ପୁରୀ ୦୭/୦୧: ଶ୍ରୀକ୍ଷେତ୍ରରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ବଡ଼ଦେଉଳରେ ଶ୍ରୀଜିଉଙ୍କୁ କଲେ ଦର୍ଶନ। ମହାପ୍ରଭୁଙ୍କୁ ଦର୍ଶନ ସହ ସ୍ବତନ୍ତ୍ର ପୂଜାର୍ଚ୍ଚନା କଲେ ଜୟଶଙ୍କର । ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବହୁତ ବଡ଼ ସୌଭାଗ୍ୟର ଦିନ । ପ୍ରବାସୀ ଭାରତୀୟ ଦିବସ ପାଇଁ ଓଡ଼ିଶା ସରକାର ଭଲ ପ୍ରସ୍ତୁତି କରିଛନ୍ତି । ଓଡ଼ିଶା ମାନଚିତ୍ରକୁ ସାରା ଦୁନିଆରେ ସ୍ଥାନିତ କରିବୁ ।
ସୂଚନା ଅନୁଯାଇ, ପାଞ୍ଚ ଦିିନିଆ ଓଡ଼ିଶା ଗ୍ରସ୍ତରେ ଆସି ରାମଚଣ୍ଡୀ ନଦୀ ମୁହାଁଣ ମୁହଁ ନିକଟରେ ଥିବା ପର୍ଯ୍ୟଟନ ବିଭାଗର ଇକୋ ରିଟ୍ରିଟ୍ରେ ସୋମବାର ରାତି ପ୍ରାୟ ୮ଟା ୨୦ ମିନିଟ୍ରେ ପହଞ୍ଚିଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ସେଠାରେ ରାତ୍ରି ଯାପନ କରିଥିଲେ । ମଙ୍ଗଳବାର ସକାଳେ କୋଣାର୍କରେ ଥିବା ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଥିଲେ ଏସ୍. ଜୟଶଙ୍କର। ଏହାପରେ ଜୟଶଙ୍କର ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବା ସହ ନବଗ୍ରହ ମନ୍ଦିରରେ ପୂର୍ଜା ଅର୍ଚ୍ଚନା କରିଥିଲେ। ସେଠାରେ ପୁରୀ ଯାଇ ଶ୍ରୀମନ୍ଦିର ମହାପ୍ରଭଙ୍କୁ ଦର୍ଶନ କରିଥିଲେ । ସେଠାରେ ଶ୍ରୀଜିଉଙ୍କୁ ନିକଟରେ ସ୍ବତନ୍ତ୍ର ପୂଜା କରିବା ସହ ଆଶିଷ କାମନା କରିଥିଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ଏହି ସମୟରେ ଜିଲ୍ଲା ପ୍ରସାଶନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସ୍ୱତନ୍ତ୍ର ଫୋର୍ସ ମୁତୟନ ହୋଇଥିଲେ ।