ପ୍ରମୂଖ ଖବର
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ପୁରୀ ବୁଲିବେ ପ୍ରବାସୀ ଭାରତୀୟ, ସଜେଇ ହେଲାଣି ରଘୁରାଜପୁର

Published By : Prameya | January 7, 2025 11:49 AM

ପୁରୀ,୦୭/୦୧: ୮ରେ ଆସିବେ  ପ୍ରବାସୀ ଭାରତୀୟ । ଗାଁ ପ୍ରସ୍ତୁତ,କାରିଗର ଓ ସାମଗ୍ରୀ ବି ପ୍ରସ୍ତୁତ । କେବଳ ଅପେକ୍ଷା ସେହି ମୁହୂର୍ତ୍ତକୁ ।କେତେବେଳେ ଗ୍ରାମରେ ପହଞ୍ଚିବେ ପ୍ରବାସୀ ଭାରତୀୟ । ଉତ୍କଣ୍ଠାର ସହ  ଚାହିଁ ବସିଛନ୍ତ ରଘୁରାଜପୁର ଗ୍ରାମବାସୀ । 

ସଜେଇ ହେଲାଣି ରଘୁରାଜପୁର । ଅତିଥିଙ୍କୁ ସ୍ୱାଗତ କରିବା ଲାଗି ପ୍ରସ୍ତୁତ  ରହିଛି ଗାଁ ତୋରଣ । ତତ୍‌ସହିତ  ଗ୍ରାମବାସୀ ଓ କଳାକାର । ସେମାନଙ୍କ  ହାତତିଆରି ନିଖୁଣ କଳାକୁ ଦେଖିବେ  ପ୍ରବାସୀ ଭାରତୀୟ । ସେଥିଲାଗି ଗାଁ ଦାଣ୍ଡ  ଚିକ୍‌ଚିକ୍‌ । କଳାକାରମାନେ ସେମାନଙ୍କ ବ୍ୟବସାୟ ଅନୁଷ୍ଠାନକୁ ବୋହୂ ବେଶରେ  ସଜେଇଲେଣି । ନୂଆ ନୂଆ ଜିନିଷ ପ୍ରସ୍ତୁତ  କରିବା ଲାଗି କାରିଗରଙ୍କ ମଧ୍ୟରେ ଏକ  ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଛି ।   

ପ୍ରବାସୀମାନେ ଓଡ଼ିଶାର କଳା  ସଂସ୍କୃତିର ଝଲକ ଦେଖିବେ । ଝୋଟି  ଚିତାରେ ଝଲସୁଛି ଗ୍ରାମ । କାରିଗରଙ୍କ ଦ୍ୱାରା  ପ୍ରସ୍ତୁତ ହୋଇଛି ଚାନ୍ଦୁଆ, ମୁଖା, ପଶୁପକ୍ଷୀ,  କଣ୍ଢେଇ ବୋହୂ, ବାଇଚଢେଇ ବସା,  କତା ଓ ବାଉଁଶରେ ନିର୍ମାଣ ହୋଇଥିବା  ଘରକରଣା ସାମଗ୍ରୀ ।  ପ୍ରବାସୀ ଭାରତୀୟଙ୍କ ଆଗମନ  କଳାକାର ଓ ଗ୍ରାମବାସୀଙ୍କ ମନରେ  ଆଣିଦେଇଛି ଖୁସିର ଲହରି । 

ସୂଚନାଯୋଗ୍ୟ,  ସୋମବାର କେତେଜଣ ପ୍ରବାସୀ  ଭାରତୀୟ ପୁରୀରେ ପହଞ୍ଚି ଶ୍ରୀମନ୍ଦିରକୁ  ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିସାରିଲେଣି ।  ୮ତାରିଖରେ ଶତାଧିକ ପ୍ରବାସୀ ଭାରତୀୟ  ପୁରୀ ଗସ୍ତରେ ଆସିବେ । ପ୍ରଥମେ  ଶ୍ରୀମନ୍ଦିର ଯିବା ଲାଗି କାର୍ଯ୍ୟକ୍ରମ ରହିଛି ।  ପରେ ବ୍ଲୁଫ୍ଲାଗ୍‌ ବେଳାଭୂମି, ଚନ୍ଦ୍ରଭାଗା,  କୋଣାର୍କ, ରଘୁରାଜପୁର, ସାତପଡା  ଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.