ପ୍ରମୂଖ ଖବର
  • ପୁରୀ : ୩୧ ଓ ୧ ତାରିଖ ପାଇଁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, କେବଳ ସିଂହଦ୍ୱାର ଦେଇ ପ୍ରବେଶ
  • ||
  • ନୂଆବର୍ଷରୁ କୃଷକ ପଞ୍ଜୀକରଣ ଆରମ୍ଭ, ମାର୍ଚ୍ଚ ୩୧ରେ ଶେଷ
  • ||
  • ବଣାଇ : ହାଇୱା -ସ୍କର୍ପିଓ ମଧ୍ୟରେ ମୁହାଁମୁହିଁ ଧକ୍କା : ୨ ମୃତ, ଦୁଇ ଗୁରୁତର
  • ||

ପ୍ରଶାସନ ପକ୍ଷରୁ ବେଆଇନ ଇଟାଭାଟି ସିଲ୍

Published By : Prameya | December 10, 2024 4:27 PM

ନୀଳଗିରି,୧୦/୧୨:ବାଲେଶ୍ଵର ଜିଲ୍ଲା ନୀଳଗିରି ତହସିଲ ଅଧିନ କୁଳଡିହା ଅଭୟାରଣ୍ୟ ସୀମାନ୍ତରେ ଥିବା ଇଟାଭାଟି ଉପରେ ପ୍ରଶାସନ ତରଫରୁ ଚଢ଼ାଉ କରାଯାଇ  ସିଲ୍ କରାଯାଇଛି। 

ଇକୋସେନସେଟିଭ ଜୋନନରେ କିଛି ଇଟାଭାଟି ଚାଲିଆସୁଥିବା ବେଳେ ଅନୁମତି ନଥାଇ ମଧ୍ୟ ବହୁ ଇଟାଭାଟି ଚାଲି ଆସୁଥିଲା। ପୂର୍ବରୁ ସନ୍ତରାଗଡ଼ିଆ ଅଞ୍ଚଳରେ ମଧ୍ୟ ଏକ ଇଟାଭାଟି ଭାଙ୍ଗି ଦିଆଯାଇଥିଲା।ପରେ ବେଆଇନ ଇଟାଭାଟିକୁ ନେଇ ପୂର୍ବରୁ ନାଲି ପତାକା ଲଗାଇ ସିଲ କରାଯାଇଥିଲେ ମଧ୍ୟ ପୁଣି ଚାଲି ଆସୁଥିଲା। ପୁଣି ଅଞ୍ଚଳବାସୀ ଅଭିଯୋଗ କରିବା ସହ ମାମଲା ଯାଇ ହାଇକୋର୍ଟରେ ପହଞ୍ଚିଥିଲା।ତେବେ ବିଳମ୍ବରେ ହେଲେ ମଧ୍ୟ ପ୍ରଶାସନ ଏକ୍ସନ ମୋଡ଼କୁ ଆସିଛି। ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥଙ୍କ ସହିତ ରାଜସ୍ୱ ବିଭାଗ, ବନବିଭାଗ,ପୋଲିସ ପ୍ରଶାସନ,ପ୍ରଦ୍ୟୁଷଣ ବିଭାଗ ଯାଇ ଆଜି ଅଚାନକ ଚଢ଼ାଉ କରି ନାଲି ପତାକା ଲଗାଇ ଇଟାଭାଟିକୁ ସିଲ କରିଛନ୍ତି।ଯଦି ଆଇନ ଉଲଂଘନ କରାଯାଏ ତାହେଲେ ଆଗକୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.