ଭୁବନେଶ୍ବର,୫।୧ : ପ୍ରବାସୀ ଭାରତୀୟ ସମ୍ମିଳନୀରେ ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ କମିଶନର ସମୀକ୍ଷା କରିଛନ୍ତି । ଅତିଥିମାନଙ୍କ ସୁରକ୍ଷାକୁ ଏଥିରେ ପ୍ରାଧାନ୍ୟ ଦିଆଯିବ । ଟ୍ରାଫିକ ପରିଚାଳନା,ପର୍ଯ୍ୟଟନ ସ୍ଥଳୀ ବୁଲିବା ସମୟରେ ସୁରକ୍ଷା ବ୍ୟବସ୍ଥା କରାଯିବ। ନିର୍ଦ୍ଧିଷ୍ଟ ଏଜେନ୍ସିଙ୍କ ଦାୟିତ୍ବରେ ରହିବେ ଅତିଥି।
ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ। ୧୨ ପାରା କମ୍ପାନୀ କଡା ନଜର ରଖିବେ ସଶସ୍ତ୍ର କେନ୍ଦ୍ରୀୟ ଫୋର୍ସ। ଗୁଇନ୍ଦା ଏଜେନ୍ସିଙ୍କ ନଜରରେ ଭୁବନେଶ୍ୱର ରହିବ । ଆଣ୍ଟି ଟେରର ସ୍କ୍ବାଡ଼ ମଧ୍ୟ ସୁରକ୍ଷା ଦାୟିତ୍ବରେ ରହିବେ। ସାଇବର ସରଭାଇଲାନ୍ସ ରହିବ ବୋଲି ପୋଲିସ କମିଶନର ଏସ. ଦେବଦତ୍ତ ସିଂ ସୂଚନା ଦେଇଛନ୍ତି।