ବାଲେଶ୍ୱର, ୨୫/୧୨: ଚୋରି ସନ୍ଦେହରେ ଫାଣ୍ଡି ଠାରୁ ଅଳ୍ପ ଦୂରରେ ଯୁବକଙ୍କୁ ସର୍ବସମ୍ମୁଖରେ ଖୁଣ୍ଟରେ ବାନ୍ଧି ହତ୍ୟା ଘଟଣା । ଦାୟିତ୍ୱରେ ଅବହେଳା ପାଇଁ ନିଲମ୍ୱିତ ହେଲେ ଫାଣ୍ଡି ଅଧିକାରୀ ଚନ୍ଦ୍ରଶେଖର ମହାନ୍ତି । ବାଲେଶ୍ୱର ଜିଲ୍ଲା ଶିଂଲା ଥାନା ଅଧୀନ ସାର୍ଥା ଫାଣ୍ଡିର ଓଡ଼ିଶାଳ ଗ୍ରାମରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଡିସେମ୍ୱର ୨୨ ତାରିଖରେ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ଦେଇଥିଲେ ଲୋକେ । ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟି ପିଟି ହତ୍ୟା କରିଥିଲେ । ଏହି ଘଟଣା ଘଟିବାର ଅଳ୍ପ ଦୂରରେ ହିଁ ଫାଣ୍ଡି ରହିଛି । ତେବେ ଉକ୍ତ ଫାଣ୍ଡିର ଅଧିକାରୀ ନିଜ କାର୍ଯ୍ୟରେ ଅବହେଳା କରିଥିବାରୁ ତାଙ୍କୁ ନିଲମ୍ୱିତ କରାଯାଇଛି ।