ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ମହାବୀର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ବିସିଏକୁ ହରାଇ ଝାଡ଼ଖଣ୍ଡ ରକମ୍ୟାନ ଚାମ୍ପିୟନ

Published By : Prameya | December 29, 2024 9:48 PM

ନୀଳଗିରି,୨୯/୧୨ : ବାଲେଶ୍ୱର ଜିଲ୍ଲା ନୀଳଗିରି ଷ୍ଟାଡିଅମ ପରିସରରେ ଚାଲିଥିବା ମହାବୀର ରାଜ୍ୟସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି । ଫାଇନାଲରେ ବାଲେଶ୍ୱରର ବିସିଏ ଦଳକୁ ଝାଡ଼ଖଣ୍ଡର ରକମ୍ୟାନ ହରାଇ ଚାମ୍ପିୟନ ହୋଇଛି। କୌଶିକ୍ ରାୟ ମେମୋରିଆଲ ଟ୍ରଫିର ଫାଇନାଲ ମ୍ୟାଚରେ ବାଲେଶ୍ବରର ବିସିଏ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ  ନିର୍ଣ୍ଣୟ ନେଇଥିଲା। ନିର୍ଦ୍ଧାରିତ ୨୦ଓଭରରେ ୧୭. ୩ବଲରେ ସମସ୍ତ ୱିକେଟ ହରାଇ ମାତ୍ର ୭୫ରନ କରିପାରିଥିଲେ। ଗୁରୁଦିପନ ଜେନା ୨୫ବଲରୁ ୪୩ରନ କରିଥିବାବେଳେ ରକମ୍ୟାନ କ୍ଲବର ଦୁର୍ଦ୍ଦଶ ବୋଲିଂ ଆଗରେ ବିସିଏ କ୍ଲବର ବ୍ୟାଟ୍ସମ୍ୟାନମାନେ ଧରାଶାୟୀ ହୋଇଯାଇଥିଲେ। 

ଅନ୍ମୋଲ ରାଜ ଦଳ ପକ୍ଷରୁ ୩ୱିକେଟ୍ ନେଇଥିବାବେଳେ ନକୁଲ ଯାଦବ ୨ୱିକେଟ୍ ନେଇଥିଲେ । ପରେ ବ୍ୟାଟିଂ ଆରମ୍ଭ କରି ରକମ୍ୟାନ ଦଳର ଓପନିଂ ବ୍ୟାଟ୍ସମ୍ୟାନ ପ୍ରଥମ ବଲରେ ଓ୍ବିକେଟ ହରାଇଥିଲା। ପରେ ୭.୩ଓଭରରେ ୨ ୱିକେଟ୍ ହରାଇ ୭୯ରନ କରି ବିଜୟୀ ହୋଇଥିଲେ। ମ୍ୟାନ ଅଫ ଦ ମ୍ୟାଚ ଓ ବେଷ୍ଟ ବୋଲର ଅନ୍ମୋଲ୍ ରାଜ ହୋଇଥିବାବେଳେ ମ୍ୟାନ ଅଫ ସିରିଜ ନକୁଲ ଯାଦବଙ୍କୁ ସମ୍ମାନିତ କରିଥିଲେ। ବିସିଏ ଦଳର ଗୁରୁଦିପନ୍ ଜେନାଙ୍କୁ ବେଷ୍ଟ ଫିଲ୍ଡର ଭାବେ ଘୋଷଣା କରାଯାଇଥିଲା। ଫାଇନାଲ ମ୍ୟାଚକୁ ଓସିଏର ପ୍ୟାନେଲ ଅମ୍ପାୟର ପ୍ରାଣନାଥ ଜେନା ଏବଂ ପ୍ରତାପ ପାତ୍ର ପରିଚାଳନା କରିଥିଲେ । ଆଜିର ଫାଇନାଲ ମ୍ୟାଚକୁ ନୀଳଗିରି ବିଧାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିବାବେଳେ ଦୁଇ ଦଳର ଖେଳାଙ୍କୁ କରମର୍ଦନ କରି ଉତ୍ସାହିତ କରିଥିଲେ। 

ସେହିପରି ଉଦଯାପନୀ ଉତ୍ସବରେ ଅତିଥିଭାବେ ଏନଏସି ଅଧ୍ୟକ୍ଷ ମହେନ୍ଦ୍ରନାଥ ବେହେରା, ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଯୋଗଦେଇ ନିଜର ବହୁ ମୂଲ୍ୟ ବକ୍ତବ୍ୟ ରଖିବା ସହ ଚମ୍ପିୟନ ଟିମକୁ ୩୦ହଜାର ଓ ରନର୍ସଅପ ଦଳକୁ ୨୦ ହଜାର ଟଙ୍କା ପୁରସ୍କୃତ କରିଥିଲେ। ମହିଳା ଭାଷ୍ୟକାର ମିସ ସିମରନ ଏବଂ କ୍ଲବର ସଦସ୍ୟ ଗୋପୀ ନନ୍ଦ, ସବ୍ୟସାଚୀ ମହାପାତ୍ର, ମଦନ ମୋହନ ବେହେରା, ଦିବ୍ୟରଞ୍ଜନ ମହାପାତ୍ର ଏବଂ ଭାସ୍କର ବିଶ୍ୱାଳ ଉପସ୍ଥାପନା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ କ୍ଲବର ସଭାପତି କୁମାର ରାୟ, ସମ୍ପାଦକ ସୂର୍ଯ୍ୟକାନ୍ତ ବିଶ୍ଵାଳ, କୋଷାଧ୍ୟକ୍ଷ ସବ୍ୟସାଚୀ ମହାପାତ୍ର, କ୍ଲବର ବରିଷ୍ଠ ସଦସ୍ୟ ସୁଶାନ୍ତ ବିଶ୍ଵାଳ ଓରଫ ନିଲୁ, ଅଜିତ ନାୟକ, ବ୍ରଜକିଶୋର ପାଣି, ଚନ୍ଦନ ରାୟ, ଶିବନାରୟଣ ମହାପାତ୍ର, ଉଦୟ ଜ୍ୟୋତି ମହାନ୍ତି, ବିଜୟ ଲେଙ୍କା, ରାଜେନ୍ଦ୍ର ପାତ୍ର, ଜଟିଆ ସିଂ, ପ୍ରିତିପ୍ରକାଶ ବେହେରା, ମଣ୍ଟୁ ବେହେରା, ଜ୍ୟୋତି ରଞ୍ଜନ ବରାଜ୍, ରଶ୍ମି ନନ୍ଦ, ବିରଜା ବେହେରା, ଜ୍ୟୋତି ପ୍ରକାଶ ବେହେରା, ମନୋଜ ବେହେରା , ବୈରାଗୀ ବେହେରା, ପ୍ରତାପ ସେଠି, ନିଗମ ରାଉତ, ଅବିନାଶ ନନ୍ଦ, ରବି କୁମାର  ଏବଂ ଚିନ୍ମୟ ଶରଣ ରାଉତଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.