ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

୬୦୦ ଏମ୍ଏଲ୍ ବିଷ କାଢ଼ିବାକୁ ଲାଗିଲା ୨୪ ଦିନ, ଦିନକୁ ୨୦୮ ଇଞ୍ଜେକ୍ସନ ଦେଇ ଚାଷୀଙ୍କ ଜୀବନ ବଞ୍ଚାଇଲେ ଡାକ୍ତର

ଜୟପୁର, ୦୭/୦୯: ଆମ ଦେଶରେ ଜୀବନ ହାରିବା ପାଇଁ ଅନେକ ସମୟରେ କେହି କେହି ବିଷ ପିଇଥାନ୍ତି । ବିଷ ପିଇବା ପରେ କାହାର ମୃତ୍ୟୁ ହୁଏ ତ ଆଉ କିଏ ବଞ୍ଚିଯାଏ । ବିଷପାନ କରିଥିବା ଲୋକଙ୍କ ଦେହରୁ ବିଷ ବାହାର କରିବା ଲାଗି ପଟାସ ପାଣି ପିଇବାକୁ ଦିଆଯାଏ । ଏହା ପରେ ବାନ୍ତି ହେଲେ ବାହାରି ଯାଇଥାଏ ବିଷ ।

ତେବେ ଆମେ ଆପଣଙ୍କୁ କହିବାକୁ ଯାଉଥିବା ଘଟଣା ଟିକିଏ ଭିନ୍ନ । ରାଜସ୍ଥାନର ପାଲିରେ ଚାଷୀଙ୍କ ସହ ଘଟିଥିବା ଏ ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି । ଫସଲ କ୍ଷେତରେ ପୋକ ମାରିବାକୁ ଜଣେ ଚାଷୀ କୀଟନାଶକ ସିଞ୍ଚନ କରୁଥିଲେ । ଅସାବଧନତା ବଶତଃ ତାଙ୍କ ଶରୀରକୁ କୀଟନାଶକ ଚାଲି ଯାଇଥିଲା । ଫଳରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ । 

NPCI ଆଣିଲା ନୂଆ ଫିଚର, ଫୋନ୍ କଲରେ କରି ପାରିବେ UPI ଟ୍ରାଞ୍ଜାକ୍ସନ୍

ପରିବାର ଲୋକ ତାଙ୍କୁ ମେଡିକାଲ ନେଇ ଯାଇଥିଲେ । କୀଟନାଶକ ଏତେ ବିଷାକ୍ତ ଥିଲା ଯେ ଜୀବନ ବିପଦରେ ପଡ଼ିଥିଲା । ଚାଷୀ ଜଣଙ୍କୁ ବଞ୍ଚାଇବା ଲାଗି ଡାକ୍ତର କରିଥିଲେ ପ୍ରାଣମୂର୍ଚ୍ଛା ଉଦ୍ୟମ । ୨୪ ଦିନରେ ଚାଷୀଙ୍କୁ ଡାକ୍ତର ଦେଇଥିଲେ ୫ ହଜାର ଇଞ୍ଜେକ୍ସନ୍ । ୬୦୦ ଏମ୍ଏଲ୍ ବିଷ କାଟିବାକୁ ପ୍ରତିଦିନ ଚାଷୀଙ୍କୁ ୨୦୮ଟି ଇଞ୍ଜେକ୍ସନ୍ ଦିଆ ଯାଉଥିଲା । ଏବେ ଚାଷୀ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥି ଠିକ୍ ରହିଛି ।

ଚିକିତ୍ସା ବେଳେ ଡାକ୍ତର ଚାଷୀଙ୍କ ତଣ୍ଟିରେ ଅକ୍ସିଜେନ୍ ଦେଇଥିଲେ । କାରଣ ବିଷର ଜ୍ୱାଳା ଏତେ ଥିଲା ଯେ, ଚାଷୀ ଜଣଙ୍କ ନିଶ୍ୱାସ ପ୍ରଶ୍ୱାସ ନେଇ ପାରୁ ନଥିଲେ । ଫଳରେ ତାଙ୍କୁ ଏଣ୍ଟିଡୋଟ୍ ଡ୍ରଗ୍ ଏଣ୍ଟ୍ରୋପିନ୍ ଇଞ୍ଜେକ୍ସନ୍ ଦିଆଯାଇଥିଲା । ବିଷ କାଟିବାକୁ ଦିନକୁ ୨୦୮ ଇଞ୍ଜେକ୍ସନ୍ ସହ ଔଷଧ ଦିଆ ଯାଉଥିଲା । 

ଧରାପଡ଼ିଲେ କୋଟିପତି ଅବକାରୀ ଏଏସଆଇ, ନଗଦ ୧ ଲକ୍ଷ ୩୫ ହଜାର ଟଙ୍କା ଓ ୩୦୦ ଗ୍ରାମର ସୁନା ଜବତ

ଏଭଳି ଏକ ମାମଲା ପୂର୍ବରୁ ଆମେରିକାରେ ଆସିଥିଲା । ସେତେବେଳେ ଜଣେ ବ୍ୟକ୍ତିଙ୍କ ଶରୀରରେ ମିଳିଥିଲା ୩୦୦ ଏମ୍ଏଲ୍ କୀଟନାଶକ । ଉକ୍ତ ବ୍ୟକ୍ତି ଜଣଙ୍କୁ ୮ ଦିନରେ ପ୍ରାୟ ୭୬୦ଟି ଇଞ୍ଜେକ୍ସନ୍ ଦିଆ ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.