ପ୍ରମୂଖ ଖବର
  • ଜୁଲାଇ ୩ରୁ ସିପିଇଟି ପରୀକ୍ଷା, ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ
  • ||
  • ନନ୍ଦନକାନନରେ ଆଖି ବୁଜିଲା ନାଲି ବାଘୁଣୀ 'ସାରା', ବୟସାଧିକ କାରଣରୁ ମୃତ୍ୟୁ
  • ||
  • ଅଷ୍ଟାଦଶ ଲୋକସଭା ଅଧିବେଶନ, ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ
  • ||
  • ଜୁଲାଇ ୯ରୁ ମାଟ୍ରିକ୍‌ ସାର୍ଟିଫିକେଟ୍‌ ବଣ୍ଟନ: ଜୁଲାଇ ୧୨ ରୁ ୨୨ ତାରିଖ ପର୍ଯ୍ୟନ୍ତ ତ୍ରୁଟି ସଂଶୋଧନ ପାଇଁ ଆବେଦନ
  • ||
  • ମାନହାନି ମାମଲା: ରାହୁଲଙ୍କୁ ଜୁଲାଇ ୨ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ
  • ||
  • ଟି-୨୦ ବିଶ୍ବକପ୍ ୨୦୨୪, ଆଫଗାନର ସ୍ବପ୍ନ ଧୂଳିସାତ,ଫାଇନାଲ୍ରେ ଦକ୍ଷିଣ. ଆଫ୍ରିକା
  • ||
  • ଟି-୨୦ ବିଶ୍ୱକପ୍ ସେମି ଟକ୍କର: ଇଂଲଣ୍ଡ- ଭାରତ ମହାମୁକାବିଲା, ବର୍ଷା ସାଜିପାରେ ଖଳନାୟକ
  • ||
  • ଅଣସର ଘରେ ଚାଲିଛି ଗୁପ୍ତ ଉପଚାର, ଆଜି ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ
  • ||
  • ରାଜ୍ୟରେ ବଦଳିଲା ପାଗ: ୪ ଦିନ ଭଲ ବର୍ଷା,୨ ଦିନ ହେବ ପ୍ରବଳ ଛେଚିବ
  • ||

ରିଲିଜ୍ ପୂର୍ବରୁ ୩୫୦ କୋଟିରୁ ଅଧିକ ବ୍ୟବସାୟ କଲାଣି ‘କଳକୀ ୨୮୯୮ ଏଡି’ ଫିଲ୍ମ

ମୁମ୍ବାଇ: ‘କଳକୀ ୨୮୯୮ ଏଡି’ ଚଳଚ୍ଚିତ୍ର ରିଲିଜ୍‌ ହେବାକୁ ଆଉ ୪ ଦିନ ବାକି ଅଛି । କିନ୍ତୁ ଫିଲ୍ମ ସିନେମା ଘରକୁ ଆସିବା ପୂର୍ବରୁ ଦର୍ଶକଙ୍କ ଗହଣରେ ଏହାର କ୍ରେଜ୍‌ ବଢ଼ିବାରେ ଲାଗିଛି । ନିକଟରେ ଫିଲ୍ମର ଦ୍ବିତୀୟ ଟ୍ରେଲ୍‌ର ମଧ୍ୟ ରିଲିଜ୍‌ ହୋଇଛି ।ଏହାରି ମଧ୍ୟରେ ଫିଲ୍ମର ପ୍ରି-ରିଲିଜ୍‌ ବିଜନେସ୍‌କୁ ନେଇ ଚର୍ଚ୍ଚା ଲାଗିରହିଛି । ପିଙ୍କଭିଲାର ଏକ ରିପୋର୍ଟ ଅନୁସାରେ, ‘କଳକୀ ୨୮୯୮ ଏଡି’ର ପ୍ରି-ରିଲିଜ୍‌ ବିଜନେସ୍ ୩୫୦ କୋଟିରୁ ଅଧିକ ହେବ ।

 କୌଣସି ଭାରତୀୟ ପିଲ୍ମର ଏହା ସର୍ବାଧିକ ବ୍ୟବସାୟ ବୋଲି କୁହାଯାଉଛି । ଆନ୍ଧ୍ର ପ୍ରଦେଶରେ ପ୍ରଭାସ ଅଭିନୀତ ‘କଳକୀ ୨୮୯୮ ଏଡି’ ୮୫ କୋଟି ଟଙ୍କା ହିସାବରେ ବିକ୍ରି ହୋଇଛି । ସିଡେଡ୍‌ ରାଇଟସ୍‌ ୨୭ କୋଟି ଟଙ୍କାରେ ଏବଂ ନିଜାମ ରାଇଟସ୍‌ ୭୦ କୋଟି ଟଙ୍କାରେ ବିକ୍ରି କରାଯାଇଛି । ଏହି ଭଳି ଫିଲ୍ମର ମୋଟ ଏପିଟିଏସ୍‌ ବିଜନେସ୍‌ ୧୮୨ କୋଟି ଟଙ୍କା ହେବ । ଏହା ବ୍ୟତୀତ ପିଲ୍ମ ତାମିଲନାଡୁ ଏବଂ କେରଳରେ ୨୨ କୋଟି ଟଙ୍କାର ଡିଲ ଫିକ୍ସ କରିଛି । 

କର୍ଣ୍ଣାଟକରେ ଫିଲ୍ମର ବିଜେନେସ୍ ୩୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି । କଳକୀ ୨୮୯୮ ଏଡିର ଓଭରସିଜ୍‌ ଥ୍ରେଟିକାଲ ବ୍ୟବସାୟ ପ୍ରାୟ ୭୦ କୋଟି ଟଙ୍କା । ଫିଲ୍ମର ପ୍ରି-ରିଲିଜ୍‌ ବ୍ୟବସାୟରୁ ଜଣାପଡ଼ୁଛି ନିର୍ମାତା ବିଶ୍ବବ୍ୟାପୀ ୭୦୦ କୋଟି ଟଙ୍କା ରୋଜଗାର କରିବାକୁ ଆଶା ରଖିଛନ୍ତି । ନିର୍ମାତା ମଧ୍ୟ ଏଭଳି ଆଶା କରିବା ସ୍ବଭାବିକ, କାରଣ ଫିଲ୍ମର ବଜେଟ୍‌ ପାଖାପାଖି ୬୦୦ କୋଟି ଟଙ୍କା । ପ୍ରଭାସ, ଦୀପିକା ପାଦୁକୋନ, ଅଭିତାଭ ବଚ୍ଚନ ଏବଂ କମଲ ହାସନ ଅଭିନୀତ ‘କଳକୀ ୨୮୯୮ ଏଡି’ କୁ  ନେଇ ଦେଶ ଏବଂ ବିଦେଶରେ ଖୁବ ଉତ୍ସାହ ଦେଖିବାକୁ ମିଳୁଛି ।

  • film
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.