ପ୍ରମୂଖ ଖବର
  • ନାଗପୁର-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ୭ ମୃତ, ୩ ଗୁରୁତର...
  • ||
  • ପୁଣି ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ସିବିଆଇ ସ୍ବତନ୍ତ୍ର କୋର୍ଟ...
  • ||
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

୪ ଲୁଟେରା ଗିରଫ : ସୁନାଗହଣା ଓ ବାଇକ ଜବତ

କାଶୀପୁର , ୨୩।୬  : କାଶୀପୁର ବ୍ଲକ ଟିକିରି ପୋଲିସ ହାତରେ ୪ ଜଣ ଲୁଟେରା ଧରାପଡିଛନ୍ତି। ଅଭିଯୁକ୍ତମାନେ ହେଲେ ନବରଙ୍ଗପୁର ଜିଲ୍ଲା କେନ୍ଦୁଗୁଡା ଗ୍ରାମର ଦୈତାରୀ ଚାଲାଣ( ୩୮), ଧନପତି ହରିଜନ(୨୪)ଏବଂ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ଲେଖମ ଗ୍ରାମର ପାଲ ସାନ୍ତା(୨୧)ଏବଂ ବିରି ମୋହନ ଛକ ପଡ଼ାର ଦାଶ ସାନ୍ତା (୧୯) । ପୋଲିସ ପଞ୍ଝାରେ ଧରା ହୋଇ ଥିବା ଚାରି ଅଭିଯୁକ୍ତ ବାଇକ ଚୋରି, ଡକାୟତି ଏବଂ ଗହଣା ଲୁଟ ଭଳି ରାହାଜାନି ସଂଶ୍ଲିଷ୍ଟ ଥିବାର ଜଣା ଯାଇଛି । ଏମାନଙ୍କ ଠାରୁ ପାଞ୍ଚଟି ମୋବାଇଲ ସହିତ ଗତ ଦିନରେ ସ୍ଥାନୀୟ ଅଞ୍ଚଳରୁ ଚୋରି ହୋଇ ଥିବା ଦୁଇଟି ବାଇକ,ବୃଦ୍ଧ ମହିକାଙ୍କଠାରୁ ଝାମ୍ପି ନେଇ ଥିବା ସୁନା ମାଳି ଏବଂ ନାକ ଏବଂ କାନର ଗହଣାକୁ ଜବତ ହୋଇଛି ।ଜବତ ସୁନା ଗହଣାର ଓଜନ ୧୮ ଗ୍ରାମ ହେବ  । ସେହିପରି ଦୁର୍ବୁତ୍ତମାନେ ବ୍ୟବହାର କରୁଥିବା କାର, ଦୁଇଟି ଛୁରୀ ଏବଂ ଗୋଟିଏ  ପିସ୍ତଲ ମଧ୍ୟ ଜବତ ହୋଇ ଥିବା  ରାୟଗଡା ପୁଲିସ ଏସଡ଼ିପିଓ ଡ଼ି ଡ଼ି ସେନାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

  ଚଳିତ ମାସ୧୫ ତାରିଖରାତିରେ ପହୁଣ୍ଡି ଗ୍ରାମ ନିକଟରେ ପାର୍କିଂ କରିଥିବା କାଠଗାଡ଼ିର ଓଜିର ଅହମ୍ମଦ ନାମକ ଡ୍ରାଇଭରଙ୍କୁ କିଛି ଜଣ ଦୁର୍ବୁତ୍ତ  ପିସ୍ତଲ, ଛୁରୀ ଭଳି ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ଟଙ୍କା ମାଗିଥିଲେ ।ମାଡ଼ ମାରି ମୋବାଇଲ ଛଡାଇ ନେଇ ଥିଲେ । ଫୋନପେରେ ଟଙ୍କା ଥିବାର ଜାଣି ବାଧ୍ୟ କରି  ପାସୱାର୍ଡ ନମ୍ବର ମାଗି ଦୁଇ ଥରରେ ୨୨ ହଜାର ଟଙ୍କା ଟ୍ରାନ୍ସଫର କରିବା ପରେ ମୋବାଇଲ ଧରି ଚମ୍ପଟ ମାରି ଥିଲେ ।ଏହି ଘଟଣାରେ ଟିକିରି ଥାନାରେ ଅଭିଯୋଗ ହେବା ପରେ ସାଇବର କ୍ରାଇମ ସେଲର ସହାୟତା ଟିକିରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଗତ ଦିନର ବାଇକ ଚୋରି ଏବଂ ସୁନା ଲୁଟ ଘଟଣାରେ ସଂପୃକ୍ତ ଥିବାର ଜଣା ଯାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.