ରାଉରକେଲା ୦୧/୦୩: ଚାଟାର୍ଡ ଆକାଉଣ୍ଟାଣ୍ଟ ଙ୍କ ଘରେ ପଶିଲା(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ED । ଚାଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କାଦମା ଘରେ ଚାଲିଛି ରେଡ୍ । ଅଜୟଙ୍କ କଦମଓ୍ବାଲା ଇନ୍ସୋଲଭେନ୍ସି ପ୍ରୋଫେସଲାନ ପ୍ରାଇଭେଟ୍ ଲିମିଟେଡ୍ ଉପରେ ଚଢାଉ ହୋଇଥିବା ଜଣାପଡିଛି।
ସୂଚନା ମୁତାବିକ, ଶୁକ୍ରବାର ସକାଳେ ରାଉରକେଲା ବିଶ୍ରାଡାହାର କାର୍ଯ୍ୟାଳୟ ସହ ବାସଭବନ ବି ଚଢ଼ାଉ ହୋଇଛି । ତେବେ ଅର୍ଥ ଅନିୟମିତତା ନେଇ ED ଏକାକାଳୀନ ୫ଟି ସ୍ଥାନରେ ରେଡ ଜାରି ରଖିଛନ୍ତି। ରାଉରକେଲା କଚେରି ରୋଡରେ ଥିବା ଦୁଇଟି କାର୍ଯ୍ୟାଳୟ, ରାଉରକେଲା ବିଶ୍ରାମ ଡାହାରରେ ଥିବା ଘର ସହ ବଡବିଲ ସହ ଭୁବନେଶ୍ୱରରେ ଚଢ଼ଉ କରୁଛି ଇଡି ଟିମ୍।