ପ୍ରମୂଖ ଖବର
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ

ଜଳେଶ୍ୱର,୨୮/୦୯: ଅଧାରେ ରହିଲା ପୁରୀ ତ୍ରୀର୍ଥ ଯାତ୍ରା । କଲିକତାରୁ ପୁରୀ ଆସୁଥିବା କ୍ରିଷ୍ଣା ନାମକ ବସ୍ ଦୁର୍ଘଟଣା ଗ୍ରସ୍ତ । ଜାତୀୟ ରାଜପଥ ରାସ୍ତା ପାଖ ୨୦ ଫୁଟ ତଳ ବିଲକୁ ଓଲଟିଲା ବସ୍ । ଜଣେ ମହିଳା ସମେତ ୩ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର ହୋଇଛନ୍ତି । ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ୬୦ନଂ ଜାତୀୟ ରାଜପଥ ଚାଲନ୍ତି ବାଇପାସ ନିକଟରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଶୁକ୍ରବାର ମଧ୍ୟ ରାତ୍ରିରେ କ୍ରୀଷ୍ଣା ନାମକ ଏକ ଯାତ୍ରୀବସ ଉତ୍ତର ପ୍ରଦେଶର ୫୭ଜଣରୁ ଅଧିକ ତୀର୍ଥଯାତ୍ରୀଙ୍କୁ ନେଇ ଗତ ୧୮ ତାରିଖରୁ ବାହାରିଥିଲା । ଶୁକ୍ରବାର କଲାକତାରୁ ପୁରୀ ଅଭିମୁଖେ ଯାଉଥିଲା । ମଧ୍ୟ ରାତି ପାଖାପାଖି ଗୋଟାଏ ସମୟରେ ଡ୍ରାଇଭର ବେପାରୁଆ ଗାଡି ଚାଳନା ଫଳରେ ରାସ୍ତା ପାଖ ୨୦ ଫୁଟ ତଳ ବିଲକୁ ବସ୍‌ଟି ଖସି ପଡ଼ିଥିଲା । ଫଳରେ ବସ୍ ତଳେ ସମସ୍ତ ଯାତ୍ରୀ ଚାପିହୋଇ ଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଜଳେଶ୍ୱର ପୋଲିସ, ଅଗ୍ନିଶମ ବାହିନୀ,ସ୍ଥାନୀୟ ଲୋକମାନେ ପହଞ୍ଚି ବସ୍ ଭିତରୁ ୫୭ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଗୁରୁତର ଭାବେ ଉଦ୍ଧାର ହୋଇଥିଲେ । ସେଥି ମଧ୍ୟରୁ ୧୭ରୁ ଅଧିକ ଗୁରୁତର ଯାତ୍ରୀଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଆଉ କିଛି ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଦୁର୍ଘଟଣାରେ ଜଣେ ମହିଳା ସମେତ ୪ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଜଳେଶ୍ଵର ଆଇଆଇସି ରଞନ ସେଠୀ ନିଜେ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି । ଜଳେଶ୍ଵର ଏସଡିପିଓ ଦିଲୀପ ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଓ ହେଲ୍ପର୍ ଫେରାର ଅଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.