ପ୍ରମୂଖ ଖବର
  • ଏସ୍‌ସିବିରେ ଖୋଲିଲା ରୋଗୀ ସମ୍ପର୍କୀୟ ବିଶ୍ରାମ ସ୍ଥଳ, ଶୃଙ୍ଖଳା ପାଇଁ ସିକ୍ୟୁରିଟି ଗାର୍ଡ ନିୟୋଜିତ
  • ||
  • ଶପଥ ନେଲେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଶପଥ ପାଠ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ଵର : ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ପୁଣି ଧମକପୂର୍ଣ୍ଣ ମେଲ୍, ପ୍ରବାସୀ ଭାରତୀୟ ଦିବସରେ ବ୍ୟାଘାତ ପାଇଁ ଦେଲା ଧମକ
  • ||
  • ବଣାଇ : ଘରକୁ ଫେରିବା ବେଳେ ଦଳିଦେଲା ଦନ୍ତା, ଚାଲିଗଲା ଯୁବକଙ୍କ ଜୀବନ
  • ||
  • ପିପିଲି : ଶିମିଳିପାଟଣା ଗାଁରେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ, ୩ ଗୁରୁତର
  • ||
  • ଲମତାପୁଟରେ ଶୀତ ଲହରୀ ଜାରି, ୫ ଡଗ୍ରୀ ତଳକୁ ଖସିଲା ପାରଦ
  • ||

ଏନ୍‌ଟିସିଏ ତାଗିଦ୍‌ ପରେ ଚେତିଲା ପଶ୍ଚିମବଙ୍ଗ, ଶିମିଳିପାଳ ଫେରିଲା ବାଘୁଣୀ 'ଜିନ୍ନତ'

Published By : Prameya | January 1, 2025 8:43 AM

ଭୁବନେଶ୍ୱର,୦୧/୦୧:  ଟ୍ରାଙ୍କୁଲାଇଜ୍‌ ପରେ ମରାଠା ବାଘୁଣୀ  ଜିନତ୍‌କୁ ପଶ୍ଚିମବଙ୍ଗ ଆଲିପୁର  ଚିଡିଆଖାନାକୁ ପଠାଯିବାକୁ ନେଇ ପ୍ରଶ୍ନ ଉଠାଇଛି ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ  ପ୍ରାଧିକରଣ (ଏନ୍‌ଟିସିଏ) । ବାଘୁଣୀକୁ  କାହିଁକି ଓଡିଶା ଶିମଳିପାଳକୁ ଫେରାଇ  ଅଣାଗଲାନି ବୋଲି ପଶ୍ଚିମବଙ୍ଗ ବନ ବିଭାଗକୁ ପ୍ରଶ୍ନ କରିଛି । ପଶ୍ଚିମବଙ୍ଗ  ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ  ଭର୍ତ୍ସନା କରିବା ସହ ଏହାର ଜବାବ  ମାଗିଛନ୍ତି । ତୁରନ୍ତ ବାଘୁଣୀକୁ ସ୍ଥାନାନ୍ତର  କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ଏନ୍‌ଟିସିଏର ଏଭଳି ତାଗିଦ୍‌  ପରେ ଚେତିଛି ପଶ୍ଚିମବଙ୍ଗ  ସରକାର । ବାଘୁଣୀକୁ ତରବରିଆ  ଭାବେ ଶିମିଳିପାଳ ପଠାଇବା ବ୍ୟବସ୍ଥା  କରିଛି । ଓଡିଶା ପ୍ରଧାନ ମୁଖ୍ୟ ବନ  ସଂରକ୍ଷକ (ବନ୍ୟପ୍ରାଣୀ) ପ୍ରେମ କୁମାର ଝା କହିଛନ୍ତି, ଜିନତ୍‌କୁ ଆଲିପୁର ଚିଡିଆଖାନାରୁ ସ୍ୱତନ୍ତ୍ର କାରକେଡ୍‌ରେ  ଅଣାଯିବ । ନୂଆବର୍ଷ ପହିଲା ସକାଳ ଜିନତ୍‌ ଶିମିଳିପାଳର ଫେରିଛି।

ବାଘୁଣୀକୁ ପିଛା  କରୁଥିବା ୧୫ ଜଣିଆ ଟିମ୍‌ ମଧ୍ୟ  ଓଡିଶା ଫେରୁଛନ୍ତି । ବାଘୁଣୀକୁ ଏଥର  ଶିମିଳିପାଳ ଯମୁନାଗଡ଼ରେ ଥିବା ସ୍ୱତନ୍ତ୍ର ଏନ୍‌କ୍ଲୋଜରରେ ରଖାଯିବ । ଯେଉଁଠି  ଅନ୍ୟ ମରାଠା ବାଘୁଣୀ ଯମୁନାକୁ  ରଖାଯାଇଥିଲା । ମରାଠା ବାଘୁଣୀ  ଜିନତ୍‌କୁ ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନାରେ ଛଡ଼ାଯିବା ପରେ ନୂଆ ଅଡୁଆ ଆରମ୍ଭ ହୋଇଥିଲା ।  

କାହିଁକି ନା ବନ୍ୟପ୍ରାଣୀ (ସୁରକ୍ଷା)  ଆଇନ୍‌-୧୯୭୨ ସେକ୍ସନ ୩୮୦(୨)  ଅନୁସାରେ, ଜିନତ୍‌ ଯେଉଁ ଜଙ୍ଗଲରୁ  ଖସି ପଳାଇଥିଲା । ଟ୍ରାଙ୍କୁଲାଇଜ୍‌ ପରେ ତାକୁ ସେହି ଜଙ୍ଗଲକୁ ଫେରାଇ ଆଣିବା କଥା । ଟ୍ରାଙ୍କୁଲାଇଜ୍‌ ବେଳେ ଆଇନ୍‌ରେ ଥିବା ମାର୍ଗଦର୍ଶିକାକୁ ମଧ୍ୟ ଦଳିମକଚି ଦେଇଥିଲେ । ବାଙ୍କୁଡ଼ାର କଂସାବତୀ  ଜଳଭଣ୍ଡାର ନିକଟରେ ବାଘୁଣୀକୁ  ଟ୍ରାଙ୍କୁଲାଇଜ୍‌ ପରେ ପଶ୍ଚିମବଙ୍ଗ  ସରକାରର କାରସାଦି ଆରମ୍ଭ ହୋଇଥିଲା । ଟ୍ରାଙ୍କୁଲାଇଜ୍‌ ବେଳର  ମାର୍ଗଦର୍ଶିକାକୁ ଭୃକ୍ଷେପ କରିନଥିଲେ । 

ଜିନ୍‌ତକୁ ଜଗିଥିବା` ଓଡିଶା ବନ ବିଭାଗର ଟିମ୍‌ର କୌଣସି କଥା ଶୁଣିନଥିଲେ ।  ଆଲିପୁର ଚିଡିଆଖାନା ଯାଏ ବାଘୁଣୀକୁ ଭିଭିଆଇପିଙ୍କୁ କଡ଼ା ସୁରକ୍ଷାରେ ନେବା ଭଳି ଏକ ବିରାଟ କାରକେଡ୍‌ରେ ତରବରିଆ ଭାବେ ନେଇଗଲେ । ଏନେଇ ଏନ୍‌ଟିସିଏ  ପ୍ରଶ୍ନ କରିବା ସହ ଜବାବ୍‌ ମାଗିବା ପରେ ପଶ୍ଚିମବଙ୍ଗ ବନ  ବିଭାଗ ହରଡ଼ ଘଣାରେ ପଡି଼ବାରୁ ଜିନତ୍‌କୁ ଛାଡ଼ିବା ପାଇଁ  ବ୍ୟାକୁଳ ହୋଇଉଠିଥିଲା । ମହାରାଷ୍ଟ୍ର ତଡ଼ଭା ଅନେ୍ଧରୀ  ବ୍ୟାଘ୍ର ପ୍ରକଳ୍ପରୁ ଆସିବା ପରେ ପ୍ରାୟ ମାସେ ଧରି ଜିନତ୍‌  ମନଖୁସିରେ ୩ ରାଜ୍ୟର ୭ଟି ଜଙ୍ଗଲ ଘୁରି ବୁଲିଥିଲା ।  ଟ୍ରାଙ୍କୁଲାଇଜ୍‌ ହେବାପରଠୁ ତା’ ହାବଭାବ ବଦଳିଯାଇଛି ।  ଚିଡିଆଖାନାରେ ୪୮ ଘଣ୍ଟା ବିତାଇଥିବା ଜିନତ୍‌ ସବୁବେଳେ  ଗୁମସୁମ ରହୁଥିଲା । ପଶ୍ଚିମବଙ୍ଗ ବନ ବିଭାଗ ଓ  ଚିଡିଆଖାନାର ମିଳିତ ଡାକ୍ତରୀ ଦଳ ଜିନତ୍‌ ଚିକିତ୍ସାରେ ଚରମ ଅବହେଳା କରିଥିବାର ଅଭିଯୋଗ ଉଠିଛି । ୨ ଥର  ଟ୍ରାଙ୍କୁଲାଇଜ ଡୋଜ୍‌ ଖାଇ ଘାଇଲା ହୋଇପଡିଥିବା ଜିନତ୍‌କୁ  ଠିକଣା ସମୟରେ ଆଣ୍ଟିଡୋଜ୍‌ ଦେବାରୁ ତା’ ସ୍ୱାସ୍ଥାବସ୍ଥା  ସ୍ଥିର ହୋଇଥିଲା । କିନ୍ତୁ ଚିଡିଆଖାନାରେ ଚିକିତ୍ସା ବେଳେ  ବାଘୁଣୀକୁ ପର୍ଯ୍ୟାପ୍ତମାତ୍ରାରେ ସାଲାଇନ୍‌ ଦିଆଯାଇନାହିଁ ।  

ଶ୍ରୀ ଝା କହିଛନ୍ତି, ଯମୁନାଗଡ଼ସ୍ଥିତ ଏନ୍‌କ୍ଲୋଜର ପାଖରେ  ଜିନତ୍‌ର ଚିକିତ୍ସା ପାଇଁ ଅନ୍ୟ ବନ କର୍ମଚାରୀ ଓ ଅଭିଜ୍ଞ  ପ୍ରାଣୀ ଚିକିତ୍ସକ ଉପସ୍ଥିତ ଅଛନ୍ତି । ତୁରନ୍ତ ଉପଯୁକ୍ତ ଚିକିତ୍ସା  ଆରମ୍ଭ କରିବେ । ଦୁଇ ତିନି ସପ୍ତାହ ବାଘୁଣୀର ଗତିବିଧି  ଉପରେ ନଜର ରଖାଯିବ । ତା’ ସ୍ୱଭାବରେ ସୁଧାର ଆସିବା  ପରେ କୋର୍‌ ଏରିଆରେ ଛଡ଼ାଯିବ । ଆଗାମୀ ଦିନରେ  ଜିନତ୍‌ ଯେପରି ଶିମିଳିପାଳ ସୀମା ନ ଡେଇଁବ, ସେଥିପାଇଁ  ନୂଆ ରଣନୀତି ଆପଣାଇବୁ ବୋଲି ସେ ସୂଚନା ଦେଇଛନ୍ତି ।

  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.