ପୁରୀ,୨୨/୦୬: ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଫେରିଲେ ପୁରୁଣା ପ୍ରଶାସକ । ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମାଳମଳ ନୂଆ ପ୍ରଶାସକ ଥିବା ସତ୍ତେ୍ୱ ସେମାନଙ୍କ ଉପରେ ଅବିଶ୍ୱାସ ମାତ୍ର ପୁରୁଣା ପ୍ରଶାସକଙ୍କ ଉପରେ ବିଶ୍ୱାସ । ରଥଯାତ୍ରା ଉପଲକ୍ଷେ ପୁରୀରେ କାର୍ଯ୍ୟ କରିବାର ଅଭିଜ୍ଞତା ଥିବା ପୂର୍ବତନ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନର ପ୍ରଶାସକମାନଙ୍କୁ ପୁନଃ ଡେପୁଟେସନରରେ ନିଯୁକ୍ତ କରାଯାଇଛି । ନୂଆଙ୍କ ଉପରେ ଭରସା ନଥିବାରୁ କିମ୍ବା ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବାକୁ ଏହି ପୁରୁଣା ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଯାହା ଭିତରେ ଅଛନ୍ତି ବରିଷ୍ଠ ପ୍ରଶାସକ ବିନୟ ଦାସ, ପ୍ରଦୀପ ସାହୁ, ସୁବ୍ରତ ବେହେରା, ଜ୍ୟୋତିଶଙ୍କର ମହାପାତ୍ର, ପ୍ରଶାନ୍ତ ଜେନା, ସରୋଜ ସ୍ୱାଇଁ ପ୍ରମୁଖ । ସେମାନେ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଆସନ୍ତା ମାସ ୨୦ ତାରିଖ ପର୍ଯ୍ୟନ୍ତ ଡେପୁଟେସନରେ ରହି କାମ କରିବେ ବୋଲି ଜଣାପଡ଼ିଛି । ସାଧାରଣ ନିର୍ବାଚନ ପୂର୍ବରୁ ବହୁଦିନ ଧରି ଚୌକିରେ ରହିଥିବା ଏହି ପ୍ରଶାସକଙ୍କୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ବଦଳି କରାଯାଇଥିଲା । ନିର୍ବାଚନ କାର୍ଯ୍ୟରେ ବିଘ୍ନ ଉପୁଜିବା ଅଶଙ୍କା କରି ଏହି ବଦଳି କରିଥିବା ଅନୁମାନ କରାଯାଇଥିଲା । ତେବେ ସେମାନଙ୍କ ଘର ବାହୁଡ଼ା ପୁଣି ଚର୍ଚ୍ଚାର ବିଷୟ ହୋଇଛି।
ସଦସ୍ୟତା ଅଭିଯାନରେ ମାତିଲେ ବିଜେଡି, ବିଜେପି: ମନ୍ଥର...