ନୂଆଦିଲ୍ଲୀ,୯।୯: ସିଆଇଡି ଶନିବାର ସକାଳେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଟିଡିପିର ମୁଖ୍ୟ ନେତା ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଛି। ତାଙ୍କୁ ଆନ୍ଧ୍ର ପ୍ରଦେଶ କୌଶଳ ବିକାଶ ନିମଗ ଦୁର୍ନୀତିରେ ଗିରଫ କରିଛି। ଗିରଫ ହେବାର କିଛି ସମୟ ପରେ ଚନ୍ଦ୍ରବାକୁ କହିଛନ୍ତି, ତେଲଗୁ ଲୋକଙ୍କ ହିତର ରକ୍ଷା ପାଇଁ ନିଜ ଜୀବନର ବଳିଦାନ ଦେବାକୁ ପ୍ରସ୍ତୁତ ଅଛି ଓ ଏଭଳି କରିବାକୁ ମୋତେ କେହି ରୋକିପାରିବେନି।
#WATCH | Telangana | TDP supporters staged a protest against the arrest of TDP Chief and former Andhra Pradesh Chief Minister N Chandrababu Naidu, at KBR park in Hyderabad. They also burned the effigy of Andhra Pradesh CM YS Jagan Mohan Reddy.
— ANI (@ANI) September 9, 2023
The protesters were later detained. pic.twitter.com/m17bahcRRD
ଚନ୍ଦ୍ରବାବୁ ଏକ୍ସରେ ପୋଷ୍ଟ କରି କହିଛନ୍ତି, ମୁଁ ଗତ ୪୫ ବର୍ଷ ହେବ ତେଲଗୁ ଲୋକଙ୍କୁ ସେବା କରୁଛି। ତାଙ୍କର ହିତର ରକ୍ଷା ପାଇଁ ମୁଁ ନିଜ ଜୀବନର ବଳିଦାନ ଦେବା ପାଇଁ ପ୍ରସ୍ତୁତ ରହିଛି। ଏହି ପୃଥିବୀରେ ଏଭଳି କୌଣସି ଶକ୍ତି ନାହିଁ, ଯାହାକି ମୋତେ ତେଲଗୁ ଲୋକ, ଆନ୍ଧ୍ର ପ୍ରଦେଶ ଓ ମୋର ମାତୃଭୂମିର ସେବା କରିବାକୁ ରୋକି ପାରିବ।’
ଗିରଫ ହେବାପରେ ଚନ୍ଦ୍ରବାବୁ ନାଇଡୁ ଲୋକଙ୍କ ଓ ନିଜର ପାର୍ଟିର ସମର୍ଥକଙ୍କୁ ସଂଯମତା ରକ୍ଷା କରିବାକୁ କହିଛନ୍ତି। ସେ କହିଛନ୍ତି, ଶେଷରେ ସତ୍ୟ ଓ ଧର୍ମର ବିଜୟ ହେବ। ସେ ମୋ ସହିତ କିଛି ବି କରନ୍ତୁ, କିନ୍ତୁ ମୁଁ ଲୋକଙ୍କ ପାଇଁ ଆଗକୁ ବଢିବି।’
ଚନ୍ଦ୍ରବାବୁଙ୍କୁ ଗିରଫ ପରେ ଟିଡିପିର ସମର୍ଥକମାନେ ଜୋରଦାର ହଙ୍ଗାମା କରିଥିଲେ। ସେମାନେ ତିରୁପତିରେ ଅନ୍ନପୂର୍ଣ୍ଣା ସରୁକୃଲୁ କେନ୍ଦ୍ରରେ ନିଆଁ ଲଗାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଭଳି ମହିଳା ସମର୍ଥକ ହାଇଦ୍ରାବାଦର କେବିଆର ପାର୍କରେ ପାର୍ଟି ପତାକା ସହିତ ଗିରଫଦାରୀକୁ ବିରୋଧ କରୁଛନ୍ତି। ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ କୁଶପୁତଳିକା ଜଳାଇଛନ୍ତି।