ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଅଜଣା ରୋଗରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି, ୧୦ ଆକ୍ରାନ୍ତଙ୍କ ଚାଲିଛି ଚିକିତ୍ସା

ରାୟଗଡ଼ା,୧୩/୦୬ ରାୟଗଡ଼ା  ଜିଲ୍ଲା କାଶୀପୁର ବ୍ଲକ୍‌ ଡଙ୍ଗାସିଲ ପଞ୍ଚାୟତ ମୁନୁଷପଦର ଗାଁରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ବୁଧବାର ଆଉ ଜଣେ ଶିଶୁର  ମୃତ୍ୟୁ ହୋଇଛି । ତା ନାଁ କାଳୀ ମାଝୀ(୧୫) । ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୪ରେ ପହଞ୍ଚିଛି । ଅନ୍ୟପକ୍ଷରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା  ବଢିବାରେ ଲାଗିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଗାଁର ହରି ମାଝୀ(୬୧)ଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ୪ ଶିଶୁ ଓ ଜଣେ ବୃଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଂକ୍ରମଣ  ବିଭାଗର ଚିକିତ୍ସାଧୀନ ଅଛନ୍ତି । ବିଶେଷକରି ଏହି ରୋଗରେ ଶିଶୁଙ୍କ ସମେତ ବୃଦ୍ଧମାନେ  ଆକ୍ରାନ୍ତ ହେଉଛନ୍ତି । 

ଅନ୍ୟପକ୍ଷରେ କାଶୀପୁର  ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୫ଜଣ ଚିକିତ୍ସିତ  ହେଉଥିବା ସୂଚନା ମିଳିଛି । ଏମାନଙ୍କୁ ମିଶାଇ  ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି ।  ଜିଲ୍ଲା  ହସ୍‌ପିଟାଲ୍‌ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମ୍‌  ପକ୍ଷରୁ ୫ଜଣ ଆକ୍ରାନ୍ତଙ୍କ ଗଳାରୁ ନମୁନା ସଂଗ୍ରହ  କରାଯାଇଛି। ଆଇସିଏମ୍‌ଆର ଜରିଆରେ  ନମୁନାଗୁଡିକ ପରୀକ୍ଷା ପାଇଁ ଭୁବନେଶ୍ୱରର  ଆର୍‌ଏମ୍‌ଆର୍‌ସିକୁ ପଠାଯାଇଛି । ଏଥିସହ  ଜିଲ୍ଲା ଲ୍ୟାବରେ ମଧ୍ୟ ପରୀକ୍ଷା ଚାଲିଥିବା  ମାଇକ୍ରୋ ବାୟୋଲୋଜିଷ୍ଟ ସୂର୍ଯ୍ୟକାନ୍ତ ସାମଲ  ସୂଚନା ଦେଇଛନ୍ତି । ଜିଲ୍ଲା ମେଡିକାଲ୍‌ରେ  ଚିକିତ୍ସାଧୀନ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପଳାସୀ  ମାଝୀ(୧୨) ଓ ମହେନ୍ଦ୍ର ମାଝୀ(୫)ଙ୍କ ଅବସ୍ଥା  ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼  ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି ।   

ବୁଧବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ  ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ମୁନୁଷପଦର ଗାଁକୁ ଯାଇ ଆକ୍ରାନ୍ତଙ୍କ ଚିକିତ୍ସା କରିବା ସହ ଅଧିକ  ନମୁନା ସଂଗ୍ରହ କରିଛି । ତେବେ ଗାଁ ଲୋକଙ୍କୁ  କେଉଁ ରୋଗ ବ୍ୟାପିଛି, ତାହା ଜଣାପଡ଼ିନାହିଁ ।  ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମ୍‌ ପକ୍ଷରୁ ‘ଡିପଥେରିଆ’ ନାମକ ରୋଗ ବ୍ୟାପିଥିବା  ସନ୍ଦେହ କରାଯାଉଛି । କାରଣ ‘ଡିପଥେରିଆ’ର  ସମସ୍ତ ଲକ୍ଷଣ ଆକ୍ରାନ୍ତଙ୍କ ପାଖରେ ରହିଛି ।   ମୃତ୍ୟୁ ହୋଇଥିବା କାଳୀର ଶରୀରରେ ସର୍ବାଧିକ  ଡିପତେରିଆର ଲକ୍ଷଣ ଥିବା ଜଣାପଡ଼ିଛି ।  ତେବେ ଏହି ରୋଗ ଆଖପାଖରେ ପଡ଼ୋଶୀ ଗାଁକୁ ମଧ୍ୟ ବ୍ୟାପୁଥିବା ଜଣାପଡ଼ିଛି । ବିଶେଷକରି  କୁଟୁଲାପଦର, ଘାଟିଗୁଡା, ଗୁମାମୁର୍କା ଓ ଡିମୁର୍କା  ଗାଁର କେତେକ ଲୋକଙ୍କ ପାଖରେ ଏହି ଗଳା  ରୋଗର ଲକ୍ଷଣ ଦେଖାଦେଇଛି । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.