ପ୍ରମୂଖ ଖବର
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଠାବ, ପ୍ରେମିକ ହତ୍ୟା କରିଥିବା ଅଭିଯୋଗ

ମୁନିଗୁଡ଼ା, ୧୧/୦୬ : ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଠାବ। ବିଷମକଟକ ଥାନା ଅନ୍ତର୍ଗତ କିରିବିରୀ ଛକ ନିକଟ ଜଙ୍ଗଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରେମ ସମ୍ପର୍କକୁ ନେଇ ଯୁବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏନେଇ ଯୁବତୀଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ କରିଛନ୍ତି।  

ସୂଚନାନୁଯାୟୀ, ବିଷମକଟକ ଥାନା ଅନ୍ତର୍ଗତ କିରିବିରୀ ଛକ ନିକଟ ଜଙ୍ଗଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବତୀ ଜଣଙ୍କ ବିଷମକଟକ ବ୍ଲକ କୋଲନୀର ନିତୁ ନାଉରି ବୋଲି ଜଣାପଡିଛି। ଦୀର୍ଘ ଦିନ ହେବ ନିତୁ ଗୁଣୁପୁର ମରାଠିଗୁଡାର ମାନୁଆଲ ସବର ନାମକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ବିବାହ କରିବାକୁ ଚାହୁଁଛି କହି ଯୁବକ ଜଣଙ୍କ ଯୁବତୀଙ୍କ ଘରକୁ ଯିବା ଆସିବା କରୁଥିଲେ। ହେଲେ ଯୁବତୀଙ୍କ ପରିବାର ଲୋକ ମନା କରିଦେବାରୁ ସୋମବାର ଅପରାହ୍ନରେ ଯୁବକ ଜଣଙ୍କ ନିତୁଙ୍କୁ ଫୋନ କରି ଡାକିଥିଲେ। ଆଜି ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଠାବ ହୋଇଛି। ତେଣୁ ଯୁବକ ଜଣଙ୍କ ଏଭଳି ଘଟଣା ଘଟାଇଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଥିଛନ୍ତି। ପୋଲିସ ମୃତଦେହ ବ୍ୟବଛେଦ ପାଇଁ ପଠାଇଛି। ସେପଟେ ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତଙ୍କୁ କୋଠର ଦଣ୍ଡ ଦେବାପାଇଁ ପରିବାର ତରଫରୁ ଦାବି ହୋଇଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.