ପ୍ରମୂଖ ଖବର
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଯୁବତୀଙ୍କୁ ସାହାଯ୍ୟ କରିବା ବାହାନାରେ ଅସଦାଚରଣ ଅଭିଯୋଗ, ଏଏସଆଇ ଗିରଫ

Published By : Prameya | January 8, 2025 12:34 PM

ଭୁବନେଶ୍ଵର, ୦୮/୦୧ : ରକ୍ଷକ ସାଜିଲା ଭକ୍ଷକ। ବର୍ବରତାର ସୀମା ଟପିଲେ ଏଏସଆଇ। ପୋଲିସ ଖାକିରେ ଲାଗିଲା କଳଙ୍କ।ପ୍ଲାଟଫର୍ମରେ ଯୁବତୀଙ୍କୁ ଏକା ପାଇ ସାଥିରେ ଡାକି ନେଇଗଲେ ଏଏସଆଇ। ଯାହା ପାଖରୁ ସୁରକ୍ଷା ମିଳିବା କଥା ସେଠି ଅସୁରକ୍ଷିତ ହୋଇଗଲେ ଯୁବତୀ। ସାହାଯ୍ୟ କରିବା ବାହାନାରେ ରୁମ୍‌ ଭିତରେ କବାଟ କିଳି କଲେ ଅସଦାଚରଣ। ଅଭିଯୋଗ ପରେ ଗିରଫ ହେଲେ ଏଏସଆଇ। ଭୁବନେଶ୍ୱର ଆରପିଏଫ ଏଏସଆଇ ନିରଞ୍ଜନ ଜେନା ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି।

ସୂଚନାନୁଯାୟୀ, ଜଣେ ଯୁବତୀ ୨ ଦିନ ପୂର୍ବରୁ ଟ୍ରେନ୍‌ରେ ଆସି ଷ୍ଟେସନରେ ଓହ୍ଲାଇଥିଲେ। ହଷ୍ଟେଲ ବନ୍ଦ ଥିବାରୁ ଆରପିଏଫ ଥାନାକୁ ଯାଇଥିଲେ। ସେଠାରେ ଏଏସଆଇ ନିରଞ୍ଜନ ଯୁବତୀଙ୍କୁ ଏକ ରୁମ୍‌କୁ ଡାକି ନେଇଥିଲେ। ଯୁବତୀ ଜଣଙ୍କ ରୁମ୍ ଭିତରକୁ ଯିବାପରେ ନିରଞ୍ଜନ କବାଟ ବନ୍ଦ କରିଦେଇଥିଲେ। ବନ୍ଦ ଘର ଭିତରେ ଯୁବତୀଙ୍କ ସହ ଅସଦାଚରଣ କରିଥିଲେ। ଯୁବତୀ ଜଣଙ୍କ ଭୟଭୀତ ହେଇ ପିସିଆରକୁ କଲ କରିଥିଲେ। ପିସିଆର୍ ଆସି ଯୁବତୀଙ୍କୁ ଉଦ୍ଧାର କରିଛି । ଏନେଇ ଜିଆରପି ଥାନାରେ ଅଭିଯୋଗ ପରେ ଏଏସଆଇ ନିରଞ୍ଜନଙ୍କୁ ପୋଲିସ ଗିରଫ କରିଛି । ଯୁବତୀଙ୍କ ଘର ଜଗତସିଂପୁରରେ ବୋଲି ଜଣାପଡ଼ିଛି। ସେ ଭୁବନେଶ୍ଵରରେ ହଷ୍ଟେଲରେ ରହୁଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.