ନୂଆଦିଲ୍ଲୀ, ୦୯/୦୯: ଆଜିଠୁ ଆରମ୍ଭ ହୋଇଛି ୨ ଦିନିଆ ଜି୨୦ ଶିଖର ସମ୍ମିଳନୀ । ନୂଆଦିଲ୍ଲୀର ପ୍ରଗତି ମୈଦାନର ଭାରତ ମଣ୍ଡପମରେ ଏକାଠି ହୋଇଛନ୍ତି ବିଶ୍ୱର ୨୦ ଦେଶର ନେତା । ୨ ଦିନିଆ ସମ୍ମିଳନୀ ଉପରେ ସାରା ବିଶ୍ୱର ନଜର ରହିଥିବା ବେଳେ ଚୀନକୁ ଚକମା ଦେବାକୁ ଭାରତ ପ୍ଲାନିଂ କରିଛି । ବିଦେଶ ନୀତି କ୍ଷେତ୍ରରେ ଭାରତ, ଚୀନ୍ ଠାରୁ ପାଦେ ଆଗରେ ରହିବ ।
ଭାରତ ଚାହୁଁଛି ଜି୨୦ରେ ସାମିଲ୍ ହେଉ ଆଫ୍ରିକାନ ୟୁନିଅନ୍ । ଏଥିପାଇଁ ଭାରତ ଦୀର୍ଘ ଦିନରୁ ପ୍ରୟାସ କରି ଆସୁଛି । ଆଉ ଏବେ ଉକ୍ତ ପ୍ରଚେଷ୍ଟା ଫଳପ୍ରଦ ହେବାକୁ ଯାଉଛି । କାରଣ ଆଫ୍ରିକାନ୍ ୟୁନିଅନ୍ ଜି୨୦ରେ ସାମିଲ୍ ହେବା ରାସ୍ତା ସଫା ହୋଇ ଯାଇଛି । ଭାରତ ‘ଗ୍ଲୋବାଲ୍ ସାଉଥ’ର ନେତୃତ୍ୱ ନେବାକୁ ଚାହୁଁଛି । ଚୀନ ମଧ୍ୟ ‘ଗ୍ଲୋବାଲ୍ ସାଉଥ’ର ଲିଡ୍ କରିବାକୁ ଇଚ୍ଛା ରଖିଛି । ଯାହାକୁ ନେଇ ଭାରତ ଓ ଚୀନ୍, ଆଫ୍ରିକୀୟ ଦେଶ ସହ ସମ୍ବନ୍ଧ ମଜଭୁତ୍ କରିବାକୁ ଆଗଭର ଅଛନ୍ତି ।
ଖୁବ୍ଶୀଘ୍ର ପୁରୀ-କୋଣାର୍କ ରେଳ ପ୍ରକଳ୍ପ ଡିପିଆର୍, ୩୩ କିଲୋମିଟର ପାଇଁ ଖର୍ଚ୍ଚ ହେବ ୭୨୬ କୋଟି
ଦି ହିନ୍ଦୁ ଅନୁସାରେ, ଜି୨୦ରେ ସାମିଲ୍ ହୋଇପାରେ ଆଫ୍ରିକାନ୍ ୟୁନିଅନ୍ । ଜି୨୦ ସମ୍ମିଳନୀ ପୂର୍ବରୁ ଘୋଷଣାପତ୍ର ଉପରେ କାମ କରିଥିବା ସଦସ୍ୟ ଦେଶର ବୈଠକରେ ଆଫିକାନ୍ ୟୁନିଅନକୁ ସଂଗଠନ ସାମିଲ୍ ଲାଗି ଚର୍ଚ୍ଚା ହୋଇଥିଲା । ସେଥିରେ ସମସ୍ତେ ସହମତି ପ୍ରକାଶ କରିଥିଲେ । କୁହାଯାଉଛି, ଶନିବାର କିମ୍ବା ରବିବାର ଜି୨୦ ବୈଠକରେ ଔପଚାରିକ ଭାବେ ଏହା ଘୋଷଣା କରାଯିବ । ଜି୨୦ରେ ଆଫ୍ରିକାନ୍ ୟୁନିଅନ୍ ସାମିଲ୍ ହେବା ଭାରତକୁ ‘ଗ୍ଲୋବାଲ୍ ସାଉଥ’ ନେତା ଭାବେ ଅଭିହିତ କରିବ ।
ଆଫ୍ରିକାର ୫୫ଟି ଦେଶକୁ ନେଇ ଗଠିତ ସଂଗଠନ ହେଉଛି ଆଫ୍ରିକାନ୍ ୟୁନିଅନ୍ । ଯାହା ୨୦୦୨ରେ ଔପଚାରିକ ଭାବେ ଗଠନ ହୋଇଥିଲା । ଏହା ୟୁରୋପିଅନ ୟୁନିଅନ୍ ଭଳି । ଏହାର ମୁଖ୍ୟ ଉଦ୍ଦେଶ୍ୟ ଆଫ୍ରିକୀୟ ଦେଶ ଓ ଲୋକଙ୍କ ମଧ୍ୟରେ ଏକତା ବୃଦ୍ଧି କରିବା । ସମ୍ପୂର୍ଣ୍ଣ ମହାଦ୍ୱୀପରେ ଶାନ୍ତି, ସୁରକ୍ଷା ଓ ସ୍ଥିରତା ରକ୍ଷା ପାଇଁ ଆଫ୍ରିକାନ୍ ୟୁନିଅନ୍ କାମ କରୁଛି ।
୧୨୦ ବର୍ଷରେ ସବୁଠୁ ଶକ୍ତିଶାଳୀ ଭୂମିକମ୍ପ; ୬.୮ ତୀବ୍ରତାରେ ଥରିଲା ମୋରୋକ୍କୋ, ୨୯୬ ଜଣଙ୍କ ମୃତ୍ୟୁ
‘ଗ୍ଲୋବାଲ୍ ସାଉଥ’ କଣ ?
ଜାତିସଂଘ ଅନୁସାରେ, ଆଫ୍ରିକା, ଦକ୍ଷିଣ ଆମେରିକା, କ୍ୟାରେବିୟନ, ଏସିଆ (ଇସ୍ରାଏଲ୍, ଜାପାନ ଓ ଦକ୍ଷିଣ କୋରିଆକୁ ବାଦ୍ ଦେଇ) ଓ ଓସେନିଆ (ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ବ୍ୟତୀତ) ଦେଶକୁ ‘ଗ୍ଲୋବାଲ୍ ସାଉଥ୍’ ଭାବେ ଦେଖାଯାଏ । ଏହି କ୍ଷେତ୍ରରେ ଭାରତ, ଚୀନ ଓ ବ୍ରାଜିଲ୍ ପ୍ରମୁଖ ଦେଶ । ଫଳରେ ‘ଗ୍ଲୋବାଲ୍ ସାଉଥ’ ନେତା ହେବା ଲାଗି ଭାରତ, ଚୀନ ମଧ୍ୟରେ ପ୍ରତିଯୋଗିତା ଲାଗି ରହିଛି । ‘ଗ୍ଲୋବାଲ୍ ସାଉଥ’ର ନେତୃତ୍ୱ ନେବା ଅର୍ଥ ଦୁନିଆର ଏକ ବଡ଼ ଅଂଶ ଉପରେ ପ୍ରଭାବ ପକାଇବା ।
୧୯୫୦ରୁ ଆଫ୍ରିକା ମହାଦ୍ୱୀପରେ ଭାରତର ଉପସ୍ଥିତି ରହିଛି । ବିଗତ ୭୦ ବର୍ଷ ହେଲା ମିସ୍ର, ଦକ୍ଷିଣ ଆଫ୍ରିକା, ନାଇଜେରିଆ, କେନିଆ ଭଳି ଦେଶ ସହ ଭାରତ ସମ୍ପର୍କ ମଜଭୁତ୍ କରିବା ଲାଗି କାମ କରୁଛି ।
ପାକିସ୍ତାନ ବିପକ୍ଷ ମ୍ୟାଚରେ ଚୂଡ଼ାନ୍ତ ଏକାଦଶରେ ଭାରତ କରିପାରେ ପରିବର୍ତ୍ତନ, ସ୍ଥାନ ପାଇ ପାରନ୍ତି ଏହି ୨ ଖେଳାଳି