ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପାକିସ୍ତାନରୁ ଫେରିଥିବା ଅଞ୍ଜୁଙ୍କୁ ଆପଣାଇ ପାରନ୍ତି ପ୍ରଥମ ସ୍ୱାମୀ ଅରବିନ୍ଦ , ହେଲେ ଗୋଟିଏ ସର୍ତ୍ତରେ ...

ଭିୱାଡି : ପାକିସ୍ତାନରେ ୫ ମାସ ବିତାଇବା ପରେ ଭାରତ ଫେରିଥିବା ଅଞ୍ଜୁ ଓରଫ ଫାତିମାଙ୍କୁ ନେଇ ପ୍ରଥମ ସ୍ୱାମୀ ଅରବିନ୍ଦ ବଡ଼ କଥା କହିଛନ୍ତି। ଅରବିନ୍ଦ ପିଲାଙ୍କ ଭବିଷ୍ୟତ ନେଇ ଅଞ୍ଜୁଙ୍କୁ ପୁଣି ଥରେ ଆପଣାଇ ପାରନ୍ତି। ସେ କହିଛନ୍ତି, ଯଦି ପିଲା ଅଞ୍ଜୁଙ୍କୁ ସ୍ୱୀକାର କରନ୍ତି ତ, ସେ ମଧ୍ୟ ଆପଣାଇ ପାରବେ। ଅରବିନ୍ଦ ଓ ଅଞ୍ଜୁଙ୍କ ମଧ୍ୟରେ ଫୋନ୍‌ରେ ମଧ୍ୟ କଥାବାର୍ତ୍ତା ହୋଇଛି। ଅଞ୍ଜୁ ମଧ୍ୟ ପିଲାଙ୍କ ସହ ଫୋନ୍‌ରେ କଥାବାର୍ତ୍ତା ହୋଇଛନ୍ତି। 

ଅଞ୍ଜୁଙ୍କ ପିଲାଙ୍କର ଭରଣପୋଷଣ କରିବାକୁ ପ୍ରସ୍ତୁତ , ଭାରତ ନିଶ୍ଚୟ ଯିବି : ନସରୁଲ୍ଲାହ

ଅରବିନ୍ଦ ଜଣେ ୟୁଟ୍ୟୁବରଙ୍କୁ ଦେଇଥିବା ସାକ୍ଷାତକାରରେ ଅଞ୍ଜୁଙ୍କ ପାଇଁ କିଛି ନମ୍ର ଶବ୍ଦ ପ୍ରୟୋଗ କରି କଥା କହିଛନ୍ତି । ଏହା ପୂର୍ବରୁ କିନ୍ତୁ ସେ ଅଞ୍ଜୁଙ୍କର ପାକିସ୍ତାନରୁ ଫେରିବା ପରେ ନାମ ଶୁଣିବା କ୍ଷଣି ଫିଡ଼ିକି ଯାଇଥିଲେ । ଅରବିନ୍ଦ ସେହି ୟୁଟ୍ୟୁବରଙ୍କ ସହ କଥାବାର୍ତ୍ତା ହୋଇଛନ୍ତି , ଯିଏ ଅଞ୍ଜୁଙ୍କର ସାକ୍ଷାତ୍‌କାର କରିଥିଲେ । ଅରବିନ୍ଦ ସ୍ୱୀକାର କରିଛନ୍ତି କି ତାଙ୍କର ଅଞ୍ଜୁଙ୍କ ସହ କଥାବାର୍ତ୍ତା ହୋଇଛି । ଅରବିନ୍ଦ କହିଛନ୍ତି , ହଁ ସେ ଆସିବା ପରେ ମୁଁ କଥା ହୋଇଛି । ସେ କହିଛନ୍ତି , ଭାରତ ଆସିବା ପରେ ଆଇବି ପଚରାପଚରି କରିଥିଲା ଏବଂ ପରେ ଛାଡ଼ି ଦେଇଥିଲା । ହେଲେ ଅରବିନ୍ଦ କହିଛନ୍ତି କି ତାଙ୍କୁ ଏବେ ଜଣାନାହିଁ  ଅଞ୍ଜୁ ଏବେ କେଉଁଠି ଅଛନ୍ତି ।

ନସରୁଲ୍ଲାଙ୍କୁ ଭାରତ ଡାକିବି, ଆମେ ପିଲାଙ୍କ ସହ ସବୁ କଥା ଆଲୋଚନା କରିବୁ, ତାପରେ ...

 ଅଞ୍ଜୁଙ୍କୁ ଆପଣାଇବା ନେଇ କଣ କହିଛନ୍ତି ?

ଅଞ୍ଜୁଙ୍କ ବିରୋଧରେ ଭିୱାଡି ଥାନାରେ ରୁଜୁ କରିଥିବା ମାମଲାକୁ ନେଇ ମଧ୍ୟ ଅରବିନ୍ଦ ନରମ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି , ଅଞ୍ଜୁଙ୍କ ସହ କଥାବାର୍ତ୍ତା ପରେ ସେ ଏହା ଉପରେ କିଛି ନିଷ୍ପତ୍ତି ନେବେ। ସେ କହିଛନ୍ତି , ଯଦି ପିଲା ଚାହିଁବେ ତ ସେ କେସ୍‌କୁ ମଧ୍ୟ ଫେରେଇ ନେଇ ପାରନ୍ତି। ଅରବିନ୍ଦ, ଅଞ୍ଜୁଙ୍କୁ ଦ୍ୱିତୀୟ ଥର ଆପଣାଇବା ନେଇ କହିଛନ୍ତି , ଏବେ ଆପଣାଇବା ନେଇ କୌଣସି କଥାବାର୍ତ୍ତା ହୋଇ ନାହିଁ। ପ୍ରଥମେ ପିଲାମାନେ ରାଜି ହୁଅନ୍ତୁ , ତାପରେ ଆମେ କଥା ହେବୁ। ଯଦି ପିଲା କହିବେ ତ ଆପଣାଇ ପାରିବି , ନୁହେଁ ତ କେବେ ନୁହେଁ। ଅରବିନ୍ଦ କହିଛନ୍ତି ତାଙ୍କର କୌଣସି ଇଚ୍ଛା ନାହିଁ। ସବୁକିଛି ପିଲାଙ୍କ ଉପରେ ନିର୍ଭର କରୁଛି , କାରଣ ତାଙ୍କର ଭବିଷ୍ୟତ ଦେଖିବାର ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.