ପ୍ରମୂଖ ଖବର
  • ମାଲକାନଗିରିରେ ବଡ଼ ଧରଣର ଚୋରି, କାନ୍ଥ ଭାଙ୍ଗି ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ମୋବାଇଲ୍‌ ନେଇଗଲେ ଲୁଟେରା
  • ||
  • ରାଜଧାନୀରେ ହତ୍ୟା ଘଟଣା: ୩ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ
  • ||
  • ରାଜଧାନୀରେ ହତ୍ୟା ଘଟଣା: ଦୋଷୀଙ୍କୁ ନିଶ୍ଚିତ ଧରାଯିବ ବୋଲି କହିଲେ ଆଇନ୍‌ମନ୍ତ୍ରୀ
  • ||
  • ବୈପାରିଗୁଡ଼ା : ଆମଟିଗୁଡା ହତ୍ୟା ମାମଲା, ୫ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚାଞ୍ଚଲ୍ୟ: ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ, ଏସ୍ ସୋମନାଥଙ୍କ ସ୍ଥାନରେ ନିଯୁକ୍ତି
  • ||
  • ଆଗକୁ ବଢିବ ରାତି ତାପମାତ୍ରା, ଆହୁରି କମିବ ଶୀତ
  • ||
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

HMPV ଭାଇରସ୍‌କୁ ନେଇ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପ୍ରସ୍ତୁତ, ଅଯଥା ଭୟଭୀତ ହୁଅନ୍ତୁ ନାହିଁ

Published By : Prameya | January 7, 2025 11:14 AM

ଭୁବନେଶ୍ଵର, ୦୭/୦୧ : Hmpv ଭାଇରସ୍‌କୁ ନେଇ ସତର୍କ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। ସେ କହିଛନ୍ତି ଯେ, ଅଯଥା ଭୟଭୀତ ହୁଅନ୍ତୁ ନାହିଁ। ଏହା ନୂଆ ନୁହେଁ। ଏହା ୨୦୦୧ ମସିହାରୁ ଚିହ୍ନଟ କରାଯାଇଥିଲା। ଏହି ଭାଇରସ୍ ଆଗରୁ ରହିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଛି। ଅଧିକ ସଚେତନତା ପାଇଁ ଏହି କେସ୍ ଅଧିକରୁ ଅଧିକ ଚିହ୍ନଟ ହେଉଛନ୍ତି। 

ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ବାହାରୁ ଆସିଥିବା ରୋଗୀଙ୍କ ଦେହରେ ଏହା ଦେଖାଯାଇ ନାହିଁ, କିମ୍ଵା ରିପୋର୍ଟ ଆସି ନାହିଁ। ଯେଉଁଠାରେ ଦେଖାଯାଇଛି ସେହି ରାଜ୍ୟରେ ଗାଇଡଲାଇନ୍ ଜାରି କରାଯାଇଛି । ଆମ ରାଜ୍ୟରେ କିଛି ଦେଖାଯାଇ ନାହିଁ। ତେଣୁ ଓଡ଼ିଶାରେ ଗାଇଡଲାଇନ୍ ଜାରି କରାଯାଇ ନାହିଁ। ଏମ୍ସରେ ଟେଷ୍ଟ କରାଯାଉଛି। ଏନସିଡିସିରେ କଣ୍ଟ୍ରୋଲ ରହିଛି। ୨୪ ଘଣ୍ଟା ତଦାରଖ କରାଯାଉଛି। ଖୁବ୍‌ଶୀଘ୍ର ଟେଷ୍ଟିଂ ସେଣ୍ଟର୍ ବଢ଼ାଯିବ। ବର୍ତ୍ତମାନ ସେହିଭଳି କୌଣସି ପରିସ୍ଥିତି ନାହିଁ। ଭାରତରେ ଏହି ଭାଇରସ୍ ରହିଛି। ଏହା ଋତୁକାଳୀନ ଭାଇରସ୍। ତେଣୁ ଭୟ କରନ୍ତୁ ନାହିଁ। ସାଧାରଣ ଭାବରେ ଥଣ୍ଡା କାଶ ହେଲେ ତୁରନ୍ତ ଚିକିତ୍ସା କରନ୍ତୁ। ଭାରତ ସରକାରଙ୍କ ଯାହା ଗାଇଡଲାଇନ୍ ଆସିବ ତାହା ପାଳନ ହେବ। ଦେଶରେ ସେପରି ସ୍ଥିତି ନାହିଁ, ୩/୪ଟି ସ୍ଥାନରେ ଚିହ୍ନଟ ହୋଇଛନ୍ତି। ସବୁ ମେଡିକାଲ କଲେଜ ସହ ମୁଁ ନିଜେ କଥା ହୋଇସାରିଛି। ଯଦି କିଛି ସମସ୍ୟା ହୁଏ ଉଭୟ ରାଜ୍ୟ ଓ କେନ୍ଦ୍ର ମିଳିତ ମୁକାବିଲା କରିବେ। 


 


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.