ପ୍ରମୂଖ ଖବର
  • କଟକ : ନିଆଁ ଲାଗି ଜଳିଗଲା ୧୦ ବଖରା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ
  • ||
  • ଢେଙ୍କାନାଳ : ଶୌଚ ହେବା ବେଳେ ଆକ୍ରମଣ କଲା ଦନ୍ତା, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ପଳାଶୁଣି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବସ୍ ଧକ୍କାରେ ବାଇକ୍ ଚାଳକ ଆହତ, ମହିଳା ଗୁରୁତର
  • ||
  • କେନ୍ଦ୍ରାପଡ଼ା : ଗାଁ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୋଗରାଇ : ପିକନିକ୍‌ ଗାଡ଼ି ମୁହାଁମୁହିଁ ଧକ୍କା, ୬ ପର୍ଯ୍ୟଟକ ଗୁରୁତର
  • ||
  • ପଶ୍ଚିମବଙ୍ଗରୁ ଶିମିଳିପାଳ ଫେରିଲା ବାଘୁଣୀ 'ଜିନ୍ନତ', ଯମୁନାଗଡ଼ ସ୍ୱତନ୍ତ୍ର ଏନକ୍ଲୋଜରରେ ରଖାଯିବ
  • ||
  • ଖଲ୍ଲିକୋଟରେ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ବେଳେ ୪ ଜଣଙ୍କୁ ଆକ୍ରମଣ, ମେଡିକାଲରେ ଭର୍ତ୍ତି
  • ||
  • ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼, ରାତି ସାରା ଚାଲିଛି ମହାପ୍ରଭୁଙ୍କ ଦର୍ଶନ
  • ||
  • ଏମିତି ରହିବ ୨୦୨୫ ରାଜ୍ୟ ପାଣିପାଗ! ଗ୍ରୀଷ୍ମରେ ବାତ୍ୟା ଆଶଙ୍କା, ମୌସୁମୀ ବର୍ଷା ରହିବ ଠିକ୍‌ଠାକ୍‌
  • ||

ଗୋଠ ଛାଡ଼ି ଗାଁରେ ବୁଲିଲା ଦନ୍ତା, ଆତଙ୍କିତ ଗ୍ରାମବାସୀ

Published By : Prameya | December 29, 2024 3:20 PM

ଉଦଳା, ୨୯।୧୨: ଗାଁ ଜଙ୍ଗଲରୁ ବାହାରି ଗାଁରେ ପଶିଲା ଦନ୍ତା । ଗୋଠ ଛାଡ଼ି ଗାଁରେ ବୁଲିଲା । ଭୟଭୀତ ଅବସ୍ଥାରେ ଗ୍ରାମବାସୀ । ୨ ଦିନ ପୂର୍ବରୁ ଉଦଳା ବନାଞ୍ଚଳ କୁସୁମିଆ ଜଙ୍ଗଲରେ ପହଞ୍ଚିଥିଲେ ୪୪ ଟିକିଆ ହାତୀପଲ । ହାତୀପଲ ଗ୍ରାମଠାରୁ ମାତ୍ର ୨ଶହ ମିଟର ଦୂରରେ ରହିଥିବା ବେଳେ ହାତୀପଲରେ ୩ ଗୋଟି ଦନ୍ତା ହାତୀ ରହିଛନ୍ତି ।

ଗାଁରେ ପଶିଥିବା ଏହି ହାତୀପଲକୁ ଘଉଡ଼ାଇବା ଲାଗି ୨ ଦିନ ହେବ ବନ ବିଭାଗ ନାକେଦମ୍ ହୋଇଥିଲେ ସୁଦ୍ଧା ହାତୀଙ୍କୁ ଘଉଡ଼ାଇବାରେ ସଫଳ ହୋଇନାହାନ୍ତି । ଦଳ ଛାଡ଼ି ଏକ ଦନ୍ତା ହାତୀ ଜଙ୍ଗଲରୁ ବାହାରି ଆସି ଗ୍ରାମରେ ପଶିବା ସହିତ ଗାଁ ରାସ୍ତାରେ ବୁଲୁଛି । ଯାହା ଫଳରେ କୁସୁମିଆ ଏବଂ ପଟିସାରି ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଗୋଠରେ ହାତୀଛୁଆ ରହିଥିବାରୁ ହାତୀମାନେ ଜଙ୍ଗଲ ଛାଡ଼ି ଯାଉନଥିବା କୁହାଯାଉଛି ।  


 

 

 

 

 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.