ପ୍ରମୂଖ ଖବର
  • ପୁରୀ : ୩୧ ଓ ୧ ତାରିଖ ପାଇଁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, କେବଳ ସିଂହଦ୍ୱାର ଦେଇ ପ୍ରବେଶ
  • ||
  • ନୂଆବର୍ଷରୁ କୃଷକ ପଞ୍ଜୀକରଣ ଆରମ୍ଭ, ମାର୍ଚ୍ଚ ୩୧ରେ ଶେଷ
  • ||
  • ବଣାଇ : ହାଇୱା -ସ୍କର୍ପିଓ ମଧ୍ୟରେ ମୁହାଁମୁହିଁ ଧକ୍କା : ୨ ମୃତ, ଦୁଇ ଗୁରୁତର
  • ||

ଋଷିଆରେ ବୈଜ୍ଞାନିକ ସମ୍ମିଳନୀରେ ପ୍ରତିନିଧିତ୍ୱ କରି ରାଜ୍ୟ ପାଇଁ ଗର୍ବ ଆଣିଲେ ସୁନା ଝିଅ ମେଧା ନାୟକ

Published By : Prameya | December 17, 2024 10:55 PM

ବାଲେଶ୍ବର, ୧୭/୧୨ :  ବାଲେଶ୍ୱରର ସୁନା ଝିଅ ମେଧା ନାୟକ ପିଲାଟି ଦିନରୁ ପରିବେଶ, ଜଙ୍ଗଲ ଓ ଜୀବଜନ୍ତୁ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଥିଲା । ହାତୀ ମଣିଷ ଲଢେଇ ଭିତରେ ଜୁଝୁଥିବା ମଣିଷଙ୍କ ପାଇଁ ସେ କରିଥିଲେ ରିସର୍ଚ୍ଚ । ସେଥିରେ ସଫଳ ହେବା ପରେ ଜେଏନୟୁରେ ପିଜି କରି ଏବେ ରାଉରକେଲା ନିଟରେ ହ୍ୟୁମାନିଟି ସାଇନ୍ସରେ ଆସିଷ୍ଟାଣ୍ଡ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି । ନିକଟରେ ବ୍ରାଜିଲ, ଋଷିଆ, ଇଣ୍ଡିଆ, ଚାଇନା, ସାଉଥଆଫ୍ରିକା ତରଫରୁ ଋଷିଆଠାରେ ଆୟୋଜିତ ବୈଜ୍ଞାନିକ ସମ୍ମିଳନୀରେ ସେ ପ୍ରତିନିଧିତ୍ୱ କରି ରାଜ୍ୟ ତଥା ଅଞ୍ଚଳ ପାଇଁ ସୁନାମ ଆଣି ଦେଇଛନ୍ତି। 

୨୦୧୩ ରୁ ୨୦୧୫ରେ ଦିଲ୍ଲୀସ୍ଥିତ ଜେଏନୟୁରେ ସୋସିଓଲୋଜିରେ ପାସ ଆଉଟ ପରେ ହାତୀ ମଣିଷ ଲଢେଇ ଓ ତାର ପ୍ରତିକାର ନେଇ ରିସର୍ଚ୍ଚ କରିବା ସହ ପାସ ଆଉଟ ହୋଇଥିଲେ।ଏବେ ରାଉଲକେଲା ସ୍ଥିତ ନିଟରେ ହ୍ୟୁମାନିଟି ଓ ସୋସିଆଲ ସାଇନ୍ସ ଡିପାର୍ଟମେଣ୍ଟରେ ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି।ନିକଟରେ ଋଷିଆ ସୋଚି ଟାଉନରେ ଗତ ନଭେମ୍ବର ୨୫ ରୁ ୨୯ ତାରିଖରେ ଯୁବ ବୈଜ୍ଞାନିକ ସମ୍ମିଳନୀରେ ପ୍ରତିନିଧିତ୍ୱ କରି ବେଶ ଅଞ୍ଚଳ ପାଇଁ ସୁନାମ ଆଣିଦେଇଛନ୍ତି।ଏଥିରେ ୧୦ ଟି ଦେଶର ବୈଜ୍ଞାନିକ ଭାଗ ନେଇଥିଲେ । 

ଭାରତରୁ ୧୪ଜଣଙ୍କ ଭିତରୁ ଓଡ଼ିଶାର ୨ ଜଣ ମନୋନୀତ ହୋଇଥିବାବେଳେ ମେଧା ଏଭଳି ପ୍ରତିନିଧିତ୍ୱ ଖାଲି କରି ନାହାନ୍ତି ସେଠାରେ ତାଙ୍କର ଦକ୍ଷତା ପ୍ରତିପାଦନ କରି ସମସ୍ତଙ୍କ ପ୍ରିୟର ପାତ୍ର ହୋଇଛନ୍ତି । ତେବେ ଆଗକୁ ଆହୁରି ଅନେକ କିଛି କରିବେ ବୋଲି କହନ୍ତି।ଝିଅର ଏଭଳି ସଫଳତା ଦେଖି ଖୁସିରେ ପାଦ ଲାଗୁନାହିଁ ମେଧାଙ୍କ ବାପା ମାଆଙ୍କର । ପିଲାଟି ଦିନରୁ ଝିଅର ସବୁ ସ୍ୱପ୍ନ ପୁରଣ କରିଥିବାବେଳେ ପାଠ ପଢା ଓ ତାର ଭବିଷ୍ୟତ ପାଇଁ ଝିଅକୁ ପୁରା ସ୍ୱାଧୀନତା ଦେଇଥିବା କହନ୍ତି। ଦେଶ ବାହାରକୁ ଯାଇ BRICS ଭଳି ଯୁବ ବୈଜ୍ଞାନିକ ସମ୍ମିଳନୀରେ ଓଡ଼ିଆ ଝିଅ ଗର୍ବ ଆଣିଦେଇଥିବାରୁ ବାଲେଶ୍ଵର ର ସୁନାଝିଅ ମେଧା ଙ୍କୁ ବେଶ ଶୁଭେଛାର ସୁଅ ଛୁଟିଛି।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.