ପ୍ରମୂଖ ଖବର
  • ଜୁଲାଇ ୩ରୁ ସିପିଇଟି ପରୀକ୍ଷା, ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ
  • ||
  • ନନ୍ଦନକାନନରେ ଆଖି ବୁଜିଲା ନାଲି ବାଘୁଣୀ 'ସାରା', ବୟସାଧିକ କାରଣରୁ ମୃତ୍ୟୁ
  • ||
  • ଅଷ୍ଟାଦଶ ଲୋକସଭା ଅଧିବେଶନ, ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ
  • ||
  • ଜୁଲାଇ ୯ରୁ ମାଟ୍ରିକ୍‌ ସାର୍ଟିଫିକେଟ୍‌ ବଣ୍ଟନ: ଜୁଲାଇ ୧୨ ରୁ ୨୨ ତାରିଖ ପର୍ଯ୍ୟନ୍ତ ତ୍ରୁଟି ସଂଶୋଧନ ପାଇଁ ଆବେଦନ
  • ||
  • ମାନହାନି ମାମଲା: ରାହୁଲଙ୍କୁ ଜୁଲାଇ ୨ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ
  • ||
  • ଟି-୨୦ ବିଶ୍ବକପ୍ ୨୦୨୪, ଆଫଗାନର ସ୍ବପ୍ନ ଧୂଳିସାତ,ଫାଇନାଲ୍ରେ ଦକ୍ଷିଣ. ଆଫ୍ରିକା
  • ||
  • ଟି-୨୦ ବିଶ୍ୱକପ୍ ସେମି ଟକ୍କର: ଇଂଲଣ୍ଡ- ଭାରତ ମହାମୁକାବିଲା, ବର୍ଷା ସାଜିପାରେ ଖଳନାୟକ
  • ||
  • ଅଣସର ଘରେ ଚାଲିଛି ଗୁପ୍ତ ଉପଚାର, ଆଜି ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ
  • ||
  • ରାଜ୍ୟରେ ବଦଳିଲା ପାଗ: ୪ ଦିନ ଭଲ ବର୍ଷା,୨ ଦିନ ହେବ ପ୍ରବଳ ଛେଚିବ
  • ||

ସ୍ୱରାଙ୍କୁ ମହଙ୍ଗା ପଡୁଛି ସୋସିଆଲ ମିଡିଆ, ଫିଲ୍ମରେ କାଷ୍ଟ କରିବାକୁ ଚାହୁଁନାହାନ୍ତି ନିର୍ମାତା

ମୁମ୍ବାଇ ୨୨/୦୬: ‘ରାଞ୍ଝଣା’ ଓ ‘ତନୁ ୱେଡ୍‌ସ ମନୁ’ ଭଳି ଫିଲ୍ମ ଜରିଆରେ ଇଣ୍ଡଷ୍ଟ୍ରିରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ସ୍ୱରା ଭାସ୍କର । ସୋସିଆଲ ମିଡିଆରେ ବେପରୁଆ ବୟାନବାଜି ପାଇଁ ମଧ୍ୟ ସେ ଖୁବ୍‌ ପରିଚିତ । ନିକଟରେ ଏକ ସାକ୍ଷାତକାରରେ ସ୍ୱରା କହିଥିଲେ, ନିର୍ଭୀକ ଭାବେ ନିଜ ମତ ରଖୁଥିବାରୁ ସେ ସର୍ବଦା ବିବାଦ ଘେରରେ ରହୁଛନ୍ତି । ସେଥିପାଇଁ ସିନେ ଇଣ୍ଡଷ୍ଟ୍ରିରେ ତାଙ୍କର ଏକ ଭିନ୍ନ ଛବି ସୃଷ୍ଟି ହୋଇଛି । ଏହି କାରଣ ପାଇଁ ଫିଲ୍ମ ନିର୍ମାତା ତାଙ୍କ ସହ କାମ କରିବାକୁ ଚାହୁଁନାହାନ୍ତି । ଏହା ଦେଖି ସ୍ୱରାଙ୍କ ସ୍ୱାମୀ ତାଙ୍କୁ ଚୁପ୍‌ ରହିବାକୁ ପରାମର୍ଶ ଦେଇଛନ୍ତି । 

ସୋସିଆଲ ମିଡିଆ ଆକାଉଣ୍ଟ୍‌ ତାଙ୍କ ପାଇଁ ସବୁଠୁ ମହଙ୍ଗା ହୋଇଛି । କାରଣ ଏହା ଯୋଗୁ ତାଙ୍କ କ୍ୟାରିଅର ଶେଷ ହୋଇଯିବାକୁ ବସିଛି । ଏବେ ଇଣ୍ଡଷ୍ଟ୍ରିରେ ତାଙ୍କୁ ଅଛୁଆଁ ଭଳି ବ୍ୟବହାର କରାଯାଉଥିବା ସେ କହିଛନ୍ତି । କିଛି କାଷ୍ଟିଂ ଡାଇରେକ୍ଟର ସ୍ୱରାଙ୍କୁ କହିଛନ୍ତି, ଫିଲ୍ମରେ ସେମାନେ ତାଙ୍କ ଭଳି ଅଭିନେତ୍ରୀଙ୍କୁ କାଷ୍ଟ୍‌ କରିବାକୁ ଚାହୁଁଛନ୍ତି । କିନ୍ତୁ ତାଙ୍କୁ ନେବାକୁ ଚାହୁଁନାହାନ୍ତି । କାରଣ କୌଣସି ବିବାଦରେ ସେମାନେ ଫସିବାକୁ ଚାହୁଁନଥିବା ସ୍ପଷ୍ଟ କରିଛନ୍ତି । ଶୁଭଚିନ୍ତକ, ନିର୍ଦ୍ଦେଶକ, ପ୍ରଯୋଜକ ବନ୍ଧୁମାନେ ଏ କଥା ନିଜେ ସ୍ୱରାଙ୍କୁ କହିଛନ୍ତି । କିଛି ନିର୍ଦ୍ଦେଶକ କହିଛନ୍ତି, ସେମାନେ ସ୍ୱରାଙ୍କୁ କାଷ୍ଟ୍‌ କରିବାକୁ ଚାହୁଁଛନ୍ତି । କିନ୍ତୁ ପ୍ରଡକ୍ସନ୍‌ ହାଉସ୍‌ରେ ତାଙ୍କ ନାଁକୁ ପ୍ରତ୍ୟାଖ୍ୟାନ କରି ଦିଆଯାଉଛି । ୨୦୨୩ ମସିହାରେ ସ୍ୱରା ସମାଜବାଦୀ ପାର୍ଟିର ନେତା ଫହାଦ ଅହମଦଙ୍କୁ ବିବାହ କରିଥିଲେ । ସେହି ବର୍ଷ ସେପ୍ଟେମ୍ବର ୨୩ରେ ସେ ରାବିୟା ନାମ୍ନୀ ଏକ କନ୍ୟା ସନ୍ତାନ ଜନ୍ମ ଦେଲେ । ବିବାହ ପରଠୁ ସ୍ୱରା ଫିଲ୍ମ ଦୁନିଆଠୁ ଦୂରରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.