ଭୋଗରାଇ, ୧୯/୧୨: ପଶ୍ଚିମବଙ୍ଗ ଦିଘା ବେଳାଭୂମିରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଏକ ବିରାଟକାୟ ସାର୍କ ମାଛ । ଏହି ମାଛର ଓଜନ ପ୍ରାୟ ୩ କୁଇଣ୍ଟାଲ ହୋଇଥିବା ବେଳେ ଲମ୍ୱ ୭ ଫୁଟ ରହିଛି । ଏହି ମାଛଟିକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି । ଦିଘା ମୁହାଣରେ ମତ୍ସ୍ୟ ଅବତରଣ କେନ୍ଦ୍ରରେ ଏହି ମାଛକୁ ନିଲାମ କରାଯାଉଥିବା ବେଳେ ପଶ୍ଚିମବଙ୍ଗର ଏକ କମ୍ପାନୀ ମାଛକୁ କିଣି ନେଇଥିବା ଦେଖିବାକୁ ମିଳିଛି । ଏହି ମାଛ ଔଷଧ ତିଆରିରେ ଲାଗୁଥିବାରୁ ମାଛର ଅଧିକ ମୂଲ୍ୟ ହୋଇଥାଏ । ମତ୍ସ୍ୟଜୀବୀଙ୍କ ଜାଲରେ ଏହି ମାଛଟି ଲାଗିଥିବା ବେଳେ ସେମାନଙ୍କୁ କୂଳକୁ ଆସିବା ପାଇଁ ଜୀବନ ମରଣ ସହିତ ସମୁଦ୍ରରେ ସଂଗ୍ରାମ କରିବାକୁ ପଡିଥିଲା ।
ଯିଏ ନିଜ ପିତାଙ୍କ ହତ୍ୟାକାରୀଙ୍କୁ କ୍ଷମା ଦେଇଛନ୍ତି,...