ପ୍ରମୂଖ ଖବର
  • ଗୁଜୁରାଟରେ କୋଷ୍ଟଗାର୍ଡର ଆଡ୍‌ଭାନ୍ସ ହେଲିକପ୍ଟର ଦୁର୍ଘଟଣାଗସ୍ତ, ୩ ମୃତ
  • ||
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଘଟଣାକୁ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା, ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ଭୁଶୁଡ଼ିଲା ନିର୍ମାଣଧୀନ ବକ୍ସ ଡ୍ରେନ ସ୍ଲାବ୍, ଜଣେ ଆହତ
  • ||
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବାକୁ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା, ନିଆଯିବ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ
  • ||
  • କଟକ ମାତୃଭବନ ନିକଟ ଭୁଶୁଡ଼ିଲା ନିର୍ମାଣାଧୀନ ବକ୍ସଡ୍ରେନ୍ ପାଚେରୀ
  • ||
  • ପାଟଣା : ହାତୀଠାରୁ ବଞ୍ଚିବା ବେଳେ ନିଆଁରେ ପଡ଼ିଗଲେ ମହିଳା, ଚାଲିଗଲା ଜୀବନ
  • ||
  • ବର୍ଡର-ଗାଭାସ୍କର ଟ୍ରଫି ; ଭାରତର WTC ଆଶା ଧୂଳିସାତ୍ , ୩-୧ରେ ସିରିଜ ସିଲ କଲା ଅଷ୍ଟ୍ରେଲିଆ
  • ||
  • ଛତିଶଗଡ଼ରେ ବଡ଼ ଏନକାଉଣ୍ଟର: ଟଳିଲେ ୪ ନକ୍ସଲ, ଜଣେ କନଷ୍ଟେବଳ ସହିଦ
  • ||
  • ଆଫଗାନିସ୍ତାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୩ ରେକର୍ଡ
  • ||
  • ଆଜି ସହିଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ଜନଜାତି ଶିକ୍ଷାର୍ଥୀଙ୍କ ଖାତାକୁ ଯିବ ୫ ହଜାର ଟଙ୍କା
  • ||
  • ପିକିନିକ ସାରି ଫେରୁଥିଲେ ; ଅଟୋକୁ ଧକ୍କା ଦେଲା ଟ୍ରକ୍ , ଚାଲିଗଲା ୪ ଜୀବନ
  • ||
  • ଆଜିଠୁ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା: ଖୋଲିବ ୧୪୭ ଷ୍ଟଲ୍‌
  • ||
  • ବରଗଡ଼ ଧନୁଯାତ୍ରା ଦ୍ୱିତୀୟ ଦିବସ: କାରାଗାରରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଲେ ଶ୍ରୀକୃଷ୍ଣ
  • ||
  • ବଲାଙ୍ଗୀର : ବାଇକ୍‌କୁ ପିଟିଲା ଟ୍ରକ୍‌: ଜଣେ ମୃତ, ଦୁଇ ଗୁରୁତର
  • ||
  • ଶ୍ରୀମନ୍ଦିର ଉପରେ ଉଡିଲା ସନ୍ଦିଗ୍ଧ ଡ୍ରୋନ୍, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
  • ||
  • ଦୁଲୁକିଲା ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର, ଶୀତୁଆ ସକାଳରେ ପଥୋତ୍ସବର ମଜା ନେଲେ ରାଜଧାନୀବାସୀ
  • ||

ନିଜେ ଚାଷ କରି ଅନ୍ୟ ଚାଷୀଙ୍କ ପାଇଁ ପାଲଟିଲେ ପ୍ରେରଣା; ରାଜ୍ୟସ୍ଥରୀୟ ସର୍ବୋତମ କୃଷକ ଭାବେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହେଲେ ମାଲକାନଗିରି ଝିଅ

Published By : Prameya | January 3, 2025 10:35 PM

ମାଲକାନଗିରି,୦୩/୦୧: ଆଦିବାସୀ ଅଞ୍ଚଳ ରେ ମହିଳା ଙ୍କୁ ଜୈବିକ ପଦ୍ଧତିରେ ଉନ୍ନତମାନର ଚାଷ କରିବା ର ବାର୍ତା ଦେବା ସହିତ ନିଜେ ଚାଷ କରି ଅନ୍ୟ ପାଇଁ ପାଲଟିଛନ୍ତି ପ୍ରେରଣା। ରାଜ୍ୟସ୍ଥରୀୟ ସର୍ବୋତମ କୃଷକ ଭାବେ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି ମାଲକାନଗିରି ଜିଲ୍ଲା ର କୋୟା ଆଦିବାସୀ ସମ୍ପ୍ରଦାୟର ଯୁବତୀ ମୁନୀ ମାଡକାମି। ୨୩ ବର୍ଷୀୟ ମୁନୀ ମାଡକାମୀ ଜଣେ କୋୟା ଆଦିବାସୀ ସମ୍ପ୍ରଦାୟର ଝିଅ। ଅଳ୍ପ ପାଠ ପଡ଼ିଥିଲେ ମଧ୍ୟ ନିଜେ ସଫଳ ମହିଳା ଚାଷୀ ଭାବେ ଗାଁ ର ଅନ୍ୟ ମହିଳା ଓ ଯୁବତୀ ଙ୍କୁ ଉନ୍ନତ ମାନର ଜୈବିକ ପଦ୍ଧତିରେ ଚାଷ କରିବାର ତାଲିମ ଦେଇଛନ୍ତି। ଗାଁ ରେ ପଡ଼ିଆ ପଡ଼ିଥିବା ପ୍ରାୟ ୨୦୦ ହେକ୍ଟର ଟାଙ୍ଗରା ଭୂଇଁକୁ ସବୁଜ ସଶ୍ୟ ସାମଳା କରିଛନ୍ତି।

ସେ ଜୈବିକ ପଦ୍ଧତିରେ ଉନ୍ନତ ମାନର ଧାନ,ମାଣ୍ଡିଆ, ବାଦାମ, ମକା ଓ ପନିପରିବା ଚାଷ କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ସେ ଶୁକ୍ରବାର ଭୁବନେଶ୍ୱର ଠାରେ ଓଡିଶା ସରକାରଙ୍କ କୃଷି ବିଭାଗ ପକ୍ଷରୁ ସର୍ବୋତମ ମହିଳା କୃଷକ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଠାରୁ ୧୦ ହଜାର ଟଙ୍କା ପୁରସ୍କାର ରାଶି ସହିତ କୃଷକ ଓଡିଶା ରେ ସମ୍ମାନିତ ହୋଇଛନ୍ତି।

ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କାଲଦାପାଲୀ ପଞ୍ଚାୟତର କୁର୍ତ୍ତୀ ଗାଁର ଶୁକ୍ରା ମାଡକାମି ତାଙ୍କର ୪ଏକର ଚାଷ ଜମିରେ ଧାନ ଫସଲ କରି ନିଜ ପରିବାର ପ୍ରତିପୋଷଣ କରନ୍ତି। ଘରେ ପତ୍ନୀ ରମେ ମାଡକାମୀ, ଦୁଇ ପୁଅ ଓ ଗୋଟିଏ ଝିଅ। ବାପା ଚାଷ ଜମିକୁ ଗଲେ ତାଙ୍କ ସାଥିରେ ଝିଅ ମୁନୀ ଯାଇ ଥାଆନ୍ତି। ଅର୍ଥାଭାବରୁ ପାଠପଢ଼ାରେ ପୂର୍ଣ୍ଣଛେଦ ପଡ଼ିବା ପରେ ବାପାଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରିଚାଲିଲେ। ବାପା ଭାଇଙ୍କ ଦେହ ଖରାପ ହେଲେ ନିଜେ ଜମିକୁ ଯାଇ ହଳ କରିବା ସହିତ ସମସ୍ତ ଚାଷ କାର୍ଯ୍ୟ କରିଥାନ୍ତି।

ମୁନୀଙ୍କ ଚାଷ ପ୍ରତି ଆଗ୍ରହ ଦେଖି ଜୀବିକା ମିଶନ ପକ୍ଷରୁ କାଲଦାପାଲୀ ପଞ୍ଚାୟତରେ କୃଷି ମିତ୍ର ଭାବେ କାମ କରିବାର ସୁଯୋଗ ମିଳିଲା,ଜିଲ୍ଲା କୃଷି ବିଭାଗ ପକ୍ଷରୁ ସହାୟତା ପାଇ ଓ ଏମଏସ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ତାଲିମ ପାଇ ଉନ୍ନତ ମାନର ଜୈବିକ ପଦ୍ଧତି ଚାଷ ସହିତ ପୋଖରୀରେ ମାଛ ଚାଷ କରିଛନ୍ତି। ତାପରେ ବୈଶୟିକ ଜ୍ଞାନ କୌଶଳ ପ୍ରୟୋଗ କରି ଗତ ୫ବର୍ଷ ହେଲା ସେ ମନ ପ୍ରାଣ ଦେଇ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିବା ସହିତ ଗାଁ ରେ ପଡିଆ ପଡ଼ିଥିବା ଜମି ଗୁଡିକୁ କିପରି ଚାଷ କରାଯିବ ସେଥି ପ୍ରତି ଗୁରୁତ୍ୱ ଦେଇ ମହିଳା ସ୍ୱୟଂଶାୟକ ଗୋଷ୍ଠୀର ମହିଳା ମାନଙ୍କୁ ସଚେତନ ଆରମ୍ଭ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.