ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ନିଜକୁ ଦେବାଳିଆ ଘୋଷଣା କଲା ବ୍ରିଟେନର ଦ୍ୱିତୀୟ ବଡ଼ ସହର

ଲଣ୍ଡନ, ୦୭/୦୯: ବ୍ରିଟେନର ଦ୍ୱିତୀୟ ବଡ଼ ସହର ବର୍ମିଂହାମ୍ ନିଜକୁ ଦେବାଳିଆ ଘୋଷଣା କରିଛି । ବର୍ମିଂହାମ୍ ସିଟି କାଉନସିଲ୍ ନିଜକୁ ଦେବାଳିଆ ଘୋଷଣା କରିବା ସହ ଧାରା ୧୧୪ ନୋଟିସ୍ ଜାରି କରିଛି । ନୋଟିସ୍ ଅନୁସାରେ, ସହରରେ ଆବଶ୍ୟକ ସେବାକୁ ବାଦ୍ ଦେଲେ ସମସ୍ତ ଖର୍ଚ୍ଚ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗା ଯାଇଛି ।

ବର୍ମିଂହାମ୍ ପ୍ରାୟ ୯୫୪ ମିଲିୟନ୍ ଡଲାର ସମାନ ଦରମା ଦାବି ପରେ ଖର୍ଚ୍ଚ କାଟ୍ ଆରମ୍ଭ କରି ନିଜକୁ ଦେବାଳିଆ ଘୋଷଣା କରିଛି । ସିଟି କାଉନସିଲ୍ ପକ୍ଷରୁ ଦିଆ ଯାଇଥିବା ନୋଟିସ୍ ପ୍ରକାରେ ସମାନ ବେତନ ଦାବି ପାଇଁ ଆର୍ଥିକ ସ୍ଥିତି ଖରାପ ହୋଇ ଯାଇଛି ।

୯୦ ଡଲାର ନିକଟତର ହେଲା ଅଶୋଧିତ ତୈଳ, ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ଆଶା କ୍ଷୀଣ

ବର୍ମିଂହାମ୍ ସିଟି ପାଖରେ ଥିବା ଆର୍ଥିକ ତ୍ସୋତ ଠାରୁ ଅଧିକ ଖର୍ଚ୍ଚ କରିଛି । ଯାହା ଫଳରେ ନିଜକୁ ନିଜେ ଦେବାଳିଆ ଘୋଷଣା କରିବାକୁ ବାଧ୍ୟ ହୋଇଛି ବ୍ରିଟେନର ଏହି ବଡ଼ ସହର । ଆବଶ୍ୟକ ସେବାକୁ ଛାଡ଼ିଦେଲେ ସମସ୍ତ ଖର୍ଚ୍ଚ ଉପରେ ରୋକ୍ ଲଗା ଯାଇଛି । 

ସମାନ ବେତନ ଦାବି ହେଉଥିବା ବେଳେ ଏଥିପାଇଁ ୬୫୦ ମିଲିୟନ୍ ପାଉଣ୍ଡ (ପ୍ରାୟ ୮୧୬ ମିଲିୟନ୍ ଡଲାର୍)ରୁ ୭୬୦ ମିଲିୟନ୍ ପାଉଣ୍ଡ (ପ୍ରାୟ ୯୫୪ ମିଲିୟନ୍ ଡଲାର) ଖର୍ଚ୍ଚ ହେବ । ଯେତେବେଳେ କି ଏହି ଖର୍ଚ୍ଚ ଭରଣା ଲାଗି କାଉନସିଲ୍ ପାଖରେ ପର୍ଯ୍ୟାପ୍ତ ସମ୍ବଳ ନାହିଁ । 

ଭାରତର ଚନ୍ଦ୍ରଯାନ-୩ ପରେ ଜହ୍ନ ଅଭିମୁଖେ ଜାପାନ, ଆସନ୍ତା ବର୍ଷ ଆରମ୍ଭରେ ସଫ୍ଟ ଲ୍ୟାଣ୍ଡିଂ ଲକ୍ଷ୍ୟ

୨୦୨୩-୨୪ ଆର୍ଥିକ ବର୍ଷରେ ବର୍ମିଂହାମକୁ ୮୭ ମିଲିୟନ୍ ପାଉଣ୍ଡ (୧୦୯ ମିଲୟନ୍ ଆମେରିକୀୟ ଡଲାର) କ୍ଷତି ସହିବାକୁ ପଡ଼ିବ ବୋଲି ଅନୁମାନ କରାଯାଉଛି । ସିଏନଏନ୍ ରିପୋର୍ଟ ଅନୁସାରେ, ବର୍ମିଂହାମ୍ ସିଟି କାଉନସିଲ୍ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସେବା ପ୍ରଦାନ କରୁଛି ।

ବ୍ରିଟେନର ଏହି ବହୁ ସଂସ୍କୃତିର ସହର ଗତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନ କରିଥିଲା । ଏବେ ଏହାର ଖରାପ ଆର୍ଥିକ ସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବର୍ମିଂହାମ୍ ନିଜକୁ ଦେବାଳିଆ ଘୋଷଣା କରିଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଏଥିପାଇଁ ଲେବର ଆଡମିନଷ୍ଟ୍ରେସନକୁ ଦାୟୀ କରିଛନ୍ତି । 

ଶ୍ରୀମନ୍ଦିର ପ୍ରଶାସନ ଖଣିରୁ ବେଆଇନ ଉତ୍ତୋଳନ ମାମଲା: ଏନ୍‌ଜିଟିଙ୍କ ଜରିମାନା ଉପରେ ରହିତାଦେଶ

  • Britain
  • Birmingham
  • Copyright © 2022 - Summa Real Media Private Limited. All Rights Reserved.