆଯାଉ କି, ଏହାର ପ୍ରଗତି କିପରି ସହଜରେ ହୋଇପାରିବ। ଆମର ପ୍ରସ୍ତାବ ଯେ , ନଭେମ୍ୱରର ଶେଷରେ ଜି-୨୦ର ଏକ ଭର୍ଚୁଆଲ ସେସନ ଆଉ ଏକ ରଖିବା। ଏହି ସେସନରେ ସମ୍ମିଳନୀ ବେଳେ ସ୍ଥିର ହୋଇଥିବା ବିଷୟ ଗୁଡ଼ିକ ଉପରେ ସମୀକ୍ଷା କରିପାରିବା। ଏସବୁ ବିସ୍ତୃତ ଭାବେ ଆମର ଟିମ୍‌ ଆପଣଙ୍କ ସହ ସେୟାର କରିବେ। 

ଆଶା କି ଆପଣ ସମସ୍ତେ ଏହାସହ ଯୋଡ଼ି ହେବେ। ଏହା ସହ ଜି-୨୦ ସମାପନର ଘୋଷଣା କରୁଛି। ସ୍ୱସ୍ତି ଅସ୍ତୁ ବିଶ୍ୱସ୍ୱ। ସମଗ୍ର ବିଶ୍ୱରେ ଆଶା ଓ ଶାନ୍ତିର ସଂଚାର ହେଉ। 

Copyright © 2022 - Summa Real Media Private Limited. All Rights Reserved.