ପ୍ରମୂଖ ଖବର
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା କଲା ସ୍ଵାମୀ

ମାଲକାନଗିରି/କାଲିମେଳା, ୨୦/୬ : ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା କଲା ସ୍ଵାମୀ। ଏପରି ଲୋମ ହର୍ଷଣକାରୀ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଧିନ ମହାରାଜପାଲୀ ପଞ୍ଚାୟତ କୋଇକୋଣ୍ଡା ଗ୍ରାମରେ। ମୃତ ମହିଳା ଜଣଙ୍କ ହେଲେ ଯୋଗୀ ସାଲବମ (୨୬ ବର୍ଷ)। 

ସୂଚନାନୁଯାୟୀ, ମୋଟୁ ଥାନା କାଟନପଲ୍ଲୀ ଗ୍ରାମର ଯୋଗୀ ଗତ ୬ ବର୍ଷ ତଳେ କୋଇକୋଣ୍ଡା ଗ୍ରାମର ନାଗା ସାଲବମଙ୍କୁ ବିବାହ କରିଥିଲେ। କିଛି ବର୍ଷ ପରେ ଦୁହିଁଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଅସୁସ୍ଥତା କାରଣରୁ କନ୍ୟାଟିର ମୃତ୍ୟୁ ହୋଇ ଯାଇଥିଲା। ସେବେଠାରୁ କିଛିନା କିଛି କଥାକୁ ନେଉ ଉଭୟଙ୍କ ମଧ୍ୟରେ ବଚସା ଲାଗି ରହୁଥିଲା। ଗତ ବର୍ଷ ଉଭୟଙ୍କ ମଧ୍ୟରେ ଅତ୍ୟଧିକ ଝଗଡା ହେବାରୁ ଯୋଗୀ ଘର ଛାଡି ନିଜ ଭାଇ ଦାନେଲ ଘରକୁ ପଳାଇ ଥିଲେ। ପରେ ଉଭୟ ପରିବାର ମଧ୍ୟରେ ବୁଝାସୁଝା କରି କାନି ସ୍ୱାମୀ ସହ ଫେରି ଥିଲେ। ଗତକାଲି ସକାଳେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ସ୍ୱାମୀ ନାଗା ଏକ ଧାରୁଆ କଟୁରୀ ନେଇ କାନିର ବେକକୁ କାଟିବା ସହ ଶରୀରର ବିଭିନ୍ନ ଅଙ୍ଗକୁ କ୍ଷତ ବିକ୍ଷତ କରିଥିଲେ। ଘଟଣା ସ୍ଥଳରେ ପତ୍ନୀ କାନିର ମୃତ୍ୟୁ ଘଟିଥିଲା। ଏହି ଖବର ଗ୍ରାମବାସୀ ଜାଣିପାରି ମୋଟୁ ଥାନାକୁ ଜଣାଇଥିଲେ। ମୋଟୁ ଥାନା ପୁଲିସ ଘଟଣା ସ୍ଥଳରେ ପହଁଚିଥିଲେ।

ମୃତ ଶରୀର ଜବତ କରି ଶବ ବ୍ୟବଛେଦ ନିମନ୍ତେ ହସ୍ପିଟାଲକୁ ପଠାଇ ଦାଦନ୍ତ ଆରମ୍ଭ କରିଛନ୍ତି। ଅଭିଯୁକ୍ତ ସ୍ୱାମୀ ନାଗାକୁ ଗିରଫ ପୋଲିସ ଗିରଫ କରିଛି। ଥାନା ପକ୍ଷରୁ ମୋଟୁ ଥାନା କେସ ନମ୍ବର ୧୦୧/୨୪ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.